ଏ ବର୍ଷ ଭଲ ମୌସୁମୀ ବର୍ଷା: ଦୁର୍ବଳ ହେଉଛି ଏଲ୍‌ ନିନୋ ସ୍ଥିତି

ନୂଆଦିଲ୍ଲୀ,୧୧।୨(ପି.ଟି.) ୨୦୨୩ରେ ପ୍ରବଳ ଗ୍ରୀଷ୍ମପ୍ରବାହ ପରେ ଆସନ୍ତା ଜୁନ୍‌ ସୁଦ୍ଧା ଏଲ୍‌ ନିନୋ ସ୍ଥିତି ଦୁର୍ବଳ ହେବାକୁ ଥିବାରୁ ଚଳିତବର୍ଷ ଭଲ ମୌସୁମୀ ବର୍ଷା ହେବା ନେଇ ପାଣିପାଗ ବିଜ୍ଞାନୀମାନେ ପୂର୍ବାନୁମାନ କରିଛନ୍ତି। ପ୍ରଶାନ୍ତ ମହାସାଗରର ବିଷୁବ ମଣ୍ଡଳୀୟ ଅଞ୍ଚଳକୁ ଉତ୍ତପ୍ତ କରୁଥିବା ଏଲ୍‌ ନିନୋ ସାରା ବିଶ୍ୱର ପାଣିପାଗକୁ ପ୍ରଭାବିତ କରିଥାଏ। ତେବେ ଏହା ଦୁର୍ବଳ ହେବା ଆରମ୍ଭ କରିଛି ବୋଲି ଗତ ସପ୍ତାହରେ ବିଶ୍ୱର ଦୁଇଟି ଜଳବାୟୁ ସଂସ୍ଥା ଘୋଷଣା କରିଥିଲେ। ଏଥିସହିତ ଅଗଷ୍ଟ ସୁଦ୍ଧା ଲା ନିନା ସ୍ଥିତି ସୃଷ୍ଟି ହେବା ସମ୍ଭାବନା ରହିଛି।

ଜୁନ୍‌ରୁ ଅଗଷ୍ଟ ମଧ୍ୟରେ ଲା ନିନା ସ୍ଥିତି ଦେଖାଦେବାକୁ ଥିବାରୁ ଗତବର୍ଷ ତୁଳନାରେ ଚଳିତ ବର୍ଷ ଭଲ ବର୍ଷା ହେବ ବୋଲି ପାଣିପାଗ ବିଜ୍ଞାନୀ କହିଛନ୍ତି। ଏଥିସହିତ ସେମାନେ ‘ସ୍ପ୍ରିଙ୍ଗ ପ୍ରେଡିକ୍ଟେବିଲିଟି ବାରିଅର’ ନେଇ ସତର୍କ କରାଇଛନ୍ତି, ଯାହା ପାଣିପାଗ ସମ୍ପର୍କରେ ଠିକ୍‌ ପୂର୍ବାନୁମାନ କରିବାରେ ଅନ୍ତରାୟ ସୃଷ୍ଟି କରିଥାଏ।

ଭୂବିଜ୍ଞାନ ମନ୍ତ୍ରଣାଳୟର ପୂର୍ବତନ ସଚିବ ମାଧବନ ରାଜୀବନଙ୍କ କହିବା ଅନୁଯାୟୀ, ଜୁନ୍‌-ଜୁଲାଇ ବେଳକୁ ଲା ନିନା ସୃଷ୍ଟି ହେବାର ଭଲ ସମ୍ଭାବନା ରହିଛି। ଏପରିକି ଏଲ୍‌ ନିନୋ ନିଷ୍କ୍ରିୟ ସ୍ଥିତିକୁ ପରିବର୍ତ୍ତନ ଜାରି ରହିଲେ ମଧ୍ୟ ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ମୌସୁମୀ ଭଲ ରହିବ ବୋଲି ସେ କହିଛନ୍ତି। ଭାରତରେ ବାର୍ଷିକ ବୃଷ୍ଟିପାତର ୭୦ ପ୍ରତିଶତ ଦକ୍ଷିଣ-ପଶ୍ଚିମ ମୌସୁମୀରୁ ମିଳିଥାଏ, ଯାହା କି ଦେଶର କୃଷି କାର୍ଯ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ। ଭାରତର ଜିଡିପିକୁ କୃଷି କ୍ଷେତ୍ରର ଅବଦାନ ୧୪ ପ୍ରତିଶତ ହୋଇଥିବାବେଳେ ଏଥିରେ ଜନସଂଖ୍ୟାର ଅଧାରୁ ଅଧିକ ନିୟୋଜିତ ହୋଇଥାନ୍ତି।

