ବାଲୁକା କଳାରେ ବିରାଟଙ୍କୁ ଶୁଭେଚ୍ଛା

ପୁରୀ:୫।୧୧: ଆଜି ଲିଜେଣ୍ଡ କ୍ରିକେଟର୍‌ ବିରାଟ କୋହଲିଙ୍କ ଜନ୍ମଦିନ। ଏହି ଅବସରରେ ପୁରୀ ବେଳାଭୂମିରେ ବିଶାଳ ବାଲୁକା କଳା କରି ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ।

ବିରାଟ କୋହଲି ୫ ନଭେମ୍ବର ୧୯୮୮ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ସେ ଦିଲ୍ଲୀର ଉତ୍ତରନଗରରେ ବଡ ହୋଇଥିଲେ। କୁହାଯାଏ, କୋହଲି ମାତ୍ର ୯ ବର୍ଷ ବୟସରେ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ। ସେ ପିଲାଦିନରେ କୋଚ୍‌ ରାଜକୁମାର ଶର୍ମାଙ୍କଠାରୁ କ୍ରିକେଟ ପଶିକ୍ଷଣ ନେଇଥିଲେ। ପରେ କୋହଲି ଧୀରେ ଧୀରେ କ୍ରିକେଟରେ ଚମତ୍କାର ପ୍ରଦର୍ଶନ ଆରମ୍ଭ କରିଥିଲେ। ଗ୍ରୁପ କ୍ରିକେଟରେ ଜବରଦସ୍ତ ପ୍ରଦର୍ଶନ କରିବା ପରେ ସେ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳି ଥିଲେ।

୨୦୦୬ରେ କୋହଲି ଦିଲ୍ଲୀ ପାଇଁ ତାଙ୍କ କ୍ୟାରିୟରର ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳିଥିଲେ। ଏହି ସମୟ ମଧ୍ୟରେ କୋହଲିଙ୍କ ପିତା ପ୍ରେମ କୋହଲିଙ୍କ ଦେହାନ୍ତ ହୋଇଥିଲା। ପିତାଙ୍କ ମୃତ୍ୟୁ ସତ୍ତ୍ୱେ କୋହଲି କର୍ନାଟକ ବିପକ୍ଷ ମ୍ୟାଚରେ ବ୍ୟାଟିଂ କରିବାକୁ ଆସି ୯୦ ରନ୍‌ର ଇନିଂସ୍‌ ଖେଳିଥିଲେ।

କୋହଲିଙ୍କ ପାଇଁ ୨୦୦୮ ଅଣ୍ଡର-୧୯ ବିଶ୍ୱକପ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। କୁହାଯାଏ, କୋହଲି ଅଣ୍ଡର-୧୯ ବିଶ୍ୱକପରୁ ଅନେକ ଖ୍ୟାତି ଅର୍ଜନ କରିଥିଲେ। ଏହା କୋହଲିଙ୍କୁ ଟିମ୍‌ ଇଣ୍ଡିଆରେ ଯୋଗଦେବା ପାଇଁ ବାଟ ଖୋଲିଥିଲା। କୋହଲି ତାଙ୍କ ଅଧିନାୟକତ୍ୱରେ ଭାରତକୁ ଅଣ୍ଡର-୧୯ ବିଶ୍ୱକପ୍‌ ଟାଇଟ୍‌ଲ ଜିତାଇଥିଲେ। ଅଣ୍ଡର-୧୯ ବିଶ୍ୱକପରେ ପ୍ରଭାବିତ କରିଥିବା କୋହଲିଙ୍କୁ ଆଇପିଏଲ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର କିଣିଥିଲ। ତା’ପରେ ସେହି ବର୍ଷ ଅର୍ଥାତ୍‌ ୨୦୦୮ରେ ସେ ଟିମ ଇଣ୍ଡିଆରେ ପ୍ରବେଶ କରିଥିଲେ। କୋହଲି ୨୦୦୮ ଅଗଷ୍ଟ ୧୮ରେ ଶ୍ରୀଲଙ୍କା ବିପକ୍ଷରେ ଏକ ଦିନିକିଆ ମ୍ୟାଚ ଖେଳି ଅନ୍ତର୍ଜାତୀୟସ୍ତରରେ ଡେବ୍ୟୁ କରିଥିଲେ। ଏହା ପରେ ବିରାଟ କେବେ ପଛକୁ ଚାହିଁ ନ ଥିଲେ ଏବଂ ସେ ଗୋଟିଏ ପରେ ଗୋଟିଏ ରେକର୍ଡ କରିବାରେ ଲାଗିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବେଦାନ୍ତ ବିଶ୍ୱବିଦ୍ୟାଳୟ ଜମି ମାମଲା: ଜନସାଧାରଣଙ୍କ ଅଧିକାର ଓ ନ୍ୟାୟିକ ବିଜୟ

ଓଡ଼ିଶାର ପୁରୀ ଜିଲାର ୨୨ଟି ମୌଜାର ଚାଷୀଙ୍କ ଜମି ରକ୍ଷା ପାଇଁ ଏକ ଦୀର୍ଘ ସଂଘର୍ଷର କାହାଣୀ ଆଜି ମଧ୍ୟ ଆଲୋଚନାର ବିଷୟ ହୋଇରହିଛି। ବେଦାନ୍ତ...

