ପ୍ରଥମ ଥର ୭୦ ହଜାର ପାର କଲା ସୁନା ମୂଲ୍ୟ, ରୂପ ୮୦ ହଜାର ନିକଟତର 

ନୂଆଦିଲ୍ଲୀ, ୪।୪: ସୁନା ମୂଲ୍ୟର ବୃଦ୍ଧି ଧାରା ଜାରି ରହିଛି। ନୂତନ ଆର୍ଥିକ ବର୍ଷ ଆରମ୍ଭରୁ ସୁନାର ମୂଲ୍ୟ ବହୁତ ବୃଦ୍ଧି ପାଇଛି ଏବଂ ଏହାର ମୂଲ୍ୟ ରେକର୍ଡ ୭୦,୦୦୦ ଟଙ୍କା ଅତିକ୍ରମ କରିଛି। ସୁନା ସହିତ ରୂପା ମୂଲ୍ୟ ମଧ୍ୟ ବଢ଼ିବାରେ ଲାଗିଛି ଏବଂ ଏହା କିଲୋଗ୍ରାମ ପିଛା ୮୦,୦୦୦ ରୁ କିଛି ଟଙ୍କା ଦୂରରେ ଅଛି।
ଏପ୍ରିଲ ୪ ବୁଧବାର ଦିନ, ଏମସିଏକ୍ସର ଫ୍ୟୁଚର ବଜାରରେ ସୁନା ୭୦,୦୦୦ ଟଙ୍କା ଅତିକ୍ରମ କରିଛି। ସୁନା ପ୍ରଥମ ଥର ପାଇଁ ୭୦ ହଜାର ଟଙ୍କା ଉଚ୍ଚ ସ୍ତରକୁ ଛୁଇଁଛି। ଗତକାଲି ତୁଳନାରେ ସୁନା ଆଜି ୩୭୨ ଟଙ୍କା ମହଙ୍ଗା ହୋଇ ୧୦ ଗ୍ରାମ ପିଛା ୭୦,୧୫୦ ଟଙ୍କାରେ ପହଞ୍ଚିଛି। ଏହାପୂର୍ବରୁ ବୁଧବାର ଦିନ ୧୦ ଗ୍ରାମ ପ୍ରତି ସୁନା ୬୯,୭୭୮ ଟଙ୍କା ବନ୍ଦ ହୋଇଯାଇଥିଲା।
ସୁନା ସହିତ ରୂପା ମୂଲ୍ୟ ମଧ୍ୟ ରେକର୍ଡ ସୃଷ୍ଟି କରୁଛି। ଗୁରୁବାର ଦିନ, ଏମସିଏକ୍ସ ଉପରେ ରୂପା ୬୮୯ ଟଙ୍କା ବୃଦ୍ଧି ପାଇ କିଲୋଗ୍ରାମ ପିଛା ୭୯,୭୦୦ ଟଙ୍କା ସ୍ତରରେ ପହଞ୍ଚିଛି। ବୁଧବାର ଦିନ ରୂପା ୭୯,୦୦୧ ଟଙ୍କା ସ୍ତରରେ ବନ୍ଦ ହୋଇଛି।
କେବଳ ଘରୋଇ ନୁହେଁ ବିଶ୍ୱ ବଜାରରେ ମଧ୍ୟ ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଉଛି। ସାରା ବିଶ୍ୱରେ ଅନିଶ୍ଚିତତା ସମୟରେ ଲୋକମାନେ ସୁନା ଓ ରୂପା ଭଳି ଦ୍ରବ୍ୟରେ ବିନିଯୋଗ କରିବାକୁ ପସନ୍ଦ କରନ୍ତି। ବିଶ୍ୱ ବଜାରରେ ସୁନା ବୁଧବାର ୦.୦୫ ପ୍ରତିଶତ ବୃଦ୍ଧି ହୋଇ ଅନ୍ସ ପିଛା ୨୨୯୮.୭୪ ଡଲାରରେ ପହଞ୍ଚିଛି। ଗତକାଲି ତୁଳନାରେ ରୂପା ମଧ୍ୟ ୦.୦୬ ପ୍ରତିଶତ ବୃଦ୍ଧି ପାଇ ୨୭.୧ ପ୍ରତିଶତ ସ୍ତରରେ ପହଞ୍ଚିଛି।

Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଛଟେଇ କରିବ ମେଟା: ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ କର୍ମଚାରୀ ସାମିଲ

ନୂଆଦିଲ୍ଲୀ,୧୭ା୧୦: ଭବିଷ୍ୟତକୁ ଦୃଷ୍ଟିରେ ରଖି ଛଟେଇ କରିବାକୁ ଯାଉଛି ମେଟା। ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ ଏବଂ ରିଅଲିଟି ଲ୍ୟାବ୍ ସମେତ ୟୁନିଟ୍ ଗୁଡିକରେ କର୍ମଚାରୀଙ୍କୁ ଛଟେଇ...

