Categories: ଫୁରସତ

ଦେଶର ବିକାଶରେ ସୁଶାସନ

ଦେଶର ବିକାଶରେ ସୁଶାସନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏନେଇ ସଚେତନତା ସୃଷ୍ଟି ଲାଗି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ବାର୍ଷିକୀ ୨୫ ଡିସେମ୍ବରକୁ ଭାରତରେ ପ୍ରତିବର୍ଷ ସୁଶାସନ ଦିବସ ପାଳନ କରାଯାଏ । ଦେଶପ୍ରତି ବାଜପେୟୀଙ୍କ ଅବଦାନକୁ ସମ୍ମାନ ଜଣାଇବା ପରିପ୍ରେକ୍ଷୀରେ ୨୦୧୪ ଡିସେମ୍ବର ୨୫ ଦିନ ତାଙ୍କ ୯୦ତମ ଜୟନ୍ତୀକୁ ସୁଶାସନ ଦିବସ ଭାବେ ପାଳନ କରିବା ପାଇଁ ସରକାର ନିଷ୍ପତ୍ତି ନେଇଥିଲେ।
ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏବଂ ପଣ୍ଡିତ ମଦନ ମୋହନ ମାଲବ୍ୟଙ୍କୁ ଭାରତର ସର୍ବୋଚ୍ଚ ନାଗରିକ ପୁରସ୍କାର ଭାରତ ରତ୍ନ ବିଜେତା ଭାବରେ ୨୩ ଡିସେମ୍ବର ୨୦୧୪ରେ ଭାରତୀୟ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କଦ୍ୱାରା ଘୋଷଣା କରାଯାଇଥିଲା । ଏହି ଘୋଷଣା ପରିପ୍ରେକ୍ଷୀରେ ତତ୍କାଳୀନ ନବନିର୍ବାଚିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶାସନ ସ୍ଥିର କରିଥିଲା ଅଟଳ ବିହାରୀଙ୍କ ଜନ୍ମ ବାର୍ଷିକୀକୁ ଭାରତରେ ପ୍ରତିବର୍ଷ ସୁଶାସନ ଦିବସ ଭାବରେ ପାଳନ କରାଯିବ ।

Share