ସ୍ବର୍ଣ୍ଣିମ ମୁହୂର୍ତ୍ତ

ଡ. କିଶୋର ମହାନ୍ତି

ଭାରତରେ ପ୍ରତ୍ୟେକ ବର୍ଷ ଜୁଲାଇ ୨୩କୁ ଜାତୀୟ ପ୍ରସାରଣ ଦିବସ ଭାବେ ପାଳନ କରାଯାଇଥାଏ। ଭାରତରେ ରେଡିଓ ପ୍ରସାରଣର ଅୟମାରମ୍ଭ ୧୯୨୦ରୁ ପ୍ରାୟତଃ ଆରମ୍ଭ ହୋଇଥିଲା। ପ୍ରଥମ ପ୍ରଚାର କାର୍ଯ୍ୟକ୍ରମ ୧୯୨୭ରେ ମୁମ୍ବାଇସ୍ଥିତ ରେଡିଓ କ୍ଲବ ଦ୍ୱାରା ପ୍ରସାରିତ ହୋଇଥିଲା। ୧୯୩୦ରେ ସରକାର ଟ୍ରାନ୍ସମିଟରଗୁଡ଼ିକୁ ନିଜ ଅଧୀନକୁ ନେଇଯାଇଥିଲେ ଏବଂ ଭାରତୀୟ ପ୍ରସାରଣ ସେବା ନାମରେ ଏହା ଦେଶରେ ପରିଚାଳିତ ହୋଇଥିଲା। କିନ୍ତୁ ୧୯୩୬ରେ ଏହାର ନାମ ବଦଳାଇ ଅଲ୍‌ଇଣ୍ଡିଆ ରେଡିଓ କରିଦିଆଗଲା। ୧୯୫୭ରେ ଏହାକୁ ଆକାଶବାଣୀ ନାମରେ ନାମିତ କରାଗଲା। ଯେବେ ଏହା ଆକାଶବାଣୀରେ ପରିଣତ ହେଲା ସେତେବେଳେ ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା କୃଷକ, ଡ୍ରାଇଭର, ଶ୍ରମିକ ଓ ବିଦ୍ୟାର୍ଥୀଙ୍କ ପାଇଁ କାର୍ଯ୍ୟକ୍ରମ ପ୍ରଚାରିତ ହେବ। ପ୍ରଥମେ ମନୋରଞ୍ଜନ ପାଇଁ କୌଣସି ସାଧନ ନ ଥିଲା। ଆକାଶବାଣୀ ପ୍ରତିଷ୍ଠା ହେବା ପରେ ଲୋକମାନଙ୍କ ପାଇଁ କେବଳ ମନୋରଞ୍ଜନ ନୁହେଁ, ବିଭିନ୍ନ ବିଷୟ ପ୍ରଚାରିତ ହେଲା।
ଆକାଶବାଣୀରେ ବିବିଧ ଭାଷାରେ କାର୍ଯ୍ୟକ୍ରମ ପ୍ରଚାରିତ ହେଲା। ଏବେ ୪୧୩ଟି ଷ୍ଟେଶନରୁ ଅଧିକ ଷ୍ଟେଶନ ସ୍ଥାପିତ ହୋଇଛି। ଦେଶର ୯୯.୧୯ ଶତାଂଶ ଭାଗ ଏଥିରୁ ଉପକୃତ ହେଉଛନ୍ତି। ୨୩ଟି ଭାଷା ୧୭୯ଟି ଆଞ୍ଚଳିକ ଭାଷାରେ

