ନୂଆଦିଲ୍ଲୀ, ୧୭ା୩: ଅନ୍ତର୍ଜାତୀୟ ବଜାରରେ ବୁଧବାର ବହୁମୂଲ୍ୟ ଧାତୁ ସୁନା ଏବଂ ରୂପା ଦରରେ ପରିବର୍ତ୍ତନ ଆସିଥିବା ଦେଖିବାକୁ ମିଳିଛି। ସୁନାଦର ୨୧୬ଟଙ୍କା ହ୍ରାସ ଘଟିଥିବା ବେଳେ ରୂପା ଦାମ୍ ୨୦୦ଟଙ୍କା ବୃଦ୍ଧି ହୋଇଛି। ପୂର୍ବରୁ ସୁନା ୧୦ଗ୍ରାମ ପିଛା ୫୧,୪୯୫ଟଙ୍କା ଥିବା ବେଳେ, ବର୍ତ୍ତମାନ ହ୍ରାସ ଘଟି ୫୧,୨୭୯ ଟଙ୍କାରେ ପହଞ୍ଚିଛି। ସେହିପରି ରୂପା ଦର ବୃଦ୍ଧି ଘଟି ପୂର୍ବରୁ ୬୭,୬୨୭ଟଙ୍କା ଥିବାବେଳେ ବର୍ତ୍ତମାନ ୬୭,୮୨୭ଟଙ୍କା ହୋଇଛି।