ଖୁଣ୍ଟରେ ଝୁଲୁଛି ‘ସୌଭାଗ୍ୟ’

ବଇଣ୍ଡା, ୧୨ା୭(ଡି.ଏନ.ଏ.) ସୌଭାଗ୍ୟ ଯୋଜନାରେ ସାମିଲ ହୋଇ ମଧ୍ୟ ବିଜୁଳି ଆଲୁଅରୁ ବଞ୍ଚିତ ୩୦ ପରିବାର। ଟ୍ରାନ୍ସଫର୍ମର ବସିଛି, ଖୁଣ୍ଟ ପୋତି ତାର ବି ଟଣାଯାଇଛି। ହେଲେ ଖୁଣ୍ଟରେ ହିଁ ଝୁଲି ରହିଛି ଯୋଜନା ସହ ହିତାଧିକାରୀଙ୍କ ଭାଗ୍ୟ। ଫଳରେ ୩ ବର୍ଷ ହେଲା ସେହି ତାର, ଖୁଣ୍ଟ ଦେଖି ବିଜୁଳି ବଦଳରେ ଡିବିରିରେ କାମ ଚଳାଉଛନ୍ତି ଅନୁଗୋଳ ଜିଲା କିଶୋରନଗର ବ୍ଲକ ବିଲେଇନାଳି ପଞ୍ଚାୟତ ଜାମୁଖୋଳ ଗ୍ରାମର ସମ୍ପୃକ୍ତ ପରିବାର। ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଅବଗତ ସତ୍ତ୍ୱେ କେହି ଗୁରୁତ୍ୱ ଦେଇ ନ ଥିବା ସେମାନେ ଅଭିଯୋଗ ଆଣିବା ସହ ତୁରନ୍ତ ସମସ୍ୟାର ସମାଧାନ କରିବାକୁ ଦାବି କରିଛନ୍ତି।
ଲକ୍ଷ୍ମୀ ପ୍ରଧାନ, ଜିରା ପ୍ରଧାନ, ସୁମି ପ୍ରଧାନ ପ୍ରମୁଖଙ୍କ ସମେତ ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ, ୨୦୧୭ରୁ ସମସ୍ତ ପରିବାରକୁ ସୌଭାଗ୍ୟ ଯୋଜନାରେ ବିଜୁଳି ଯୋଗାଯିବା ପାଇଁ ଖୁଣ୍ଟ ପୋତାଯାଇ ଟ୍ରାନ୍ସଫର୍ମର ବସିଛି। ଏଥିସହ ଘରକୁ ଖୁଣ୍ଟରୁ ତାର ଟଣାଯାଇ ମିଟର ଲଗାଯାଇଛି। ବିଦ୍ୟୁତ୍‌ ସଂଯୋଗ ପାଇଁ ସମ୍ପୃକ୍ତ ଠିକା ସଂସ୍ଥା ୩ ଶହ ଟଙ୍କା ଲେଖାଏ ନେଇଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ ହୋଇପାରି ନ ଥିବାରୁ ଖୁଣ୍ଟ, ତାର ଦେଖି ଦିନ କଟୁଛି। ଜଙ୍ଗଲ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ସନ୍ଧ୍ୟା ହେବା ମାତ୍ରେ ଲୋକେ କବାଟ ଦେଇ ଘରେ ରହୁଛନ୍ତି। ପିଲାମାନେ ପାଠ ପଢିବାରେ ସମସ୍ୟା ଉପୁଜିବା ସହ କୌଣସି ବୈଦ୍ୟୁତିକ ଉପକରଣ ବ୍ୟବହାର କରିହେଉନାହିଁ। ସରପଞ୍ଚଙ୍କଠାରୁ ଆରମ୍ଭ କରି ବିଦ୍ୟୁତ୍‌ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କୁ ଅବଗତ କରାଇଥିଲେ ମଧ୍ୟ କେହି ଶୁଣୁ ନ ଥିବା ଅଭିଯୋଗ ହୋଇଛି। ତୁରନ୍ତ ବିଦ୍ୟୁତ୍‌ ସଂଯୋଗ ନ ହେଲେ ଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଏ ନେଇ ସରପଞ୍ଚ ନବ କିଶୋର ସାହୁ କୁହନ୍ତି, ବିଦ୍ୟୁତ୍‌ ସଂଯୋଗ ପାଇଁ ଠିକା ସଂସ୍ଥା ଓ କନିଷ୍ଠ ଯନ୍ତ୍ରୀଙ୍କୁ ଅବଗତ କରାଯାଇଛି। ବିଦ୍ୟୁତ୍‌ ବିଭାଗ କନିଷ୍ଠ ଯନ୍ତ୍ରୀ ଉମାକାନ୍ତ ମାଝି କୁହନ୍ତି, ଉକ୍ତ ଗ୍ରାମରେ ଠିକାସଂସ୍ଥା ପକ୍ଷରୁ ୯୦% କାମ ସରିଛି। ତୁରନ୍ତ ବାକି କାମ କରାଯିବା ସହ ସେବା ଯୋଗାଇ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ ବଢୁଛି କନ୍ଧମାଳ ତେନ୍ତୁଳିର କ୍ରେଜ୍‌: ଏତିକି ଟଙ୍କାରେ ହେଉଛି ବିକ୍ରି

