ଦୀପିକାଙ୍କ ଶୁଭ ଅକ୍ଷର

ଦୀପିକା ପାଦୁକୋନ୍‌ଙ୍କର ଗୋଟିଏ ଅକ୍ଷର ଉପରେ ଅଗାଧ ବିଶ୍ୱାସ ରହିଛି। ତାହାକୁ ସେ ଲକି ଲେଟର ଭାବରେ ଗ୍ରହଣ କରିନେଇଛନ୍ତି। ତାହା ହେଲା ‘କେ’। ପୁଣି ଏପରି ସଂଯୋଗ ଏପରି ଅକ୍ଷରକୁ ନେଇ ଏକ ଫିଲ୍ମ ନିର୍ମିତ ହେବାକୁ ଯାଉଛି। ସେଥିରେ ନାୟିକା ଭୂମିକାରେ ଅବତୀର୍ଣ୍ଣ ହେଉଛନ୍ତି ଦୀପିକା। ଏହାର ଆଉ ଏକ ଖାସ୍‌ କଥା ରହିଛି। ଏଥିରେ ଦୀପିକାଙ୍କ ନାୟକ ସାଜୁଛନ୍ତି ସାଉଥର ମେଗା ଷ୍ଟାର ପ୍ରଭାସ। ‘କେ’ ଟାଇଟଲ ବିଶିଷ୍ଟ ଏହି ଫିଲ୍ମର ଶୁଟିଂ ଇତିମଧ୍ୟରେ ହାଇଦ୍ରାବାଦସ୍ଥିତ ରାମୋଜୀ ଫିଲ୍ମ ସିଟିରେ ଆରମ୍ଭ ହୋଇଯାଇଛି। ତେଣୁ ଦୀପିକା ଏବେ ସେଠାରେ ଡେରା ପକାଇଛନ୍ତି। ଏ ନେଇ ସେ କହନ୍ତି, ‘ମୋର ଶୁଭ ଅକ୍ଷର ହେଲା ‘କେ’। ଏହା ମୋ ପାଇଁ ସବୁଠାରୁ ଖୁସିର କଥା ଯେ, ‘କେ’ ଟାଇଟଲରେ ନିର୍ମିତ ହେଉଥିବା ଫିଲ୍ମରେ ମୋତେ ଅଭିନୟ କରିବାର ସୁଯୋଗ ମିଳିଛି। ଏଥିପାଇଁ ଏହାର ନିର୍ଦ୍ଦେଶକ ନାଗ ଅଶ୍ୱିନଙ୍କୁ ଯେତେ ଧନ୍ୟବାଦ ଦେବି ତାହା କମ୍‌ ହେବ। ଏଥିରେ ମୋତେ ଯେଉଁ ଭୂମିକା ମିଳିଛି ତାହା ମୋ କ୍ୟାରିୟରକୁ ଆହୁରି ମାଇଲେଜ ଦେବ ବୋଲି ଆଶା ରଖିଛି।’ ତେବେ ଏହି ଫିଲ୍ମରେ ଦୀପିକାଙ୍କ ଭୂମିକା ଦର୍ଶକଙ୍କୁ କେତେ ପ୍ରଭାବିତ କରୁଛି ତାହା ରିଲିଜ ପରେ ହିଁ ଜଣାପଡିବ।

Share