Categories: ବାଣିଜ୍ୟ

ଅନେକ ଦିନର ହ୍ରାସ ପରେ ବଦଳିଲା ଟ୍ରେଣ୍ଡ, ପୁଣି ବୃଦ୍ଧି ପାଇଲା ସୁନା ଏବଂ ରୂପା ମୂଲ୍ୟ

ନୂଆଦିଲ୍ଲୀ,୨୬।୪: ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଶୁକ୍ରବାର ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାରରେ ସୁନା ୨୦୦ ଟଙ୍କା ମହଙ୍ଗା ହୋଇ ୭୧,୪୦୦ ଟଙ୍କାରୁ ଅଧିକ ହୋଇଛି। ରୂପା ମୂଲ୍ୟ ମଧ୍ୟ ବଢୁଛି ଏବଂ ଏହା ୪୮୦ ଟଙ୍କା ମହଙ୍ଗା ହୋଇଛି ଏବଂ କିଲୋଗ୍ରାମ ପିଛା ୮୧,୦୦୦ ଟଙ୍କା ଅତିକ୍ରମ କରିଛି।

ଦିଲ୍ଲୀରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୭୨,୮୬୦ ଟଙ୍କାରେ ଏବଂ ରୂପା କିଲୋଗ୍ରାମରେ ୮୪,୫୦୦ ଟଙ୍କାରେ ବିକ୍ରି ହେଉଛି।
କୋଲକାତାରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୭୨,୭୧୦ ଟଙ୍କାରେ ଏବଂ ରୂପା କିଲୋଗ୍ରାମରେ ୮୪,୫୦୦ ଟଙ୍କାରେ ବିକ୍ରି ହେଉଛି।
ଚେନ୍ନାଇରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପ୍ରତି ୭୩,୬୯୦ ଟଙ୍କାରେ ଏବଂ ରୂପା କିଲୋଗ୍ରାମରେ ୮୮,୦୦୦ ଟଙ୍କାରେ ବିକ୍ରି ହେଉଛି।
ମୁମ୍ବାଇରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୭୨,୭୧୦ ଟଙ୍କାରେ ଏବଂ ରୂପା କିଲୋଗ୍ରାମରେ ୮୪,୫୦୦ ଟଙ୍କାରେ ବିକ୍ରି ହେଉଛି।
ନୋଏଡାଠାରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୭୨,୮୬୦ ଟଙ୍କାରେ ଏବଂ ରୂପା କିଲୋଗ୍ରାମରେ ୮୪,୫୦୦ ଟଙ୍କାରେ ବିକ୍ରି ହେଉଛି।
ପାଟନାରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୭୨,୭୬୦ ଟଙ୍କାରେ ଏବଂ ରୂପା କିଲୋଗ୍ରାମରେ ୮୪,୫୦୦ ଟଙ୍କାରେ ବିକ୍ରି ହେଉଛି।
ଜୟପୁର ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୭୨,୮୬୦ ଟଙ୍କାରେ ଏବଂ ରୂପା କିଲୋଗ୍ରାମରେ ୮୪,୫୦୦ ଟଙ୍କାରେ ବିକ୍ରି ହେଉଛି।
ପୁଣେରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୭୨,୭୧୦ ଟଙ୍କାରେ ଏବଂ ରୂପା କିଲୋଗ୍ରାମରେ ୮୪,୫୦୦ ଟଙ୍କାରେ ବିକ୍ରି ହେଉଛି।
ଗୁରୁଗ୍ରାମରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୭୨,୮୬୦ ଟଙ୍କାରେ ଏବଂ ରୂପା କିଲୋଗ୍ରାମରେ ୮୪,୫୦୦ ଟଙ୍କାରେ ବିକ୍ରି ହେଉଛି।

ବିଶ୍ୱ ବଜାରରେ ମଧ୍ୟ ସୁନା ଓ ରୂପା ମୂଲ୍ୟରେ ବୃଦ୍ଧି ଦେଖିବାକୁ ମିଳୁଛି। ଆନ୍ତର୍ଜାତୀୟ ବଜାରରେ, ଅନ୍ସ ପ୍ରତି ୨,୩୩୪.୮୩ ଡଲାରରେ ପହଞ୍ଚିଛି।

Share