Categories: ବାଣିଜ୍ୟ

୩ ସପ୍ତାହରେ ୩,୦୦୦ ଟଙ୍କା କମିଲା ସୁନା, ଜାଣନ୍ତୁ ଆପଣଙ୍କ ସହରରେ କେତେ?

ଭୁବନେଶ୍ୱର, ୯।୬ (ଅଭୟ ଦାଶ): ଘରୋଇ ବଜାରରେ କ୍ରମାଗତ ଭାବେ ଉଭୟ ସୁନା ଓ ରୁପା ଦର ହ୍ରାସ ପାଉଛି। ଏପରିକି ଗତ ୩ ସପ୍ତାହ ମଧ୍ୟରେ ଉଭୟ ସୁନା ଓ ରୁପା ଦର ପ୍ରାୟ ୩୦୦୦ ଟଙ୍କା କମିଥିବା ଅଳଙ୍କାର ପ୍ରତିଷ୍ଠାନଗୁଡିକ ପକ୍ଷରୁ ସୂଚନା ଦିଆଯାଇଛି।

ଉଲ୍ଲେଖଯୋଗ୍ୟ, ୨୦୨୪ ମେ ଶେଷ ସପ୍ତାହରେ ଭୁବନେଶ୍ୱର ବଜାରର ସୁନା ଦର ପ୍ରତି ୧୦ ଗ୍ରାମ ପିଛା ୨୪ କ୍ୟାରେଟ ସୁନା ଦର ୭୪,୫୧୦ ଟଙ୍କା ଥିଲାବେଳେ ୨୦୨୪ ଜୁନ ୨ୟ ସପ୍ତାହ ଶେଷ ସୁଦ୍ଧା ପ୍ରତି ୧୦ ଗ୍ରାମ ପିଛା ୨୪ କ୍ୟାରେଟ ସୁନା ଦର ୭୧,୬୭୩ ଟଙ୍କାରେ କାରବାର ହେଉଛି। ସେହିଭଳି ୨୦୨୪ ମେ ଶେଷ ସପ୍ତାହରେ ଭୁବନେଶ୍ୱର ବଜାରର ସୁନା ଦର ପ୍ରତି ୧୦ ଗ୍ରାମ ପିଛା ୨୨ କ୍ୟାରେଟ ସୁନାର ଦର ୬୮,୩୦୦ ଟଙ୍କା ଥିଲାବେଳେ ୨୦୨୪ ଜୁନ ୨ୟ ସପ୍ତାହ ଶେଷ ସୁଦ୍ଧା ପ୍ରତି ୧୦ ଗ୍ରାମ ପିଛା ୨୨ କ୍ୟାରେଟ ସୁନାର ଦର ୬୫,୭୦୦ଟଙ୍କାରେ କାରବାର ହେଉଛି। ଅପରପକ୍ଷରେ ୨୦୨୪ ମେ ଶେଷ ସପ୍ତାହରେ ଭୁବନେଶ୍ୱର ବଜାରର ରୁପା ଦର କିଲୋଗ୍ରାମ ପିଛା ପ୍ରାୟ ୯୫,୦୦୦ ଟଙ୍କା ଥିଲାବେଳେ ୨୦୨୪ ଜୁନ ୨ୟ ସପ୍ତାହ ଶେଷ ରୁପା ଦର କିଲୋଗ୍ରାମ ପିଛା ପ୍ରାୟ ୯୨,୦୦୦ଟଙ୍କାରେ କାରବାର ହେଉଛି ବୋଲି ଭୁବନେଶ୍ୱର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ମାଲାବାର ଗୋଲଡ ଆଣ୍ଡ ଡାଇମଣ୍ଡ ଏବଂ ସ୍ମାଇଲ ଗୋଲଡ ଜୁଏଲର୍ସ ପକ୍ଷରୁ ସୂଚନା ଦିଆଯାଇଛି।

ସେହିପରି ନୂଆଦିଲ୍ଲୀରେ ମଧ୍ୟ ଶୁକ୍ରବାର ଉଭୟ ସୂନା ଓ ରୁପା ଦରରେ ପରିବର୍ତ୍ତନ ହୋଇଛି। ଏପରିକି ନୂଆଦିଲ୍ଲୀରେ ସୁନା ଦର ପ୍ରତି ୧୦ ଗ୍ରାମ ପିଛା ୨୪ କ୍ୟାରେଟ ସୁନା ଦର ୭୯୯ ଟଙ୍କା କମି ୭୪,୨୮୬ ଟଙ୍କାରେ କାରବାର କରୁଥିଲାବେଳେ ପ୍ରତି ୧୦ ଗ୍ରାମ ପିଛା ୨୨କ୍ୟାରେଟ ସୁନାର ଦର ୭୩୨ ଟଙ୍କା ହ୍ରାସ ପାଇ ୬୮,୦୪୬ ଟଙ୍କାରେ ପହଞ୍ଚତ୍ଛି। ଏପରିକି ରୁପା ଦର ୪୦୦ ଟଙ୍କା ହ୍ରାସ ପାଇ କିଲୋ ପିଛା ୯୦,୭୨୦ ଟଙ୍କାରେ କାରବାର ହେଉଛି। ସୂଚନାଯୋଗ୍ୟ, ମୁମ୍ବାଇ ବଜାରରେ ପ୍ରତି ୧୦ ଗ୍ରାମ ୨୪ କ୍ୟାରେଟ ସୁନାର ଦର ୭୩,୫୬୭ ଟଙ୍କା ଥିଲାବେଳେ ରୁପା ଦର କିଲୋପିଛା ୯୦,୭୨୦ ଟଙ୍କାରେ ପହଞ୍ଚତ୍ଛି। ସେହିପରି ଚେନ୍ନାଇ ବଜାରରେ ପ୍ରତି ୧୦ ଗ୍ରାମ ୨୪ କ୍ୟାରେଟ ସୁନାର ଦର ୭୩,୯୯୮ ଟଙ୍କା ଥିଲାବେଳେ ରୁପା ଦର କିଲୋପିଛା ୯୦,୭୨୦ ଟଙ୍କା ଏବଂ କୋଲକାତା ବଜାରରେ ପ୍ରତି ୧୦ ଗ୍ରାମ ୨୪ କ୍ୟାରେଟ ସୁନାର ଦର ୭୩,୮୫୫ ଟଙ୍କା ଥିଲାବେଳେ ରୁପା ଦର କିଲୋପିଛା ୯୦,୭୨୦ ଟଙ୍କାରେ କାରବାର ହେଉଛି।

Share