ଛାତ୍ରବାସରେ ପ୍ରେମିକାଙ୍କୁ ପାଖରେ ରଖିବା ପାଇଁ ସୁଟ୍‌କେସ୍‌ରେ ପୁରାଇଲେ

ସୋନିପଥ, ୧୩।୪: ହରିୟାଣା ସୋନିପଥସ୍ଥିତ ଓପି ଜିନ୍ଦଲ ଗ୍ଲୋବାଲ ୟୁନିଭର୍ସିଟିରୁ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍‌ନାକୁ ଆସିଛି। ଜଣେ ଛାତ୍ର ନିଜ ପ୍ରେମିକାଙ୍କୁ ପାଖରେ ରଖିବା...

ଟ୍ରମ୍ପ୍‌ଙ୍କ ଟାରିଫ୍‌ ବିଶ୍ୱ ବାଣିଜ୍ୟକୁ ୩% ସଙ୍କୁଚିତ କରିପାରେ

ଜାତିସଂଘ,୧୩।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଅନେକ ଦେଶ ଉପରେ ପାରସ୍ପରିକ ଶୁଳ୍କ ଲଗାଇବାକୁ ନିଷ୍ପତ୍ତି ନେଇଥିବାରୁ ଏହା ବିଶ୍ୱ ବାଣିଜ୍ୟକୁ ୩ ପ୍ରତିଶତ ସଂକୁଚିତ...

ଅହଂକାର ରଖନି, ଗ୍ରୁପିଜମ୍‌ କରନାହିଁ: ନଡ୍ଡା

ଭୁବନେଶ୍ୱର (ସୁନିତ୍‌ ମିଶ୍ର)/ପୁରୀ (ଅଜିତ କୁମାର ମହାନ୍ତି), ୧୩ା୪: ପୁରୀ ସ୍ଥିତ ସ୍ବାମୀ ନାରାୟଣ ମୁଖ୍ୟ ମନ୍ଦିର ପରିସରରେ ଆୟୋଜିତ ଭାଜପାର ୨ ଦିନିଆ ପ୍ରଶିକ୍ଷଣ...

Kalabaisakhi in Odisha: ଆଲର୍ଟ, ଏସବୁ ଜିଲାରେ ଆଜି କାଳବୈଶାଖୀ ବର୍ଷା

ଭୁବନେଶ୍ୱର,୧୩ା୪(ଅନୁରାଧା ମହାରଣା): କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷା ଜାରି ରହିଛି। ଶନିବାର ଦ୍ୱୈତନଗରୀ କଟକ ଓ ଭୁବନେଶ୍ୱର...

ଅଭିଶେକଙ୍କ ବିସ୍ଫୋରକ ଶତକ: ହାଇଦ୍ରାବାଦ ବିଜୟୀ

ହାଇଦ୍ରାବାଦ,୧୨ା୪: ଅଭିଶେକ ଶର୍ମାଙ୍କ ବିସ୍ଫୋରକ ଶତକ ବଳରେ ସନରାଇଜର୍ସ ହାଇଦ୍ରାବାଦ (ଏସ୍‌ଆର୍‌ଏଚ୍‌) ୮ ଉଇକେଟରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌)କୁ ପରାସ୍ତ କରିଛି। ହାଇସ୍କୋରିଂ ମ୍ୟାଚରେ ପିବିକେଏସ୍‌...

ଉଗ୍ରରୂପ ନେଲା ଓ୍ବକ୍‌ଫ ବିରୋଧୀ ବିକ୍ଷୋଭ: ଇଣ୍ଟରନେଟ୍‌ ସେବା ବନ୍ଦ

କୋଲକାତା,୧୨।୪: ଓ୍ବକ୍‌ଫ ସଂଶୋଧନ ଆଇନ ବିରୋଧରେ ବିକ୍ଷୋଭ ଉଗ୍ରରୂପ ନେଇଛି। ପଶ୍ଚିମବଙ୍ଗର ମୁସଲମାନବହୁଳ ମୁର୍ଶିଦାବାଦ ଜିଲାରେ ହୋଇଥିବା ବିକ୍ଷୋଭ ହିଂସାତ୍ମକ ରୂପ ନେଇଥିବା ବେଳେ ଏଥିରେ...

ଭାରତୀୟ ଫାର୍ମା କମ୍ପାନୀର ଓ୍ବେୟାର ହାଉସ ଉପରେ ମିଶାଇଲ ମାଡ଼ କଲା ରୁଷିଆ

କ୍ୱିଭ,୧୨।୪: ୟୁକ୍ରେନର ରାଜଧାନୀ କ୍ୱିଭରେ ରୁଷିଆର ସଦ୍ୟତମ ଆକ୍ରମଣରେ ଏକ ଭାରତୀୟ ଔଷଧ କମ୍ପାନୀର ଗୋଦାମ ଧ୍ୱଂସ ହୋଇଯାଇଛି। ଶନିବାର (୧୨ ଏପ୍ରିଲ, ୨୦୨୫) ଭାରତରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image