ବଜେଟରେ ସୁନେଲି ସ୍ୱପ୍ନ: ବଢ଼ିଲା ମୁଣ୍ଡପିଛା ଋଣବୋଝ

ଭୁବନେଶ୍ୱର,୧୮।୨: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ୨୦୨୫-୨୬ ଆର୍ଥିକବର୍ଷ ପାଇଁ ୨.୯୦ଲକ୍ଷ କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି, ଯାହାକି ୨୦୨୪-୨୫ ଆର୍ଥିକବର୍ଷର ବଜେଟ ପରିମାଣ ୨.୬୫ ଲକ୍ଷ କୋଟି ଟଙ୍କା ତୁଳନାରେ ୯% ଅଧିକ। ୨୦୨୩-୨୪ରେ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ହାର ୯.୬% ରହିଥିବାବେଳେ ୨୦୨୪-୨୫ରେ ଏହା ୭.୨%କୁ ହ୍ରାସ ପାଇଛି। ବଜେଟରେ ବିତ୍ତୀୟ ନିଅଣ୍ଟ ପରିମାଣରେ ୦.୧% ବୃଦ୍ଧି ପାଇଛି।

୨୦୨୪-୨୫ରେ ବିତ୍ତୀୟ ନିଅଣ୍ଟ ରାଜ୍ୟ ଜିଡିପିର ୩.୧% ଥିବାବେଳେ ସଦ୍ୟ ବଜେଟରେ ଏହା ୩.୨%କୁ ବଢ଼ିବ। ୨୦୨୩-୨୪ ଆର୍ଥିକ ବର୍ଷରେ ବିତ୍ତୀୟ ନିଅଣ୍ଟ ପରିମାଣ ରାଜ୍ୟ ଜିଡିପିର ୧.୮%(ସଂଶୋଧିତ ବଜେଟରେ) ରହିଥିଲା। ଏଫ୍‌ଆରବିଏମ୍‌ ଆକ୍ଟ ଅନୁସାରେ ରାଜ୍ୟର ବିତ୍ତୀୟ ନିଅଣ୍ଟ ପରିମାଣ ସର୍ବାଧିକ ରାଜ୍ୟ ଜିଡିପିର ୩.୫% ପର୍ଯ୍ୟନ୍ତ ହୋଇପାରିବ। ସେହିପରି ରାଜ୍ୟର ଋଣବୋଝ ମଧ୍ୟ ୧% ବୃଦ୍ଧି ପାଇ ଜିଡିପିର ୧୨.୭%କୁ ଛୁଇଁବ ବୋଲି ଆକଳନ ହୋଇଛି।

୨୦୨୪-୨୫ ଆର୍ଥିକବର୍ଷର ସଂଶୋଧିତ ବଜେଟରେ ରାଜ୍ୟର ଋଣବୋଝ ପରିମାଣ ୧ଲକ୍ଷ ୧୦ହଜାର ୭୧୪କୋଟି ଟଙ୍କା ଥିବାବେଳେ ୨୦୨୫-୨୬ରେ ଏହା ବୃଦ୍ଧି ପାଇ ୧ଲକ୍ଷ ୩୪ହଜାର ୯୧୪କୋଟି ଟଙ୍କା (ରାଜ୍ୟ ଜିଡିପିର ୧୨.୭%) ଛୁଇଁବ। ରାଜ୍ୟରେ ମୁଣ୍ଡପିଛା ଋଣବୋଝ ୨୮୭୦୫ଟଙ୍କା ହେବ। ତେବେ ୨୦୨୯-୩୦ ଆର୍ଥିକବର୍ଷ ବେଳକୁ ସରକାର ରାଜ୍ୟ ଜିଡିପିର ୧୫.୭% ପ୍ରତିଶତ ଋଣ ଆହରଣ କରିଥିବେ ବୋଲି ଆକଳନ କରିଛନ୍ତି। ଏଫ୍‌ଆରବିଏମ୍‌ ଆକ୍ଟ ଆଧାରରେ ଋଣ ପରିମାଣ ରାଜ୍ୟ ଜିଡିପିର ୨୫% ମଧ୍ୟରେ ରହିବା ଜରୁରୀ ଥିବାବେଳେ ଓଡ଼ିଶା ଏଦିଗରେ ଭଲ ସ୍ଥିତିରେ ଅଛି ବୋଲି ବଜେଟରେ ସରକାର ଦାବି କରିଛନ୍ତି।

ରାଜ୍ୟର ଡିଜିପି ପରିମାଣ ୨୦୨୪-୨୫ରେ ୯.୨୬ଲକ୍ଷ କୋଟି ଟଙ୍କା ଥିବାବେଳେ ୨୦୨୫-୨୬ରେ ଏହା ୮% ହାରରେ ବାସ୍ତବ ଅଭିବୃଦ୍ଧି କରି ୧୦.୬୭ଲକ୍ଷ କୋଟି ଟଙ୍କା ଛୁଇଁବା ନେଇ ଆକଳନ କରାଯାଇଛି। ତେବେ ୨୦୨୪-୨୫ର ସଂଶୋଧିତ ଆକଳନ ଅନୁସାରେ ରାଜ୍ୟର ଜିଡିପି ପରିମାଣର ୯.୪୯ଲକ୍ଷ କୋଟି ଟଙ୍କା ଛୁଇଁବ ବୋଲି ପରିସଂଖ୍ୟାନ ନିର୍ଦ୍ଦେଶାଳୟର ଅଗ୍ରିମ ଆକଳନରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ମନଇଚ୍ଛା ଲାଗିପାରିବନି ଜାତୀୟ ଚିହ୍ନ

