ଟ୍ରକ୍‌ ପଛରେ ପିଟି ହେଲା କାର୍‌: ଚାଲିଗଲା ସ୍ତ୍ରୀ-ସ୍ବାମୀଙ୍କ ଜୀବନ, ଅନ୍ୟ ୨ ଜଣ ଗୁରୁତର

ଯାଜପୁର,୪ା୭: ଯାଜପୁର ଜିଲା ଦେଇ ଯାଇଥିବା ୧୬ ନଂ ଜାତୀୟ ରାଜପଥର ପାଣିକୋଇଲି ଛକ ଶର୍ମା ପେଟ୍ରୋଲ ପମ୍ପ ନିକଟରେ ବୁଧବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ଟ୍ରକ ପଛରେ କାର୍‌ ପିଟି ହେବାରୁ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମୃତକ ଦ୍ବୟ ସୁମାତ୍ରା ଜେନା ଓ ବିନୋଦ ଜେନା (ସ୍ବାମୀ-ସ୍ତ୍ରୀ) ହୋଇଥିବା ବେଳେ ତାଙ୍କ ଘର ବାଲେଶ୍ବର ଜିଲା ସୋର ଅଞ୍ଚଳରେ ବୋଲି ଜଣାପଡ଼ିଛି।

Share