Categories: ଜାତୀୟ

ଗୋଲ୍ଡେନ୍‌ ବାବା ନିଖୋଜ

କାନପୁର, ୧୭।୩: କାନପୁରର ଗୋଲ୍ଡେନ୍‌ ବାବା ଭାବେ ଜଣାଶୁଣା ମନୋଜ ସେଙ୍ଗର ମଙ୍ଗଳବାର ନିଖୋଜ ହୋଇଯାଇଛନ୍ତି। ଏନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଗୋଲ୍ଡେନ୍‌ ବାବାଙ୍କ ଘରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସିସିଟିଭି ଫୁଟେଜ୍‌ ଆଧାରରେ ଯାଞ୍ଚବେଳେ ମଙ୍ଗଳବାର ବାହାରକୁ ଯିବା ସମୟରେ ସେ ସୁନା ଗହଣା ପିନ୍ଧି ନ ଥିବା ପୋଲିସ କହିଛି। ଗତବର୍ଷ କୋଭିଡ୍‌ ମାହାମାରୀ ସମୟରେ ସୁନାର ମାସ୍କ ପିନ୍ଧି ଗୋଲ୍ଡେନ୍‌ ବାବା ଲୋକଲୋଚନକୁ ଆସିଥିଲେ। ମାସ୍କଟି ସମ୍ପୂର୍ଣ୍ଣ ସୁନାରେ ତିଆରି ହୋଇଥିବାବେଳେ ଏହାର ମୂଲ୍ୟ ଥିଲା ୫ ଲକ୍ଷ ଟଙ୍କା। ୪ ବର୍ଷ ପୂର୍ବେ ଗୋଲ୍ଡେନ ବାବାଙ୍କୁ କିଛି ଦୁର୍ବୃତ୍ତ ଅପହରଣ ଉଦ୍ୟମ କରିଥିଲେ ହେଁ ଏଥିରେ ସେମାନେ ସଫଳ ହୋଇ ନ ଥିବା ତାଙ୍କ ଘର ଲୋକ କହିଛନ୍ତି।

Share