Categories: ବାଣିଜ୍ୟ

ସୁନା ୧୦୦୦ ଟଙ୍କା କମିଛି

ନୂଆଦିଲ୍ଲୀ,୨୬।୬: ଚଳିତ ସପ୍ତାହରେ ସୁନା ଦର ପାଖାପାଖି ୧୦୦୦ ଟଙ୍କା ହ୍ରାସ ପାଇଛି। ସୁନାର ଅଗଷ୍ଟ ଫ୍ୟୁଚର୍ସ ୧୦ ଗ୍ରାମ୍‌ ପିଛା ୫୦,୬୦୩ ଟଙ୍କା ରହିଛି। ବିଦେଶରେ ସୁନାର ଦର ୧୮୨୬ ଟଙ୍କା ପ୍ରତି ଆଉନ୍ସ ରହିଛି। ଏହାଛଡ଼ା ସପ୍ତାହ ଶେଷ ସୁଦ୍ଧା ଏମ୍‌ସିଏକ୍ସରେ ରୁପା ଦର କିଲୋଗ୍ରାମ୍‌ ପିଛା ୫୯,୭୪୯ ଟଙ୍କାରେ ବନ୍ଦ ହୋଇଛି। ଏନେଇ ସ୍ବସ୍ତିକା ଇନ୍‌ଭେଷ୍ଟମାର୍ଟର ସିନିୟର କମୋଡିଟି ରିସର୍ଚ୍ଚ ଆନାଲିଷ୍ଟ ନୃପେନ୍ଦ୍ର ଯାଦବ କହିଛନ୍ତି, ସୁନା ଦରରେ ଆଗକୁ ମଧ୍ୟ ହ୍ରାସ ଜାରି ରହିବ। ଆମେରିକୀୟ ଡଲାରରେ ଦୃଢ଼ ସ୍ଥିତି ଏବଂ ଟ୍ରେଜେରି ୟିଲ୍ଡର ପ୍ରଭାବ ସୁନା ଦର ଉପରେ ଦେଖିବାକୁ ମିଳୁଛି।

Share