ଆଗକୁ ଦୀପାବଳି: ପୁଣି ଶସ୍ତା ହେଲା ସୁନା, ରୁପା

ନୂଆଦିଲ୍ଲୀ,୨୮।୯: ଯଦି ଆପଣ ସୁନା ଓ ରୁପା ଶସ୍ତା ଦାମରେ କିଣିବାକୁ ଚାହୁଁଛନ୍ତି ତେବେ ବଡ ଖବର ଆସିଛି। ସୁନା ଓ ରୁପା ଦର ହ୍ରାସ ପାଇଛି। ପାର୍ବଣକୁ ନେଇ ଗତ ଦୁଇ ମାସ ମଧ୍ୟରେ ସୁନା ଦରରେ ୨୪୦୦ଟଙ୍କା ହ୍ରାସ ପାଇଛି। ୬ମାସ ମଧ୍ୟରେ ସୁନା ଦାମରେ ସର୍ବୋଚ୍ଚ ହ୍ରାସ ଦେଖିବାକୁ ମିଳିଛି। ଡଲାର ସୂଚକାଙ୍କ ବୃଦ୍ଧି ଏବଂ ବଣ୍ଡ ଅମଳର ବୃଦ୍ଧି ଯୋଗୁ ଏପରି ପରିବର୍ତ୍ତନ ଦେଖାଦେଇଛି। ଆଗାମୀ ଦିନରେ କିମ୍ବା ଦୀପାବଳି ପୂର୍ବରୁ ସୁନା ଦାମରେ ୨୫୦୦ଟଙ୍କା ହ୍ରାସ ପାଇପାରେ ବୋଲି ଅନୁମାନ କରାଯାଉଛି। ଦେଶରେ ସୁନା ଦାମ ୫୫,୫୦୦ ଟଙ୍କା ହୋଇପାରେ ବୋଲି ଆଲୋଚନା କରାଯାଉଛି।

ବର୍ତ୍ତମାନ ସୁନାର ଦାମ ୬ମାସ ମଧ୍ୟରେ ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ବର୍ତ୍ତମାନ ସୁନା ଦାମ ୧୨୩ ଗ୍ରାମକୁ ହ୍ରାସ ପାଇ ଦଶ ଗ୍ରାମ ପିଛା ୫୮,୧୬୦ରେ ପହଞ୍ଚିଛି। ଜୁଲାଇ ୨୭ରେ, ଏହାର ଦାମ ଦଶ ଗ୍ରାମ ପ୍ରତି ୬୦.୪୪୯ ଟଙ୍କା ଥିଲା।
ଅନ୍ୟପକ୍ଷରେ ରୁପା ଦାମରେ ମଧ୍ୟ ହ୍ରାସ ଦେଖିବାକୁ ମିଳିଛି। ଗୁରବାର ରୂପା ମୂଲ୍ୟ ୫୨ଟଙ୍କା ହ୍ରାସ ପାଇ ୭୦,୪୯୭ ଟଙ୍କାରେ ପହଞ୍ଚିଛି। ଜୁଲାଇ ୨୭ରେ ରୁପା ଦର କିଲୋଗ୍ରାମ ପିଛା ୭୭,୬୧୧ଟଙ୍କା ଥିଲା। ଏହାର ଅର୍ଥ ରୁପା କିଲୋଗ୍ରାମ ପିଛା ୭,୧୫୪ ଟଙ୍କା ହ୍ରାସ ପାଇଛି।

Share