ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଗୋଲ୍ଡସ୍ମିିଥ୍‌

ଲଣ୍ଡନ,୩୦।୬:ଋଷି ସୁନକଙ୍କ ସରକାରରେ ଜେଣ ପ୍ରମୁଖ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ବ୍ରିଟିଶ ପରିବେଶ ମନ୍ତ୍ରୀ ଜ୍ୟାକ ଗୋଲ୍ଡସ୍ମିଥ୍‌ ଶୁକ୍ରବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ବ୍ରିଟେନ୍‌ ସରକାରଙ୍କ ଜଳବାୟୁ ପ୍ରସଙ୍ଗରେ ଉଦାସୀନତା ନେଇ ସେ ଅଭିଯୋଗ କରିଛନ୍ତି। ସୋସିଆଲ ମିଡିଆରେ ନିଜ ଇସ୍ତଫା ପତ୍ରର ଫଟୋ ପୋଷ୍ଟ କରି ସେ କହିଛନ୍ତି, ସରକାର ବର୍ତ୍ତମାନ ଆମ ପାଇଁ ଥିବା ସବୁଠୁ ଚ୍ୟାଲେଞ୍ଜପୂର୍ଣ୍ଣ ପରିସ୍ଥିତିକୁ ଅଣଦେଖା କରିଛନ୍ତି। ଯାହାକୁ ନେଇ ମୁଁ ଇସ୍ତଫା ଦେଇଛି। ବର୍ତ୍ତମାନ ବ୍ରିଟେନ ବିଶ୍ୱ ସ୍ତରରୁ ଜଳବାୟୁ ପରିବର୍ତ୍ତନକୁ ନେଇ ନିଜର ନେତୃତ୍ୱରେ ପଛଘୁଞ୍ଚା ଦେଇଛି।

Share