Categories: ଫୁରସତ

ସୁନାର କଥା

ସୁନାର ନାଁ ଶୁଣିଲେ ଆଖିରେ ଆପେ ଆସିଯାଏ ଚମକ୍‌। ଗହଣାଠୁ ଆରମ୍ଭ କରି ଔଷଧ, ଖାଦ୍ୟ ଓ ପାନୀୟରେ ବ୍ୟବହାର କରାଯାଉଥିବା ଏହି ସୁନା କାହିଁ କେବେଠୁ ମଣିଷ ଜୀବନର ଏକ ପ୍ରମୁଖ ଅଙ୍ଗ ପାଲଟିଛି। ସେଇ ସୁନା ସମ୍ପର୍କରେ କିଛି…

ପୃଥିବୀ ନିର୍ମାଣ ହେବା ପରେ ପ୍ରାୟ ୨୦୦ ମିଲିୟନ ବର୍ଷ ପୂର୍ବେ ଉଲ୍‌୍‌କାପିଣ୍ଡଗୁଡିକ ପୃଥିବୀରେ ବାଡେଇ ହେବା ଯୋଗୁ ପୃଥିବୀରେ ସୁନା ଆସିଥିବା କୁହାଯାଏ। ସୁନା ହେଉଛି ଏକ କେମିକାଲ ଏଲିମେଣ୍ଟ ଯାହାର ସିମ୍ବଲ Au। ଯାହାକି ସୁନାର ଲାଟିନ ନାମ ‘ଅରମ୍‌୍‌’ରୁ ଆସିଛି। ଏହାର ଅର୍ଥ ‘ଗ୍ଲୋ ଅଫ୍‌ ସନ୍‌ରାଇଜ୍‌’।
ସୁନା ହେଉଛି ଏକମାତ୍ର ଧାତୁ ଯାହାର ବର୍ଣ୍ଣ ହଳଦିଆ ବା ସୁବର୍ଣ୍ଣ। ଅନ୍ୟ ଧାତୁ ହଳଦିଆରଙ୍ଗରେ ପରିବର୍ତ୍ତିତ ହୋଇପାରନ୍ତି, କିନ୍ତୁ କେବଳ ସେତେବେଳେ ଯେବେ ତାହା ଅମ୍ଳିକୃତ ହୁଏ ଅବା ଅନ୍ୟ କୌଣସି ରସାୟନ ସହ ମିଶେ।
ସୁନା ବେଶ୍‌ ନମନୀୟ। ୨୮ ଗ୍ରାମ ସୁନାକୁ ୮ କି.ମି. ଲମ୍ବ ତାରର ରୂପ ଦିଆଯାଇପାରେ। ସେହିଭଳି ୨୮ ଗ୍ରାମ ସୁନାକୁ ପିଟି ପିଟି ୩୦୦ ବର୍ଗ ଫୁଟର ପତଳା ସିଟ୍‌ରେ ରୂପାନ୍ତରିତ କରାଯାଇପାରେ। ଏମିତିକି ସୁନାକୁ ପିଟି ପିଟି ପାରଦର୍ଶୀ ପତଳା ସିଟ୍‌ରେ ରୂପାନ୍ତରିତ କରିହେବ।
ସୁନା କିନ୍ତୁ ଆଦୌ ବିଷାକ୍ତ ହୋଇ ନ ଥାଏ। ତେଣୁ ଗୋଲ୍ଡ ଫ୍ଲେକ୍‌କୁ ଖାଦ୍ୟ ଓ ପାନୀୟରେ ବ୍ୟବହାର କରାଯାଏ।
ସୁନାକୁ ଇଲେକ୍ଟ୍ରୋନିକ୍ସ, ଇଲେକ୍ଟ୍ରିକାଲ ଓ୍ବାୟରିଂ, ଡେଣ୍ଟିଷ୍ଟ୍ରି, ମେଡିସିନ୍‌, ରେଡିଏସନ୍‌ ଶିଲ୍ଡିଂ ଆଦିରେ ବି ବ୍ୟବହାର କରାଯାଇଥାଏ।
ସୁଦ୍ଧ ସୁନା ସୁଗନ୍ଧ ଓ ସ୍ବାଦ ବିହୀନ ହୋଇଥାଏ।
ଏଫ୍‌୧ କାର୍‌ର ଇଞ୍ଜିନ ସୁନାରେ ତିଆରି ହୋଇଥାଏ। ମାକ୍‌ ଲରେନସ୍‌ଙ୍କର ଆଇକୋନିକ୍‌ ଏଫ୍‌୧ର ଇଞ୍ଜିନରେ ୧୬ ଗ୍ରାମର ସୁନା ବ୍ୟବହାର ହୋଇଥାଏ।
୧୯୧୨ ପର୍ଯ୍ୟନ୍ତ ଅଲିମ୍ପିକ ଗୋଲ୍ଡ ମେଡାଲ ଖାଣ୍ଟି ସୁନାରେ ତିଆରି ହେଉଥିଲା। ହେଲେ ଏବେ ଅତିକମ୍‌ରେ ୯୨% ରୁପା ଓ ୬ ଗ୍ରାମ ସୁନା ରହୁଛି।
ଏଯାବତ୍‌ ୧୯୦,୦୦୦ଟନ୍‌ ଭୂତଳ ସୁନା ଖଣିରୁ ଖନନ୍‌ ହୋଇ ସାରିଛି। ଏବେ କେବଳ ୫୦,୦୦୦ ଟନ୍‌ ଭୂତଳ ସୁନା ସାରା ପୃଥିବୀରେ ଅଛି। ତେଣୁ ଏହାର ଦାମ ଦିନକୁ ଦିନ ବଢିବାରେ ଲାଗିଛି।

Share