ଦଶହରାରେ କ’ଣ କଲେ ହୁଏ ଶୁଭ, ଜାଣନ୍ତୁ ….

ଦଶହରାରେ ଘରକୁ ପରିଷ୍କାର ପରିଚ୍ଛନ୍ନ କରିବା ସହ ମା’ଙ୍କ କୃପା ଲଭିବାକୁ ଘରେ ଘରେ ସ୍ବତନ୍ତ୍ର ପୂଜାବିଧିର ଆୟୋଜନ କରାଯାଇଥାଏ। ତେବେ ବାସ୍ତୁଶାସ୍ତ୍ର ଅନୁସାରେ, ଏମିତି ବି କିଛି ଖାସ୍‌ କଥା ରହିଛି; ଯାହାକୁ ଦଶହରା ଅବସରରେ କଲେ ଘର ପାଇଁ ମଙ୍ଗଳ ହୋଇଥାଏ। ଯେମିତିକି:
* ଦଶହରା ଦିନ ପାଣିରେ କିଛି ସୈନ୍ଧବ ଲବଣ ମିଶାଇ ସେଥିରେ ଘର ପୋଛିଲେ; ଘରେ ଥିବା ନକାରାତ୍ମକ ଊର୍ଜା ନଷ୍ଟ ହୋଇଥାଏ।
* ଏହି ପବିତ୍ର ଦିନରେ ମାତା ଲକ୍ଷ୍ମୀଙ୍କୁ ଆବାହନ କରି ଘରେ ଲକ୍ଷ୍ମୀ ସୁକ୍ତମ ପାଠ କଲେ ସକାରାତ୍ମକ ଊର୍ଜା ବଢ଼ିବା ସହ ମା’ଙ୍କ କରୁଣା ପ୍ରାପ୍ତି ହୋଇଥାଏ।
* ବାସ୍ତୁଶାସ୍ତ୍ର ଅନୁସାରେ, ଦଶହରା ଦିନ କିଛି ଅରୁଆ ଚାଉଳ ଓ କଉଡ଼ିକୁ ନାଲି କପଡ଼ାରେ ବାନ୍ଧି ଟ୍ରେଜେରି ହେଉ କି ଆଲମିରାରେ ରଖିଦେଲେ ଧନପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି।
* ଦଶହରା ଦିନ ସନ୍ଧ୍ୟାବେଳେ ଘରର ଦକ୍ଷିଣ ଦିଗରେ ଚୌମୁଖୀ ଦୀପ ଲଗାଇବା ଶୁଭ ହୋଇଥାଏ। ଏପରି କଲେ ଘରର ବାସ୍ତୁ ସମସ୍ୟା ଦୂର ହେବା ସହ ସୁଖସମୃଦ୍ଧି ବୃଦ୍ଧି ପାଇଥାଏ ବୋଲି ବିଶ୍ୱାସ କରାଯାଏ।
* ଅନ୍ୟପକ୍ଷେ କୁହାଯାଏ, ଦଶହରା ଦିନ ଘରେ ଗଙ୍ଗା ଜଳ ଛିଞ୍ଚତ୍ ମୁଖ୍ୟ ଦ୍ୱାର ନିକଟରେ ସିନ୍ଦୁରରେ ସ୍ବସ୍ତିକ ଚିହ୍ନ କଲେ ଘରର କୁଆଡ଼େ ଉନ୍ନତି ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଶେଯରେ ବସି ଖାଉଥିଲେ ନିହାତି ଜାଣନ୍ତୁ..

ପୂର୍ବେ, ଲୋକମାନେ ଭୂମି ଉପରେ ଚକା ପକାଇ ଭୋଜନ କରୁଥିଲେ। କିନ୍ତୁ ପରିବର୍ତ୍ତିତ ସମୟାନୁସାରେ ଏହାର ସ୍ଥାନ ଡାଇନିଂ ଟେବୁଲ୍‌ ନେଇଗଲା। ହେଲେ ଏବେ ବି...

ଏହି ୨ ଗୁଣ ଶତ୍ରୁଙ୍କୁ କରିଦେବ ମିତ୍ର ଚାଣକ୍ୟ କହିଲେ…

ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନ ସହ ଜଡ଼ିତ ବିଭିନ୍ନ ସମସ୍ୟା ଓ ତା’ର ନିଦାନ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି। ଏହି ନୀତିକୁ ଆପଣାଇବା ଦ୍ୱାରା...

କଦାପି ଏହି ୪ ସ୍ବଭାବର ବ୍ୟକ୍ତିଙ୍କୁ ନିଜ ଘରକୁ ଡାକନ୍ତୁ ନାହିଁ, ପଶ୍ଚାତାପ କରିବେ; ଜାଣନ୍ତୁ ଏଭଳି କାହାକୁ କହିଛନ୍ତି ଚାଣକ୍ୟ…

କଥାରେ ଅଛି ‘ଅତିଥି ଦେବୋ ଭବଃ’। ଅର୍ଥାତ ଅତିଥି ହେଉଛନ୍ତି ଭଗବାନଙ୍କ ସ୍ବରୂପ। କୁହାଯାଏ ଯେ ଭଗବାନ ଯେକୌଣସି ସମୟରେ ଯେକୌଣସି ରୂପରେ ଆସିପାରନ୍ତି। ହିନ୍ଦୁ...

ଅନ୍ୟ ଉପରେ ସହଜରେ ବିଶ୍ୱାସ କରୁଛନ୍ତି କି? ମନେରଖନ୍ତୁ…

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନ ସହ ଜଡ଼ିତ ବିଭିନ୍ନ ବିଷୟରେ ଉଲ୍ଲେଖ କରାଯାଇଛି। ଏହାକୁ ମାନିଲେ ଯେକେହି ସଫଳ ଏବଂ ସୁଖୀ ଜୀବନ...

ବଢୁଛି କଫି କ୍ରେଜ୍‌

ଦୁନିଆର ସବୁଠାରୁ ଲୋକପ୍ରିୟ ପାନୀୟ ମଧ୍ୟରୁ କଫି ଅନ୍ୟତମ। କଫି ପ୍ରେମୀମାନେ ଦୁନିଆର ପ୍ରତ୍ୟେକ କୋଣରେ ଦେଖିବାକୁ ମିଳେ। ଭାରତ ଭଳି ଦେଶରେ କଫି ଏବଂ...

ରକ୍ତ ଦାନ, ମହତ କାମ: ସ୍ବେଚ୍ଛାକୃତ ରକ୍ତଦାନ ପାଇଁ ଆଗେଇ ଆସନ୍ତୁ

ରକ୍ତ ଦାନ ହେଉଛି ଏକ ମହତ କାମ। କାରଣ ରକ୍ତ ଦାନ କରି ଜଣେ ଅନ୍ୟ ଜଣଙ୍କର ଜୀବନ ରକ୍ଷା କରିପାରିବେ। ପ୍ରତିବର୍ଷ ଅକ୍ଟୋବର ୧ରେ...

ଚିନାବାଦାମ ଖାଉଥିଲେ

ଚିନାବାଦାମ ଖାଇବା ଅନେକଙ୍କର ପସନ୍ଦ। ତେବେ ଭଜା ଚିନାବାଦାମ ତୁଳନାରେ ସିଝା ଚିନାବାଦାମ ଖାଇଲେ ଶରୀରକୁ ଅନେକ ଉପକାର ମିଳିଥାଏ। ପ୍ରଥମତଃ ଭଜା ଚିନାବାଦାମ ତୁଳନାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri