ମଳଦ୍ୱାରରେ ଲୁଚାଇ ନେଉଥିଲେ ୨.୧୬ କୋଟି ଟଙ୍କାର ସୁନା

ଚେନ୍ନାଇ, ୧୭।୧୦: କଷ୍ଟମ ଏୟାର ଇଣ୍ଟେଲିଜେନ୍ସ ଅଧିକାରୀମାନେ ୪.୧୪ କେଜି ମୂଲ୍ୟର ସୁନା ଜବତ କରିଛନ୍ତି। ଯାହାର ମୂଲ୍ୟ ୨.୧୬ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି। ଏହି ଘଟଣାରେ ଚେନ୍ନାଇ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ୩ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା କଷ୍ଟମ କମିଶନର ଶନିବାର ସୂଚନା ଦେଇଛନ୍ତି। କଷ୍ଟମ ବିଭାଗର ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଶୁକ୍ରବାର ରାତିରେ ୨ଟି ଇଣ୍ଡିଗୋ ଏୟାରଲାଇନ୍‌ ଫ୍ଲାଇଟ୍‌ ଦୁବାଇରୁ ଆସିଥିଲା। ଏଥିରେ ଥିବା ୧୪ ଜଣ ବ୍ୟକ୍ତିଙ୍କୁ ସୁନା ଚୋରା ଚାଲାଣ ସନ୍ଦେହରେ କଷ୍ଟମ ଅଧିକାରୀମାନେ ପଚରା ଉଚରା କରିଥିଲେ। ଏହି ସମୟରେ ସେମାନଙ୍କ ନିକଟରୁ ୩୮ ବଣ୍ଡଲ ସୁନା ପେଷ୍ଟ ଜବତ କରାଯାଇଥିଲା। ସେମାନେ ଏହାକୁ ନିଜ ମଳଦ୍ୱାରରେ ଲୁଚାଇ ରଖିଥିଲେ। ଜବତ ୪.୧୪ କିଗ୍ରା ସୁନାର ମୂଲ୍ୟ ୨.୧୬ କୋଟି ଟଙ୍କା ହେବ। କଷ୍ଟମ ଆକ୍ଟ ୧୯୬୨ ଅନୁଯାୟୀ ଏହା ଜବତ କରାଯାଇଛି।’

Share