ବିବାହ ସିଜିନରେ ନୂଆ ରେକର୍ଡ କଲା ସୁନା ଦର, ୬୭ହଜାର ଛୁଇଁବ…

ନୂଆଦିଲ୍ଲୀ,୨୯।୧୧:ଆସିଛି ବିବାହ ଋତୁ। ଏହି ସିଜନରେ ବେଶୀ କିଣା ହୁଏ ସୁନାରୁପା ଅଳଙ୍କାର। କିନ୍ତୁ ବିବାହ ଋତୁକୁ ଦୃଷ୍ଟିରେ ରଖି ଦୁଇ ସପ୍ତାହ ହେଲାଣି ରେକର୍ଡ ଛୁଇଁଛି ସୁନା ଦର। ପ୍ରଥମ ଥର ପାଇଁ ସୁନା ଦର ୬୨ହଜାର ପାର୍‌ କରିଛି। ଦୁଇ ସପ୍ତାହ ପୂର୍ବରୁ ସୁନା ୬୧ହଜାର ୯୧୪ଟଙ୍କା ଥିଲା। ଇଣ୍ଡିଆ ବୁଲିୟନ ଆଣ୍ଡ କୁଏଲର୍ସ ଆସୋସିଏସନ(ଆଇବିଜେଏ)ର ରିପୋର୍ଟ ଅନୁଯାୟୀ, ବୁଧବାର ୧୦ଗ୍ରାମ ପିଛା ୨୪କ୍ୟାରେଟ ସୁନା ୪୫୮ଟଙ୍କା ମହଙ୍ଗା ହୋଇଛି।

ଚଳିତବର୍ଷ ମେ’ରେ ସୁନା ଦର ୧୦ଗ୍ରାମ ପିଛା ୬୧,୬୪୬ଟଙ୍କା ଥିଲା। ବିଶେଷଜ୍ଞନୁୁସାରେ, ବର୍ଷକ ମଧ୍ୟରେ ଏହି ଦର ୬୭ହଜାର ଟପିପାରେ। ସେହିଭଳି ରୁପା ଦରରେ ମଧ୍ୟ ବୃଦ୍ଧି ଦେଖିବାକୁ ମିଳିଛି। କିଲୋଗ୍ରାମ ପିଛା ଏହା ୧୯୪୭ଟଙ୍କାକୁ ବଢି ୭୪,୯୯୩ରେ ପହଞ୍ଚିଛି।

Share