ନୂଆଦିଲ୍ଲୀ: ଗତ କିଛିଦିନ ହେବ ଶେୟାର ବଜାର ଯେଉଁ ହାରରେ ଆଗକୁ ବଢୁଛି ଠିକ୍ ସେହି ଅନୁପାତରେ ଭାରତୀୟ ବଜାରରେ ସୁନା ଦର ମଧ୍ୟ ହ୍ରାସ ପାଉଥିବା ସୂଚନା ମିଳିଛି। ଶନିବାର ପ୍ରତି ୧୦ ଗ୍ରାମ ସୁନା ପିଛା ଦର ୪୭,୨୭୦ ଟଙ୍କା ରହିଥିବା ଜଣାପଡିଛି। ଏହି ମୂଲ୍ୟବାନ୍ ଧାତୁ କାରବାର ହେଉଥିବା ବଜାର ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ସୁନା ଦାମ୍ ପ୍ରାୟ ୫୫୦ ଟଙ୍କା ହ୍ରାସ ପାଇଛି। ସେହିଭଳି ଏହି ସମୟରେ ରୁପା ଦର ମଧ୍ୟ କେଜି ପିଛା ୬୮,୬୭୧ ଟଙ୍କା ହୋଇଛି।
ଅନ୍ୟପକ୍ଷରେ ଭୁବନେଶ୍ବରରେ ବର୍ତ୍ତମାନ ସମୟରେ ୨୨ କ୍ୟାରେଟ୍ ୧୦ ଗ୍ରାମ ସୁନାର ଦାମ ୪୭,୪୭୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦାମ୍ ୪୯ ହଜାର ୯୧୦ ଟଙ୍କା ରହିଛି। ସେହିପରି ରୁପା କେଜି ପିଛା ଦାମ୍ ୭୦,୫୫୦ ଟଙ୍କା ରହିଥିବା ସୂଚନା ମିଳିଛି।