Categories: ଖେଳ

ଦେଶ ପାଇଁ ପୁଣି ସ୍ବର୍ଣ୍ଣ ଜିତିଲେ ‘ଗୋଲଡେନ୍‌ ବୟ’: କିଶୋରଙ୍କୁ ରୌପ୍ୟ

ନୂଆଦିଲ୍ଲୀ,୪।୧୦: ଭାରତର ତାରକା ଆଥଲେଟ ତଥା ‘ଗୋଲଡେନ୍‌ ବୟ’ ନୀରଜ ଚୋପ୍ରା ଜାଭେଲିନ ଥ୍ରୋରେ ପୁଣି ଥରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଏସିଆନ ଗେମ୍ସରେ ସେ ଦେଶ ପାଇଁ ପୁଣି ସ୍ବର୍ଣ୍ଣ ପଦକ ଜିତିଛନ୍ତି। ନୀରଜଙ୍କ ସହିତ କିଶୋର ଜେନା ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି। କିଶୋର ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ପଦକ ପାଇଛନ୍ତି। ସେ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି।
ପ୍ରଥମ ପ୍ରୟାସରେ ନୀରଜ ୮୨.୩୮ ମିଟର ଫିଙ୍ଗିଥିଲେ। ଦ୍ୱିତୀୟ ଥ୍ରୋରେ ସେ ୮୪.୪୯ ମିଟର ଦୂରତାକୁ ଫିଙ୍ଗିଥିଲେ। ଚତୁର୍ଥ ପ୍ରୟାସରେ ସେ ୮୮.୮୮ ମିଟର ଦୂରତାକୁ ଫିଙ୍ଗିଥିଲେ। ପଞ୍ଚମରେ ୮୦.୮୦ ମିଟର ଦୂରତା ପକାଇଲେ। କିଶୋର ଜେନାଙ୍କ ଶ୍ରେଷ୍ଠ ଥ୍ରୋ ଚତୁର୍ଥ ପ୍ରୟାସରେ ଆସିଥିଲା। ସେ ୮୭.୫୪ ମିଟର ଦୂରତାକୁ ଫିଙ୍ଗିଥିଲେ। ଏହିପରି ନୀରଜ ସ୍ବର୍ଣ୍ଣ ପଦକ ଏବଂ କିଶୋର ରୌପ୍ୟ ପଦକ ଜିତିଥିଲେ।

Share