ଜାତୀୟ ପ୍ରସାରଣ ଦିବସ ଉପଲକ୍ଷେ

ଭାରତରେ ପ୍ରତ୍ୟେକ ବର୍ଷ ଜୁଲାଇ ୨୩କୁ ଜାତୀୟ ପ୍ରସାରଣ ଦିବସ ଭାବେ ପାଳନ କରାଯାଇଥାଏ। ଭାରତରେ ରେଡିଓ ପ୍ରସାରଣର ଅୟମାରମ୍ଭ ୧୯୨୦ରୁ ପ୍ରାୟତଃ ଆରମ୍ଭ ହୋଇଥିଲା। ପ୍ରଥମ ପ୍ରଚାର କାର୍ଯ୍ୟକ୍ରମ ୧୯୨୭ରେ ମୁମ୍ବାଇସ୍ଥିତ ରେଡିଓ କ୍ଲବ ଦ୍ୱାରା ପ୍ରସାରିତ ହୋଇଥିଲା। ୧୯୩୦ରେ ସରକାର ଟ୍ରାନ୍ସମିଟରଗୁଡ଼ିକୁ ନିଜ ଅଧୀନକୁ ନେଇଯାଇଥିଲେ ଏବଂ ଭାରତୀୟ ପ୍ରସାରଣ ସେବା ନାମରେ ଏହା ଦେଶରେ ପରିଚାଳିତ ହୋଇଥିଲା। କିନ୍ତୁ ୧୯୩୬ରେ ଏହାର ନାମ ବଦଳାଇ ଅଲ୍‌ଇଣ୍ଡିଆ ରେଡିଓ କରିଦିଆଗଲା। ୧୯୫୭ରେ ଏହାକୁ ଆକାଶବାଣୀ ନାମରେ ନାମିତ କରାଗଲା। ଯେବେ ଏହା ଆକାଶବାଣୀରେ ପରିଣତ ହେଲା ସେତେବେଳେ ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା କୃଷକ, ଡ୍ରାଇଭର, ଶ୍ରମିକ ଓ ବିଦ୍ୟାର୍ଥୀଙ୍କ ପାଇଁ କାର୍ଯ୍ୟକ୍ରମ ପ୍ରଚାରିତ ହେବ। ପ୍ରଥମେ ମନୋରଞ୍ଜନ ପାଇଁ କୌଣସି ସାଧନ ନ ଥିଲା। ଆକାଶବାଣୀ ପ୍ରତିଷ୍ଠା ହେବା ପରେ ଲୋକମାନଙ୍କ ପାଇଁ କେବଳ ମନୋରଞ୍ଜନ ନୁହେଁ, ବିଭିନ୍ନ ବିଷୟ ପ୍ରଚାରିତ ହେଲା।
ଆକାଶବାଣୀରେ ବିବିଧ ଭାଷାରେ କାର୍ଯ୍ୟକ୍ରମ ପ୍ରଚାରିତ ହେଲା। ଏବେ ୪୧୩ଟି ଷ୍ଟେଶନରୁ ଅଧିକ ଷ୍ଟେଶନ ସ୍ଥାପିତ ହୋଇଛି। ଦେଶର ୯୯.୧୯ ଶତାଂଶ ଭାଗ ଏଥିରୁ ଉପକୃତ ହେଉଛନ୍ତି। ୨୩ଟି ଭାଷା ୧୭୯ଟି ଆଞ୍ଚଳିକ ଭାଷାରେ ଏହାର ପ୍ରସାରଣ ଚାଲୁ ରହିଛି। ଏହା ଭିତରେ ସାଧାରଣ ଜନତାଙ୍କ ପାଇଁ ୧୯୭୭ରେ ସରକାରୀ ସ୍ତରରେ ଏଫ୍‌ଏମ୍‌ ରେଡିଓ ଷ୍ଟେଶନର ପ୍ରସାରଣ ମଧ୍ୟ ଆରମ୍ଭ ହୋଇଛି। ସରକାରୀ ସ୍ତରରେ ଏଫ୍‌ଏମ୍‌ ଗୋଲ୍ଡ ଓ ଏଫ ଏମ୍‌ ରେନ୍‌ବୋ ମାଧ୍ୟମରେ ସବୁ ବର୍ଗର ସ୍ରୋତାଙ୍କ ପାଇଁ କାର୍ଯ୍ୟକ୍ରମ ମାନ ପ୍ରସାରିତ ହେଉଛି। ଆକାଶବାଣୀ ମଧ୍ୟ ନିଜର ଚ୍ୟାନେଲ ସହ ବିବିଧ ଭାରତୀ ସେବା ଓ ତତ୍‌ସଙ୍ଗେସଙ୍ଗେ ବିଜ୍ଞାପନ ପ୍ରସାରଣ ସେବା ଏବଂ ବିଦେଶ ପ୍ରସାରଣ ଚ୍ୟାନେଲ ମଧ୍ୟ କାର୍ଯ୍ୟକାରୀ କରୁଛନ୍ତି। କିଛି କିଛି କାର୍ଯ୍ୟକ୍ରମ ଡି.ଟି.ଏଚ୍‌. ସେବା ମାଧ୍ୟମରେ ଉପଲବ୍ଧ। ଏହା ଏବେ ସମସ୍ତ ଷ୍ଟେଶନ ପ୍ରସାର ଭାରତୀ ଅଧୀନରେ କାର୍ଯ୍ୟକାରୀ ହେଉଛି। ପ୍ରସାର ଭାରତୀ ଅଧିନିୟମ ତଥା ବୈଧାନିକ ସ୍ବାଧୀନତା ୨୩ା୧୧ା୧୯୯୭ରେ କାର୍ଯ୍ୟକ୍ଷମ ହେଲା। ଏହି ଦେଶର ନାଗରିକ ବା ଲୋକ ଲୋକସେବା ପ୍ରସାରକ ଅଟନ୍ତି।
ହିନ୍ଦୀ ଚଳଚ୍ଚିତ୍ରର ଗୀତ ସହ ବିଭିନ୍ନ ଲୋକଗୀତ, ନାଟକ, ସଂଗୀତ ପ୍ରସାର କରି ଲୋକମାନଙ୍କର ମନ କିଣିନେଇପାରିଛନ୍ତି। ଅକ୍ଟୋବର ୫ ତାରିଖ ୨୦୦୮ ମସିହାରୁ ବିବିଧ ଭାରତୀ ଡିଟିଏଚ୍‌ ସେବା ଆରମ୍ଭ ହୋଇଛି; ଯାହା ୨୪ଘଣ୍ଟିଆ କାର୍ଯ୍ୟକ୍ରମ ପ୍ରସାର କରୁଛି। ପ୍ରାୟତଃ ଦେଶରେ ୩୭ଟି ବିବିଧଭାରତୀ କେନ୍ଦ୍ର ଏବଂ କିଛି କିଛି ଲୋକାଲ ରେଡିଓ ଷ୍ଟେଶନ ପ୍ରତିଷ୍ଠା ହେବା ଫଳରେ ଆମ ଜନସଂଖ୍ୟାର ପ୍ରାୟତଃ ୯୭ ଶତାଂଶ ଭାଗ ଉପକୃତ ହେଉଛନ୍ତି। ଆକାଶବାଣୀ ଦିଲ୍ଲୀ ମୁମ୍ବାଇ କଲିକତା ବହୁ ପୁରାତନ ରେଡିଓ ଷ୍ଟେଶନ। ଏମାନଙ୍କ ମଧ୍ୟରେ ବି ଚେନ୍ନାଇ ଆକାଶବାଣୀ କେନ୍ଦ୍ର ଭାବେ ପ୍ରଥମେ ପ୍ରତିଷ୍ଠା ହୋଇଥିଲା ଓ କାର୍ଯ୍ୟକ୍ରମ ପ୍ରସାରଣ କରୁଥିଲା।
କହିବାକୁ ଗଲେ ଭାରତରେ ପ୍ରସାରଣ ପାଇଁ ଫିଲଡେନଙ୍କ ଭୂମିକା ଖୁବ୍‌ ତାତ୍ପର୍ଯ୍ୟପୂର୍ଣ୍ଣ। ସେତେବେଳେ ଭାରତରେ ବେତାର ପ୍ରସାରଣ ପାଇଁ ଅନୁକୂଳ ପାଣିପାଗ ଥିଲା। ସ୍ବାଧୀନତା ପୂର୍ବରୁ ରେଡିଓ ଥିଲା ସାଂସ୍କୃତିକ ଜାଗରଣର ମୁଖ୍ୟ ଆୟୁଧ । ସମସ୍ତଙ୍କୁ ଏକାଠି କରିବାର ମୋହନ ମନ୍ତ୍ରରେ ବାନ୍ଧି ରଖି ପାରୁଥିଲା। ଏଣୁ ସ୍ବାଧୀନତା ସଂଗ୍ରାମୀମାନଙ୍କୁ ଏହି ଆକାଶବାଣୀ ବେଶି ସୁହାଇଲା।
ଆମ ରାଜ୍ୟରେ ବେତାର ଇତିହାସ ପୃଷ୍ଠାରେ ଆଉ ଗୋଟିଏ ଅଧ୍ୟାୟ ଯୋଡ଼ି ହୋଇଥିଲା। ଯେତେବେଳେ ୧୯୪୮ ଜାନୁୟାରୀ ୨୮ରେ ପ୍ରତିଷ୍ଠା ହୋଇଥିଲା ମଧୁପୁରକୋଠିରେ ଆକାଶବାଣୀ କଟକ। ସାଂପ୍ରତିକ କାଳରେ ରେଡିଓ ପ୍ରତି ଲୋକମାନଙ୍କର ଆଗ୍ରହ ବୃଦ୍ଧି ପାଇଛି। ରେଡିଓର ଶ୍ରୋତା ଅନେକ। ଆଦିବାସୀ ଡଙ୍ଗର ପାହାଡିଆ ଅଞ୍ଚଳରେ ଅଧିକ ଭାବେ ରେଡିଓକୁ ଲୋକେ ଆପଣାଇ ନେଇଛନ୍ତି। ମୋବାଇଲ ମାଧ୍ୟମରେ ହେଉ କାରରେ ଅବା ବସରେ ଯାତ୍ରା କରିଲା ବେଳେ ହେଉ ଲୋକେ ରେଡିଓ ସେଣ୍ଟରକୁ ଟ୍ୟୁନ କରୁଛନ୍ତି। ଶ୍ରମିକଟିଏ କାମ କଲା ବେଳେ, ଚାଷୀଟିଏ ଚାଷ କର୍ମ କଲାବେଳେ ରେଡିଓ ହାତଛଡା କରେ ନାହିଁ। ଦେଶରେ କମ୍ୟୁନିଟି ରେଡିଓ ସହ ଏଫ୍‌ଏମ୍‌ ରେଡିଓ ସେବା ଜାରି ରହିଛି। ଏଣୁ ଶିକ୍ଷା ସମ୍ବାଦ ଓ ମନୋରଞ୍ଜନ କ୍ଷେତ୍ରରେ ଏ ଏକ ସଶକ୍ତ ଗଣମାଧ୍ୟମ। ଏହା ଜନ ଜୀବନର ସେବାରେ ଅଭିପ୍ରେତ। ବେଦର ବାଣୀ ବହୁଜନ ହିତାୟ ବହୁ ଜନ ସୁଖାୟକୁ ଏକନିଷ୍ଠ ପୂଜାରୀ ଭାବେ ସାକାର କରି ଚାଲିଛି। ଶବ୍ଦ ଓ ଧ୍ୱନି ତରଙ୍ଗର ଯେଉଁ ମାୟା ତାହା ସତରେ ବେଶ୍‌ ଆକର୍ଷଣୀୟ। ରେଡିଓ ହିଁ ଏକମାତ୍ର ମାଧ୍ୟମ, ଯାହା ଏତେ ପ୍ରିୟ ଯେ, ସକାଳୁ ଉଠିଲେ ସେ ଦିବ୍ୟ ଚେତନାର ଉଦ୍‌ବୁଦ୍ଧ କରେ। ଦେଶ ପ୍ରେମର ସାତ୍ତ୍ୱିକ ଭାବଧାରାରେ ଉନ୍ମନା କରେ। ମାଟି ମା’ର ଗୀତ ଗାଏ ମାଟିର ସଙ୍ଗୀତ। ଆମକୁ କର୍ମ ପ୍ରବଣ କରେ। ତେଣୁ ରେଡିଓ ଆଜି ସଭିଙ୍କର ସାଥୀ।
ମୋ:୯୪୩୭୭୨୮୪୭୫

