Categories: ଜାତୀୟ

ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାର୍‌ଙ୍କୁ ଆତଙ୍କବାଦୀ ଘୋଷଣା କଲେ ସରକାର

ନୂଆଦିଲ୍ଲୀ,୧।୧: ସୋମବାର କେନ୍ଦ୍ର ସରକାର ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାର୍‌ଙ୍କୁ ବେଆଇନ କାର୍ଯ୍ୟକଳାପ ଅଧିନିୟମ (ୟୁଏପିଏ) ଅନୁଯାୟୀ ଆତଙ୍କବାଦୀ ଘୋଷଣା କରିଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ, ନିଷିଦ୍ଧ ଖାଲିସ୍ତାନୀ ସଂଗଠନ ବବର ଖାଲସା ଇଣ୍ଟରନ୍ୟାଶନାଲ ସହିତ ଗୋଲ୍ଡି ବ୍ରାର ଜଡିତ।

ସ୍ବରାଷ୍ଟ୍ର ମନ୍ତ୍ରଣାଳୟ କହିଛି , ସୀମା ବାହାରେ ଥିବା ଆତଙ୍କବାଦୀ ଏଜେନ୍ସି ଗୋଲ୍ଡି ବ୍ରାରକୁ ସମର୍ଥନ କରୁଥିବା ସହ ସେ ଅନେକ ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଛନ୍ତି। ରାଷ୍ଟ୍ରବାଦୀ ନେତାମାନଙ୍କୁ ଧମକପୂର୍ଣ୍ଣ କଲ କରିବା, ଧମକ ଦେଇ ଟଙ୍କା ମାଗିବା ସହ ସୋସିଆଲ ମିଡିଆ ପ୍ଲାଟଫର୍ମରେ ହତ୍ୟା ଦାବି ପୋଷ୍ଟ କରିବାରେ ଜଡିତ୍‌ ଥିଲେ।

ସୂଚନାଯୋଗ୍ୟ, ୨୦୨୨ରେ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାକୁ ହତ୍ୟା କରି ଚର୍ଚ୍ଚାକୁ ଆସିଥିଲେ ଗୋଲ୍ଡି। ସିଦ୍ଧୁଙ୍କ ହତ୍ୟା ପାଇଁ ନିଜକୁ ଦାୟୀ କରିଥିବା ଗୋଲ୍ଡି ଅନେକ ସେଲିବ୍ରିଟିଙ୍କୁ ମଧ୍ୟ ହତ୍ୟା କରିବାକୁ ଧମକ ଦେଇଥିଲେ।

Share