ଦାରିଙ୍ଗବାଡି, ୧୬।୧୦(ଅରୁଣ ସାହୁ): ଦିଲ୍ଲୀ ପ୍ରଗତି ମୈଦାନରେ ଚାଲିଥିବା ବାଣିଜ୍ୟ ମେଳାରେ ଓଡିଶାରୁ ପ୍ରାୟ ୪୦ଟି ଷ୍ଟଲ ପଡିଛି। ସେଥିମଧ୍ୟରେ ମିଶନ ଶକ୍ତି ପକ୍ଷରୁ ପାରମ୍ପରିକ...

ରାଗରେ ନିଆଁବାଣ ହୋଇଗଲେ ମୁଖ୍ୟମନ୍ତ୍ରୀ: ଶେଷରେ ଚାଲିକି ଗଲେ…

କଟକ,୧୬।୧୧: ବାଲିଯାତ୍ରା ଉଦ୍‌ଘାଟନୀ କାର୍ଯ୍ୟକ୍ରମ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ ଅନ୍ୟ ଅତିଥି ସିଲ୍‌ଭର୍‌ ସିଟି ବୋଟ୍‌ କ୍ଲବ୍‌ରୁ...

ଦାରିଙ୍ଗବାଡିରେ ତାପମାତ୍ରା କମିଲା, ସର୍ବନିମ୍ନ ୧୨.୫ ଡିଗ୍ରୀ

ଦାରିଙ୍ଗବାଡି, ୧୬।୧୦ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ଶୁକ୍ରବାର ସନ୍ଧ୍ୟାରୁ ତାପମାତ୍ରା ହ୍ରାସ ଘଟିଛି। ଶନିବାର ସକାଳ ୮ଟା ସୁଦ୍ଧା ସର୍ବନିମ୍ନ ତାପମାତ୍ରା...

ହଟିଲା କଟକଣା: ଆଜିଠୁ ଚାରିଦ୍ୱାର ଖୋଲା

ପୁରୀ,୧୬ା୧୧(ଅଜିତ୍‌ କୁମାର ମହାନ୍ତି):ଭକ୍ତଙ୍କ ନିମନ୍ତେ ଖୁସି ଖବର। କାର୍ତ୍ତିକ ମାସ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ହୋଇଥିବା କଟକଣାକୁ ଶୁକ୍ରବାର ହଟାଇ ନିଆଯାଇଛି। ଶନିବାରଠାରୁ...

ୟୁଆଇଏଲ୍ ପକ୍ଷରୁ ଶିଶୁ ଦିବସ ପାଳିତ*

ଯାଜପୁର,୧୫/୧୧: ଶିଶୁ ହସିଲେ ଦୁନିଆ ହସେ , ଏକଥା ତ ଆପଣମାନେ ନିଶ୍ଚୟ ଶୁଣିଥିବେ ହେଲେ ଶିଶୁଙ୍କ ମୁହଁରେ ହସ ଫୁଟାଇବା କାମ ଆମର ।...

ୟୁଆଇଏଲ୍ ପକ୍ଷରୁ ଶିଶୁ ଦିବସ ପାଳିତ

ଯାଜପୁର,୧୫/୧୧: ଶିଶୁ ହସିଲେ ଦୁନିଆ ହସେ , ଏକଥା ତ ଆପଣମାନେ ନିଶ୍ଚୟ ଶୁଣିଥିବେ ହେଲେ ଶିଶୁଙ୍କ ମୁହଁରେ ହସ ଫୁଟାଇବା କାମ ଆମର ।...

ଜଳିଗଲା ଲୁଗା ଦୋକାନ, ମାଲିକ ମୃତ

ଜଟଣୀ,୧୫ା୧୧(ରବୀନ୍ଦ୍ରନାଥ ମହାକୁଡ଼): ଖୋର୍ଦ୍ଧା ଜିଲା ଜଟଣୀ ଥାନା ଅଧୀନ ରାଜାବଜାରରେ ଥିବା ଗୌରୀ ଗାର୍ମେଣ୍ଟସ (ଲୁଗା ଦୋକାନ)ରେ ଶୁକ୍ରବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି...

ଚନ୍ଦ୍ରଗିରି ବନାଞ୍ଚଳରେ ବାଘ ପାଦଚିହ୍ନ

ମୋହନା,୧୫ା୧୧(ମନ୍ମଥ ମିଶ୍ର): ଗଜପତି ଜିଲା ଚନ୍ଦ୍ରଗିରି ବନାଞ୍ଚଳର ଆକିଲି ଅଞ୍ଚଳରେ ବାଘ ଆତଙ୍କ ଦେଖାଦେଇଛି। କିଛିଦିନ ହେଲା ଗଞ୍ଜାମ ଜିଲାର ଦିଗପହଣ୍ଡି ଓ ଚିକିଟି ଅଞ୍ଚଳରେ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri