ବୁଏନ୍ସଏୟାର୍ସ, ୯ା୭(ଏପି)-ପୂର୍ବତନ ମାଷ୍ଟର୍ସ ଓ ୟୁଏସ୍ ଓପନ୍ ଚାମ୍ପିୟନ ଆର୍ଜେଣ୍ଟିନା ଗଲ୍ଫ ଖେଳାଳି ଆଞ୍ଜେଲ କାବ୍ରେରାଙ୍କୁ ୨ ବର୍ଷ ଜେଲଦଣ୍ଡ ହୋଇଛି। ୫୧ ବର୍ଷୀୟ କାବ୍ରେରା ୨୦୧୬ରୁ ୨୦୧୮ ମଧ୍ୟରେ ତାଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ଟୋରେସ୍ ମାନାଙ୍କୁ ଆକ୍ରମଣ କରିବା ଓ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ଶୁଣାଣି ବେଳେ କିନ୍ତୁ ସେ କୌଣସି ଭୁଲ କାର୍ଯ୍ୟ କରି ନ ଥିବା ଦର୍ଶାଇଥିଲେ। ହେଲେ ତାଙ୍କ ବିରୋଧରେ ଅନ୍ୟ ଦୁଇଜଣ ମହିଳା ସମାନ ଅଭିଯୋଗ ଆଣିଥିବାରୁ ତାଙ୍କ ମାମଲା ଅଧିକ ଜଟିଳ ହୋଇ ପଡ଼ିଥିଲା ବୋଲି ପ୍ରସିକ୍ୟୁଟର ଲାଉରା ବାଟିସ୍ଟେନି କହିଛନ୍ତି। କାବ୍ରେରାଙ୍କୁ ଗିରଫ କରିବା ଲାଗି ଓ୍ବାରେଣ୍ଟ ଜାରି ହୋଇଥିଲା।