ଭୁବନେଶ୍ୱର,୨୮ା୪ (ରବିନାରାୟଣ ଜେନା): ରାଜ୍ୟରେ କୌଣସି ବ୍ୟକ୍ତିବିଶେଷ, ବ୍ୟବସାୟ ପ୍ରତିଷ୍ଠାନ କିମ୍ବା ଅନୁଷ୍ଠାନ ପକ୍ଷରୁ ଜାତୀୟ ଚିହ୍ନ(ଅଶୋକସ୍ତମ୍ଭ)କୁ ମନଇଚ୍ଛା ବ୍ୟବହାର କରାଯାଇପାରିବ ନାହିଁ। ଯଦି କୌଣସିଠାରେ...

୧୦ ହଜାର ନଳକୂପରୁ ବାହାରୁଛି ଲୁଣିପାଣି

କେନ୍ଦ୍ରାପଡ଼ା,୨୮ା୪(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାରେ ୭ ନଦୀ ପ୍ରବାହିତ ହେଉଥିବା ସତ୍ତ୍ୱେ ଏଠାରେ ପାନୀୟ ଜଳ ସଙ୍କଟ ଏକ ମୁଖ୍ୟ ସମସ୍ୟା ହୋଇରହିଛି। କାରଣ ମହାନଦୀ,...

ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ପରୀକ୍ଷାରେ ତ୍ରୁଟି, ଅଭିଯୋଗ ପରେ ପରୀକ୍ଷା ବାତିଲ

ଭୁବନେଶ୍ୱର,୨୮ା୪: ଉତ୍କଳ ସ୍କଂସ୍କୃତି ବିଶ୍ବବିଦ୍ୟାଳୟ ୭ମ ସେମିଷ୍ଟର ପରୀକ୍ଷାରେ ତ୍ରୁଟି ପରିଲକ୍ଷିତ ହୋଇଛି। ଭିଜୁଆଲ ଆର୍ଟର ୭୦୨ନଂ ପେପର ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି ହୋଇଛି। ୧୦ଟି...

ଅଧିକାରୀଙ୍କ ଗାଡ଼ି ଧକ୍କାରେ ଚାଲିଗଲା ବାଇକ୍‌ଚାଳକଙ୍କ ଜୀବନ

ପାଟଣା,୨୮ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ସାହାରପଡ଼ା ଉଦୟପୁର ବରବେଡ଼ା ରାସ୍ତାର ଖୁଣ୍ଟାପଡ଼ା ପଞ୍ଚାୟତ ଚାତର ପାଣି ନିକଟରେ ସୋମବାର ପୂର୍ବାହ୍ନରେ ସରକାରୀ ବାବୁଙ୍କ...

ଫସଲ ଉଜାଡ଼ିଲା କାଳବୈଶାଖୀ: ଝଡ଼ି ପଡ଼ିଛି ଅମଳକ୍ଷମ ଧାନ, ଚାଷୀ ଚିନ୍ତିତ

ବରଗଡ଼,୨୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଅଳ୍ପଦିନ ପରେ ରବିଧାନ ଅମଳ ଆରମ୍ଭ ହେବ। କିନ୍ତୁ ଏବେ କାଳବୈଶାଖୀ ଜିଲାର ଚାଷୀଙ୍କ ପାଇଁ କାଳ ସାଜିଛି। ଏହାର...

ସୁନା ବ୍ୟବସାୟୀଙ୍କୁ ମାଡ଼ ମାରି ଗହଣା ବ୍ୟାଗ୍‌ ଲୁଟିନେଲେ ଦୁର୍ବୃତ୍ତ

କେନ୍ଦୁଝର,୨୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଟାଉନ ଥାନା ଅନ୍ତର୍ଗତ ନରଣପୁରଠାରେ ସାହୁ ଜୁଏଲାରୀ ଓ୍ବର୍କସପ୍‌ ମାଲିକ ଦୀପକ ସାହୁଙ୍କୁ ମାଡ଼ ମାରି ୫ ଲକ୍ଷରୁ ଊଦ୍ଧର୍‌ବ ଟଙ୍କାର...

କମ୍ପାନୀରୁ ଶ୍ରମିକଙ୍କୁ ଆଣି ଆସୁଥିବାବେଳେ ଓଲଟିଲା ବସ୍‌: ଜଣେ ମୃତ

ସୁନ୍ଦରଗଡ଼,୨୮ା୪(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିରି ଥାନା ଅନ୍ତର୍ଗତ ଏନ୍‌ଟିପିସି ଡୁଲଙ୍ଗା କୋଇଲା ଖଣି ଭିତରେ ବସ୍‌ ଦୁର୍ଘଟଣା ହୋଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ...

ଘରେ ପଇସା ରଖନ୍ତି ନାହିଁ ମହିଳା, ଜାଣନ୍ତୁ ଏହା ପଛର ମୁଖ୍ୟ କାରଣ…

ଭବାନୀପାଟଣା,୨୮।୪ (ଉତ୍ତମ କୁମାର ଦାଶ): ପୁରାତନ କାଳରେ ଯେତେବେଳେ ଟଙ୍କାର ପ୍ରଚଳନ ନ ଥିଲା ସେତେବେଳେ ମଣିଷ ନିଜର ଦୈନନ୍ଦିନ ଜୀବନର ଚାହିଦା ମେଣ୍ଟାଇବା ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image