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ଦାଦନ ସମସ୍ୟା

ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗଗୁଡିକର ସମ୍ମିଳିତ ପ୍ରୟାସରେ ରାଜ୍ୟର ଦାଦନ ଶ୍ରମିକମାନଙ୍କୁ କିପରି ରାଜ୍ୟରେ ଜୀବିକା ଅର୍ଜନ କରିବା ପାଇଁ ସୁଯୋଗ ସୃଷ୍ଟି କରାଯିବ ସେଥିପାଇଁ...

ବାଲିଯାତ୍ରା

ହଜାରେ ବର୍ଷର ସହର କଟକରେ ବାଲିଯାତ୍ରା ରୂପକ ଯାତ୍ରାର ବୟସ ବି ପାଞ୍ଚଶହ ବର୍ଷରୁ ଅଧିକ ବୋଲି ଇତିହାସ କହେ। ଗୋଟିଏପଟେ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରା,...

ଚାଇନା ଡରାଉଛି

ଚାଇନା ୧ ଦଶନ୍ଧରୁ ଅଧିକ ସମୟ ଧରି ଦକ୍ଷିଣ ଚାଇନା ସାଗରରେ ନିଜର ଶକ୍ତି ଏବଂ ପ୍ରଭାବ ବଢ଼ାଇବା ପାଇଁ ଆକ୍ରମଣାତ୍ମକ ରଣନୀତି ପ୍ରୟୋଗ କରିଆସୁଛି।...

ଗଣମାଧ୍ୟମ ଓ ଅସହାୟ ମଣିଷ

ରେ ବିଖ୍ୟାତ ଗ୍ରୀକ୍‌ ଦାର୍ଶନିକ ସକ୍ରେଟିସଙ୍କୁ ତାଙ୍କର ଜଣେ ବନ୍ଧୁ ଦେଖାକରି କହିଲେ, ବନ୍ଧୁ ସକ୍ରେଟିସ ସହରରେ ଯେଉଁ ଗୁଜବ ବ୍ୟାପିଛି ତାହା ତୁମେ ଜାଣିଲଣି।...

ଜାତୀୟ ସମବାୟ ନୀତିରେ ଓଡ଼ିଶା

ଭାରତର ଅର୍ଥନୈତିକ ବ୍ୟବସ୍ଥାରେ ସମବାୟ ଅନୁଷ୍ଠାନଗୁଡ଼ିକର ପ୍ରମୁଖ ଭୂମିକା ରହିଛି। ସ୍ବାଧୀନତା ପରେ ପଞ୍ଚବାର୍ଷିକ ଯୋଜନା ମାଧ୍ୟମରେ ଯେଉଁ ଅର୍ଥନୈତିକ ବିକାଶଧାରା ଉନ୍ମୋଚିତ ହୋଇଥିଲା, ସେଥିରେ...

ପୁରାଣରେ ଯକ୍ଷ ଓ ନାଗ

ଭାରତୀୟ ପୁରାଣରେ ଆଶ୍ଚର୍ଯ୍ୟଜନକ ଜୀବ ହେଉଛନ୍ତି ଯକ୍ଷ। ୟୁରୋପୀୟ ପୁରାଣରେ ବର୍ଣ୍ଣିତ ବାମନଙ୍କ ସହ ଏମାନଙ୍କର ଅଧିକ ସାମଞ୍ଜସ୍ୟ ଅଛି। ଯକ୍ଷମାନେ ରତ୍ନ ଏବଂ ସୁନା...

ନିଉଟନ୍‌ଙ୍କ କଣିକା ଓ ଆଲୋକର ରୂପ

ସକାଳ ପାହିଲେ ସୁନେଲି କିରଣ ବିଛେଇ ହୋଇପଡ଼େ। ସୁନା କାନଫୁଲ ରଙ୍ଗର ଏଇ ଆଲୋକ ଗଛ, ପଶୁପକ୍ଷୀ, ପାହାଡ଼ର ଛାଇ ସୃଷ୍ଟିକରେ। ସେ ସୁନା ରଙ୍ଗର...

ମନ୍ଦଦୃଷ୍ଟି ଓ ମନବୋଧ

ଦିନେ ଜଣେ ବନ୍ଧୁଙ୍କୁ ସଙ୍ଖୋଳିନେବାକୁ ବସ୍‌ଷ୍ଟାଣ୍ଡରେ ଅପେକ୍ଷା କରିଥାଏ। ଏହି ସମୟରେ ଝିଅଟିଏ ଅଟୋ ଚଳାଇ ଆସି ପହଁଚିଲା ଯାତ୍ରୀଭଡ଼ା ଉଦ୍ଦେଶ୍ୟରେ। ଅକସ୍ମାତ୍‌ ଆଖି ପଡ଼ିଲା...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri