Categories: ଫୁରସତ

ସ୍ବର୍ଣ୍ଣିମ ବେଳାଭୂମି ଚାନ୍ଦିପୁର

ବାଲେଶ୍ୱର ସହରଠାରୁ ୧୬ କି.ମି. ଦୂରରେ ରହିଛି ସ୍ବର୍ଣ୍ଣିମ ବେଳାଭୂମି ଚାନ୍ଦିପୁର। ଏଠାରେ ସମୁଦ୍ର ପାଣି ବେଳାଭୂମିରୁ ୧ରୁ ୪ କି.ମି. ଘୁଞ୍ଚିଯାଏ ଓ ଜୁଆର ସମୟରେ ଫେରିଥାଏ। ଏହି ପ୍ରକ୍ରିୟା ଦିନରେ ଦୁଇଥର ହୋଇଥାଏ। ଯଦି ସକାଳେ ଜୁଆର ଆସେ ତା’ହେଲେ ୧୨ ଘଣ୍ଟା ପରେ ଭଟ୍ଟା ଆସେ। ଏହି କାରଣରୁ ଅନେକ ଜୈବ ବିବିଧତା ଦେଖିବାକୁ ମିଳିଥାଏ। ମିର୍ଜାପୁର ପଟ ବେଳାଭୂମିରେ ନାଲି କଙ୍କଡ଼ା ଦେଖିବାକୁ ମିଳିଥାଏ। ନିକଟସ୍ଥ ବୁଢ଼ାବଳଙ୍ଗ ନଦୀର ମୁହାଣ ପାଖରେ ବଳରାମ ଗଡ଼ିଠାରେ ମାଛଧରା ବନ୍ଦର ଅଛି। ଭାରତୀୟ ସେନାର ଗୋଳାବାରୁଦ ପରୀକ୍ଷଣ କେନ୍ଦ୍ର ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌) ଅଛି। ଏଠାରୁ ଆକାଶ, ଅଗ୍ନି, ଶୌର୍ଯ୍ୟ, ପୃଥିବୀ ଓ ବ୍ରହ୍ମୋସ ଆଦି ମିଶାଇଲର ପରୀକ୍ଷା କରାଯାଇଛି। ଭୁବନେଶ୍ୱରରୁ ୨୦୯ କି.ମି. ଦୂରରେ ଚାନ୍ଦିପୁର ଅବସ୍ଥିତ।

Share