ବ୍ରହ୍ମପୁର ଅଫିସ,୨୩ା୧୦: ବ୍ରହ୍ମପୁର ଆଇଟିଆଇ ଜାତୀୟସ୍ତରୀୟ ଦକ୍ଷତାଭିତ୍ତିକ ପ୍ରତିଯୋଗିତାରେ ସଫଳତା ହାସଲ କରିଛି। ଗତ ୨୦ରୁ ୨୩ ତାରିଖ ଯାଏ ବିହାର ପାଟନାଠାରେ ଏହି ପ୍ରତିଯୋଗିତା ହୋଇଥିଲା। ଏଥିରେ ୮ଟି ରାଜ୍ୟର ଛାତ୍ରୀଛାତ୍ର ଅଂଶଗ୍ରହଣ କରିଥିଲେ। ଏଥିମଧ୍ୟରୁ ବ୍ରହ୍ମପୁର ଆଇଟିଆଇ ଇଲେକଟ୍ରିିକାଲ ଇନଷ୍ଟାଲସନ୍ରେ ବରୁଣ ସାହୁଙ୍କୁ ସ୍ବର୍ଣ୍ଣ ପଦକ , ଲ୍ୟାଣ୍ଡ ର୍ସ୍କାପରେ ପ୍ରସାଦ କୁମାର ଦାଶ ଉତ୍ତମ ପ୍ରଧାନଙ୍କୁ ୨ଟି ସ୍ବର୍ଣ୍ଣ ଏବଂ ପେଣ୍ଟିଂ ଓ ଡେକୋରେଟିଂରେ ଅନୁରାଧା ବିଶ୍ୱାଳ ରୌପ୍ୟ ପଦକ ହାସଲ କରିଛନ୍ତି। ଏଥିସହ ୧୧ ହଜାର ଟଙ୍କା ପୁରସ୍କାର ରାଶି ସାଙ୍ଗକୁ ମାନପତ୍ର ମିଳିଛି। ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ବିହାରର ରାଜ୍ୟପାଳ ଫାରୁ ଚାୈହାନ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଛାତ୍ରୀଛାତ୍ରଙ୍କୁ ଉତ୍ସାହିତ କରିଥିଲେ। ଆଇଟିଆଇ ଅଧ୍ୟକ୍ଷ ଡ.ରଜତ କୁମାର ପାଣିଗ୍ରାହୀ କୃତୀ ଛାତ୍ରୀଛାତ୍ରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।