ଅକ୍ଟୋବରରେ ବଢ଼ିଲା ଏଫ୍‌ଡି ମୂଲ୍ୟ, ୭.୫%ରୁ ଅଧିକ ସୁଧହାର ଦେଉଛନ୍ତି ୧୦ ବ୍ୟାଙ୍କ

ନୂଆଦିଲ୍ଲୀ,୧୭।୧୦: କ୍ରମାଗତ ଭାବେ ବ୍ୟାଙ୍କର ନଗଦ ରାଶି ହ୍ରାସ ପାଇବା ସହିତ ବ୍ୟାଙ୍କ କାରବାରରେ ମଧ୍ୟ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ଉଭୟ ବ୍ୟାଙ୍କ ଓ...

ସୁଲଭ ଇଣ୍ଟରନେଟ୍ ପାଇଁ ଭାରତ ସରକାର ନେଲେ ବଡ଼ ନିଷ୍ପତ୍ତି: ପ୍ରଶଂସା କଲେ ଏଲନ ମସ୍କ

ନୂଆଦିଲ୍ଲୀ,୧୬ା୧୦: ଭାରତରେ ଖୁବଶୀଘ୍ର ଉପଲବ୍ଧ ହେବାକୁ ଯାଉଛି ସାଟେଲାଇଟ ଇଣ୍ଟରନେଟ୍। ଏଥିପାଇଁ କେନ୍ଦ୍ର ସରକାର ସ୍ପେକ୍ଟ୍ରମ୍ ନିଲାମ କରିବା ବଦଳରେ ବିଶ୍ୱ ସ୍ତରୀୟ ନୀତି ଅନୁସରଣ...

କ୍ରୋକୋଡାଇଲ ଷ୍ଟୋରର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୬।୧୦: ଦେଶର ପ୍ରମୁଖ ପ୍ରିମିୟମ ପୋଷାକ ବ୍ରାଣ୍ଡ୍‌ ତଥା ଅଗ୍ରଣୀ ରିଟେଲ ଚେନ୍‌ ‘କ୍ରୋକୋଡାଇଲ’ର ଏକ୍ସକ୍ଲୁସିଭ ଷ୍ଟୋର (କ୍ରୋକୋଡାଇଲ ସିମ୍ପୋନି ମଲ୍‌ ପାହାଳ ଷ୍ଟୋର) ର...

ରିଲାଏନ୍ସ ଜିଓର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୧୬।୧୦(ଅଭୟ ଦାଶ): ରିଲାଏନ୍ସ ଜିଓର ନୂତନ ଉତ୍ପାଦ ‘ଜିଓଭାରତ ଭି୩ ଏବଂ ଜିଓ ଭାରତ ଭି୪’ ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏପରିକି ଏହି ୨ ନୂଆ...

ମାମାଆର୍ଥ ସହ ମିଶୋର ବୁଝାମଣା

ନୂଆଦିଲ୍ଲୀ,୧୬।୧୦: ଭାରତରେ ଦ୍ରୁତ ବୃଦ୍ଧି ପାଉଥିବା ପର୍ସନାଲ କେୟାର ବ୍ରାଣ୍ଡ୍‌ ମାମାଆର୍ଥ ଏବଂ ଇ-କର୍ମସ ପ୍ଲାଟ୍‌ଫର୍ମ ମିଶୋ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି।...

ଭାରତୀୟ ଡେଟା ସେଣ୍ଟରରେ ଭାରତର ଡେଟା ରହୁ: ଆକାଶ

ନୂଆଦିଲ୍ଲୀ,୧୬।୧୦: ଭାରତରେ ଡେଟା ସୃଷ୍ଟି ହେବାର ଆକାର ଏବଂ ଗତି ବେଶ୍‌ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଏପରିକି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସହିତ ଆହୁରି...

ସେପ୍ଟେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ହାର ୫.୪୯%

ଭୁବନେଶ୍ୱର,୧୫ା୧୦(ଅନୁରାଧା ମହାରଣା): ପନିପରିବା ମୂଲ୍ୟରେ ବ୍ୟାପକ ବୃଦ୍ଧି ହେତୁ ଖୁଚୁରା ମୁଦ୍ରାସ୍ଫୀତି ହାରରେ ତୀବ୍ର ବୃଦ୍ଧି ଘଟିଛି। ଗତ ୯ମାସ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ଖୁଚୁରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri