Categories: ଫୁରସତ

ଗୋଲ୍ଡ ପ୍ଲେଟେଡ ଦୋସା, ମୂଲ୍ୟ ସାଧାରଣଠାରୁ ୪୦ ଗୁଣ ଅଧିକ…

ଦକ୍ଷିଣ ଭାରତର ଅତି ପ୍ରିୟ ଖାଦ୍ୟ ହେଉଛି ଦୋସା। ଏଠାକାର ଗଳିକନ୍ଦି, ବଡ ବଡ଼ ରେଷ୍ଟୁରାଣ୍ଟ, ହୋଟେଲ ସବୁଠି ଏହା ମିଳିଥାଏ। ବହୁତ କମ୍‌ ସାମଗ୍ରୀ ଓ କମ୍‌ ସମୟରେ ତିଆରି କରାଯାଇପାରୁଥିବା ଏହି ଖାଦ୍ୟ ଖୁବ୍‌ ଶସ୍ତାରେ ଉପଲବ୍ଧ ହୁଏ। ତେବେ ବାଙ୍ଗାଲୋରର ରାଜଭୋଗ ନାମକ ଏକ ରେଷ୍ଟୁରାଣ୍ଟ ଏଭଳି ଦୋସା ପ୍ରସ୍ତୁତ କରୁଛି, ଯାହା ଦେଖିବାକୁ ଖୁବ୍‌ ଆକର୍ଷକ। କହିବାକୁ ଗଲେ ଗ୍ଲାମର୍ସ ଲାଗେ। କାରଣ ଏହି ଦୋସାର ଉପରଭାଗକୁ ୨୪ କ୍ୟାରେଟ୍‌ ଗୋଲ୍ଡ ଲିଫ୍‌ରେ କଭର୍‌ କରାଯାଇଛି। ଆଉ ଦୋସା ଭିତରେ ଗ୍ରାହକଙ୍କ ମନପସନ୍ଦର ନାନା ପ୍ରକାରର ପୁର ଦିଆଯାଏ। କ୍ଲାସିକ୍‌ ଦୋସାର ଏହି ଗ୍ଲାମ୍‌ ଭର୍ସନର ମୂଲ୍ୟ କିନ୍ତୁ ସାଧାରଣ ଦୋସାଠାରୁ ୪୦ ଗୁଣ ଅଧିକ।

Share