Advertisement

୫୬ ହଜାରକୁ ଖସିପାରେ ସୁନା ଦର

ନୂଆଦିଲ୍ଲୀ,୬।୪: ସୁନା ଦର ଏବେ ସର୍ବୋଚ୍ଚ ସ୍ତରରେ ପହଞ୍ଚତ୍ଥିବାବେଳେ ଆଗାମୀ ବର୍ଷରେ ଏହା ସମ୍ଭବତଃ ୩୮%ହ୍ରାସ ପାଇ ୫୬,୦୦୦ ଟଙ୍କାକୁ ଖସିପାରେ ବୋଲି ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି। ଯୋଗାଣ ବୃଦ୍ଧି, ଚାହିଦା କମିବା ଏବଂ ବଜାର ପରିପୂର୍ଣ୍ଣତା କାରଣରୁ ଦର ଖସିପାରେ ବୋଲି କୁହାଯାଉଛି। ଆମେରିକାର ମର୍ନିଂଷ୍ଟାର ବିଶ୍ଳେଷକଙ୍କ ପୂର୍ବାନୁମାନ ଅନୁଯାୟୀ, ଆଗାମୀ କିଛି ବର୍ଷରେ ସୁନା ଦର ୩୮% ହ୍ରାସ ପାଇବ। ଅନ୍ତର୍ଜାତୀୟ ବଜାରରେ ୨୪ କ୍ୟାରେଟ୍‌ ସୁନା ଦର ଆଉନ୍ସ ପ୍ରତି ୩,୧୦୦ ଡଲାର ରହିଥିବାବେଳେ ଭାରତୀୟ ବଜାରରେ ୧୦ ଗ୍ରାମ୍‌ ପ୍ରତି ଦର ପାଖାପାଖି ୯୦,୦୦୦ ଟଙ୍କା ରହିଛି। ଏହା ସମ୍ଭବତଃ ପାଖାପାଖି ୪୦%କୁ ହ୍ରାସ ପାଇ ୧୦ ଗ୍ରାମ ପ୍ରତି ଦର ୫୫ ହଜାର ପାଖାପାଖି ହୋଇପାରେ ବୋଲି ଜନ୍‌ ମିଲ୍ସ କହିଛନ୍ତି। ଏହି ସମୟରେ ଅନ୍ତର୍ଜାତୀୟ ବଜାରରେ ସୁନା ଦର ଆଉନ୍ସ ପ୍ରତି ୧,୮୨୦ ଡଲାରକୁ ହ୍ରାସ ପାଇବ ବୋଲି ଆଶା କରାଯାଉଛି।
ଆର୍ଥତ୍କ ଅନିଶ୍ଚିତତା, ମୁଦ୍ରାସ୍ଫୀତି ଚିନ୍ତା ଏବଂ ଭୂରାଜନୈତିକ ଉତ୍ତେଜନା ଯୋଗୁ ସୁନା ଦର ବଢ଼ିଚାଲିଥିଲା। ସୁନାରେ ନିବେଶ କରିବାକୁ ନିବେଶକମାନେ ସୁରକ୍ଷିତ ମଣୁଥିଲେ। ତେବେ ଏକାଧିକ କାରଣ ପାଇଁ ସୁନା ଦର ହ୍ରାସ ପାଇବାକୁ ଯାଉଛି।
ସୁନା ଉତ୍ପାଦନ ବଢ଼ିଥିବାବେଳେ ବୈଶ୍ୱିକ ସ୍ତରରେ ସୁନା ରିଜର୍ଭ ୯% ବୃଦ୍ଧି ପାଇ ୨,୧୬,୨୬୫ ଟନ୍‌ରେ ପହଞ୍ଚତ୍ଛି। ଅଷ୍ଟ୍ରେଲିଆ ଉତ୍ପାଦନ ବଢ଼ାଇବା ସହ ସୁନା ରିସାଇକ୍ଲିଂ କରି ଯୋଗାଣ ବୃଦ୍ଧି କରିଛି। କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଗତବର୍ଷ ୧,୦୪୫ ଟନ୍‌ ସୁନା କିଣିଥିବାବେଳେ ଚଳିତ ବର୍ଷ ଏହା ହ୍ରାସ ପାଇପାରେ। ୭୧% କେନ୍ଦ୍ରୀୟ ବ୍ୟାଙ୍କ ସେମାନଙ୍କ ସୁନା ଭଣ୍ଡାର କମାଇବାକୁ ଯୋଜନା କରିଥିବା ଓ୍ବାଲର୍‌ଡ ଗୋଲ୍ଡ କାଉନ୍‌ସିଲ ସର୍ଭେରୁ ଜଣାପଡ଼ିଛି। ସେହିପରି ୨୦୨୪ରେ ସୁନା ସେକ୍ଟରରେ ମିଶ୍ରଣ ଏବଂ ଅଧିଗ୍ରହଣ ୩୨% ବଢ଼ିଥିଲା। ଏହିସବୁ କାରଣରୁ ସୁନା ଦର ହ୍ରାସ ପାଇବ ବୋଲି ମିଲ୍ସ ପୂର୍ବାନୁମାନ କରିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share