ମହଙ୍ଗା ହେଲା ସୁନା, ରୁପା

ନୂଆଦିଲ୍ଲୀ,୧୭।୧୦: ଦୀପାବଳି ସୁଦ୍ଧା ସୁନା ଦର ୧୦ ଗ୍ରାମ ପିଛା ୬୧ ହଜାର ଟପିପାରେ । ଏ ନେଇ ବିଶେଷଜ୍ଞମାନେ ଆକଳନ କରିଛନ୍ତି। ସେହିପରି ରୁପାର କେଜି ପିଛା ଦାମ ୭୫ ହଜାର ଟଙ୍କା ହୋଇଯାଇପାରେ। ଦୀପାବଳି ପର୍ବ ପୂର୍ବରୁ ଧନ ତେରାସ ପଡ଼ିଥାଏ । ଆଉ ଧନ ତେରାସରେ ଲୋକେ ସୁନା କିଣିଥାନ୍ତି । ଏହାକୁ ଆଖିରେ ରଖି ସୁନା ଦର ୬୧ ହଜାର ଟପିବ ବୋଲି ଅର୍ଥନୀତି ବିଶେଷଜ୍ଞ ଆକଳନ କରୁଛନ୍ତି । ସେପଟେ ଇସ୍ରାଏଲ-ହମାସ ଯୁଦ୍ଧ ସାରା ବିଶ୍ବ ଉପରେ ପଡ଼ିଛି। ବିଶେଷ କରି ଏବେ ସୁନା ଓ ତୈଳ ଦର ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିଲାଣି ।

ବିଶେଷଜ୍ଞନୁସାରେ ସୁନା ଦର ଉପରେ ଇସ୍ରାଏଲ ଓ ହମାସ ଯୁଦ୍ଧର ପ୍ରଭାବ ପଡିପାରେ । ବର୍ତ୍ତମାନ ଲଗାତର ସୁନା ଦର ବଢି ଚାଲିଛ। ନବରାତ୍ରି ପୂର୍ବରୁ ଗୋଟିଏ ସପ୍ତାହରେ ସୁନା ଦର ୧ ହଜାର ୮୫୭ ଟଙ୍କା ବଢିଛି । କେବଳ ସୁନା ନୁହେଁ ରୁପା ଦର ମଧ୍ୟ ୨ ହଜାର ୬୩୬ ଟଙ୍କା ବୃଦ୍ଧି ହୋଇଛି । ଅନ୍ତର୍ଜାତୀୟ ବଜାରରେ ସୁନା ଦର ୭ ବର୍ଷର ସର୍ବୋଚ୍ଚ ସ୍ତର ଛୁଇଁଛି । ଗୋଟିଏ ସପ୍ତାହରେ ସୁନା ୩୫ ପ୍ରତିଶତ ବୃଦ୍ଧି ପାଇଁ ଆଉନ୍ସ ପିଛା ଦର ୫୫ ହଜାର ୩୮୫ ଟଙ୍କାରେ ପହଞ୍ଚିଛି ।

କେବଳ ସୁନା ନୁହେଁ ତେଲ ଦର ମଧ୍ୟ ଲଗାତର ଭାବେ ଉପରମୁହାଁ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୯୧ ଡଲାର ରହିଛି । ଇସ୍ରାଏଲ-ହମାସ ଯୁଦ୍ଧ ଅଧିକ ଦିନ ଜାରି ରହିଲେ ଏହା ଭାରତ ଉପରେ ଦୀର୍ଘକାଳୀନ ପ୍ରଭାବ ପକାଇବ । ଭାରତୀୟ ଅର୍ଥନୀତି ମଧ୍ୟ ପ୍ରଭାବିତ ହେବ ।

Share