Categories: ଖେଳ

ଶ୍ରାବଣୀ ନନ୍ଦଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ୱର,୨୦ା୬.(ସରୋଜ ଜେନା): କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ୬୨ ତମ ଜାତୀୟ ଆନ୍ତଃ ରାଜ୍ୟ ଆଥ୍‌ଲେଟିକ ମିଟ୍‌ରେ ଶ୍ରାବଣୀ ନନ୍ଦଙ୍କୁ ସ୍ବର୍ଣ୍ଣ ପଦକ। ୨୦୦ ମିଟର ମହିଳା ସ୍ପ୍ରିଣ୍ଟରେ ଶ୍ରାବଣୀ ୨୩.୭୭ ସେକେଣ୍ଡର ସମୟ ସହିତ ପ୍ରଥମ ସ୍ଥାନରେ ରହି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଉତ୍ତର ପ୍ରଦେଶର ପ୍ରାଚୀ ୨୪.୧୨ ସେକେଣ୍ଡର ଟାଇମିଂ ସହିତ ରୌପ୍ୟ ଓ କେରଳର ପି.ଡି. ଅଞ୍ଜଳି ୨୪.୨୫ ସେକେଣ୍ଡର ଟାଇମିଂ ସହିତ ତୃତୀୟ ସ୍ଥାନରେ ରହି ବ୍ରୋଞ୍ଜ ପଦକ ହାସଲ କରିଥିଲେ। ତେବେ ୨୦୦ ମିଟର ସ୍ପ୍ରିଣ୍ଟରେ କୌଣସି ବି ଖେଳାଳି ଏସିଆନ୍‌ ଗେମ୍ସ ପାଇଁ ଯୋଗ୍ୟତା ହାସଲ କରିପାରି ନାହାନ୍ତି। ଚଳିତ ଟୁର୍ନାମେଣ୍ଟରେ ଏହା ଶ୍ରାବଣୀଙ୍କ ତୃତୀୟ ପଦକ। ଏହା ପୂର୍ବରୁ ସେ ୧୦୦ ମିଟର ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରିଥିବା ବେଳେ ୪x୧୦୦ ମିଟର ରିଲେ ଦଳରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ଟୁର୍ନାମେଣ୍ଟ ପୂର୍ବରୁ ଶ୍ରାବଣୀ ଜାମାଇକାରେ ପ୍ରଶିକ୍ଷଣ ନେଇଥିବା ବେଳେ ଓଡ଼ିଶା ପାଇଁ ୩ ପଦକ ଜିତିବାରେ ସମର୍ଥ ହୋଇଛନ୍ତି।

Share