Categories: ଖେଳ

ସ୍ବର୍ଣ୍ଣ ବିଜୟୀ ମହିଳା ଭଲିବଲ ଦଳ ସମ୍ବର୍ଦ୍ଧିତ

ଭୁବନେଶ୍ୱର, ୮।୬ (କ୍ରୀଡ଼ା ପ୍ରତିନିଧି): ନେପାଳର କାଠମାଣ୍ଡୁରେ ଅନୁଷ୍ଠିତ କାଭା ମହିଳା ଭଲିବଲ ଚ୍ୟାଲେଞ୍ଜ କପ୍‌ରେ ସ୍ବର୍ଣ୍ଣ ପଦକ ବିଜୟୀ ଭାରତୀୟ ଦଳକୁ ବୁଧବାର କିଟ୍‌ ପରିସରରେ ସମ୍ବର୍ଦ୍ଧିତ କରାଯାଇଛି। ଭାରତୀୟ ଦଳରେ ଓଡ଼ିଆ ଖେଳାଳି ଅନନ୍ୟା ଦାସ ଓ ମ୍ୟାନେଜର ଶୁଧାଂଶୁ ଭୂଷଣ ମିଶ୍ର ସାମିଲ ଥିଲେ। ଏହା ବ୍ୟତୀତ ଉତ୍ତର ପ୍ରଦେଶରେ ଅନୁଷ୍ଠିତ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ପଦକ ବିଜେତା କିଟ୍‌ ବିଶ୍ୱବିଦ୍ୟାଳୟର ଖେଳାଳିଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଦିଆ ଯାଇଥିଲା। ଉକ୍ତ ପ୍ରତିଯୋଗିତାରେ କିଟ୍‌ର ଖେଳାଳିମାନେ ୧୧ (୫ ସ୍ବର୍ଣ୍ଣ, ୫ ରୌପ୍ୟ, ୧ ବ୍ରୋଞ୍ଜ) ପଦକ ହାସଲ କରିଥିଲେ। ସ୍ବର୍ଣ୍ଣ ପାଇଁ ୫୦,୦୦୦, ରୌପ୍ୟ ଲାଗି ୩୦,୦୦୦ ଓ ବ୍ରୋଞ୍ଜ ବିଜେତାଙ୍କୁ ୨୦,୦୦୦ ଟଙ୍କା ଲେଖାଏ ପ୍ରଦାନ କରାଯାଇଥିଲା। ପାରା ଅଲିମ୍ପିଆନ ପ୍ରମୋଦ ଭଗତଙ୍କୁ ମଧ୍ୟ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା। କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା ଏମ୍‌ପି ଅଚ୍ୟୁତ ସାମନ୍ତ, କିଟ୍‌ ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାର ଜେ.ଆର. ମହାନ୍ତି, କିସ୍‌ ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାର ପ୍ରଶାନ୍ତ କୁମାର ରାଉତରାୟ, କ୍ରୀଡ଼ା ମହାନିର୍ଦ୍ଦେଶକ ଗଗନେନ୍ଦୁ ଦାଶ, ଅଲିମ୍ପିଆନ ଦୂତୀ ଚାନ୍ଦ, ଭାରତୀୟ ଭଲିବଲ ଟିମ୍‌ କୋଚ୍‌ ଜି.ଇ. ଶ୍ରୀଧରନ ପ୍ରମୁଖ ଉପସ୍ଥିତ ଥିଲେ।

 

Share