ହୋଲିରେ ପୁଣି ବଢ଼ିଲା ସୁନା ଦର, କେତେ ଟଙ୍କାରେ ପହଞ୍ଚିଲା ଜାଣନ୍ତୁ…

ନୂଆଦିଲ୍ଲୀ,୧୩ା୩: ଦିଲ୍ଲୀରେ ସୁନା ଦର ଗୁରୁବାର ୧୦ ଗ୍ରାମ୍‌ ପ୍ରତି ୬୦୦ ଟଙ୍କା ବୃଦ୍ଧି ପାଇ ସର୍ବାଧିକ ୮୯,୪୫୦ ଟଙ୍କାରେ ପହଞ୍ଚିଛି। ବୁଧବାର ୯୯.୯ ପ୍ରତିଶତ ଶୁଦ୍ଧ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୮୮,୮୫୦ ଟଙ୍କା ରହିଥିଲା। ସେହିପରି ୯୯.୫ ପ୍ରତିଶତ ବିଶୁଦ୍ଧ ସୁନା ଦର ୬୦୦ ଟଙ୍କା ବୃଦ୍ଧି ପାଇ ଗୁରୁବାର ୮୯,୦୫୦ ଟଙ୍କା ହୋଇଛି।

ପୂର୍ବଦିନ ଏହାର ଦର ୮୮,୪୫୦ ଟଙ୍କା ଥିଲା। ସୂଚନାଯୋଗ୍ୟ, ଫେବୃଆରୀ ୨୦ରେ ୯୯.୯ ପ୍ରତିଶତ ଏବଂ ୯୯.୫ ପ୍ରତିଶତ ଶୁଦ୍ଧ ସୁନା ଦାମ୍‌ ଯଥାକ୍ରମେ ସର୍ବାଧିକ ୮୯,୪୫୦ ଟଙ୍କା ଏବଂ ୮୯.୦୫୦ ଟଙ୍କା ରହିଥିଲା।

ସେହିପରି ରୁପା ଦର ମଧ୍ୟ ୧,୦୦୦ ଟଙ୍କା ବୃଦ୍ଧି ପାଇ କିଲୋଗ୍ରାମ ପ୍ରତି ଦର ୧,୦୧,୨୦୦ ଟଙ୍କାରେ ପହଞ୍ଚତ୍ଛି, ଯାହାକି ୫ ମାସ ମଧ୍ୟରେ ସର୍ବାଧିକ। ଦିନକ ପୂର୍ବରୁ ରୁପା ଦର ୧,୦୦,୨୦୦ ଟଙ୍କା ରହିଥିଲା।

Share