ଏପ୍ରିଲ-ଜୁନ୍‌ ସୁଦ୍ଧା ଏଲ୍‌ ନିନୋ ଇଏନ୍‌ଏସ୍‌ଓ-ନିଷ୍କ୍ରିୟତାରେ ପହଞ୍ଚତ୍ବାର ୭୯ ପ୍ରତିଶତ ସମ୍ଭାବନା ରହିଛି ବୋଲି ଜାତିସଂଘର ନ୍ୟାଶନାଲ ଓସନିକ୍‌ ଆଣ୍ଡ ଆଟ୍‌ମୋସ୍ପିୟରିକ୍‌ ଆଡମିନିଷ୍ଟ୍ରେଶନ (ଏନ୍‌ଓଏଏ) ଗତ ସପ୍ତାହରେ କହିଥିଲା। ସେହିପରି ଜୁନ୍‌-ଅଗଷ୍ଟ ବେଳକୁ ଲା ନିନୋ ବିକଶିତ ହେବାର ୫୫ ପ୍ରତିଶତ ସମ୍ଭାବନା ଥିବା କୁହାଯାଇଥିଲା। ଏଲ୍‌-ନିନୋ ଦୁର୍ବଳ ହେବା ଆରମ୍ଭ ହୋଇଛି ବୋଲି ୟୁରୋପୀୟ ସଂଘର କୋପରନିକସ୍‌ କ୍ଲାଇମେଟ୍‌ ଚେଞ୍ଜ୍‌ ସର୍ଭିସ୍‌ (ସି୩ଏସ୍‌) ସ୍ପଷ୍ଟ କରିଥିଲା। ଅନ୍ୟପକ୍ଷରେ ବର୍ତ୍ତମାନ ସୁଦ୍ଧା ପାଣିପାଗ ସ୍ଥିତି ନେଇ କିଛି ନିଶ୍ଚିତ କରାଯାଇପାରିବ ନାହିଁ। ତେବେ ଏଲ୍‌ ନିନୋ ଶେଷ ହେବା ନେଇ ସମସ୍ତ ମଡେଲ୍‌ରୁ ସୂଚନା ମିଳୁଛି ବୋଲି ଭାରତୀୟ ପାଣିପାଗ ବିଭାଗର ବରିଷ୍ଠ ବୈଜ୍ଞାନିକ ଡି. ଶିବାନନ୍ଦ ପାଇ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଟଣାଓଟରା

ମୁମ୍ବାଇ,୧୮।୧୦: ଶିବସେନା (ୟୁବିଟି)ର ବରିଷ୍ଠ ନେତାମାନେ ନଭେମ୍ବର ୨୦ରେ ହେବାକୁ ଥିବା ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଏହାର ବିଧାୟକ ତଥା ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ଭେଟିଛନ୍ତି।...

ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା: ଏହି ସବୁ ଲୋକଙ୍କୁ ମିଳିବ…

ଭୁବନେଶ୍ୱର,୧୮।୧୦: ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଚଳିତ ଆର୍ଥିକ ବର୍ଷରେ ରାଜ୍ୟରେ ଆୟୁଷ୍ମାନ ଭାରତ ଲାଗୁ ହେବ। ଏନେଇ ମୋହନ...

ଟ୍ରେନ୍‌ରେ ଚଢ଼ିବା ସମୟରେ ଅଘଟଣ: ମା’ ସହ ଖସିପଡ଼ିଲେ ୪ ବର୍ଷର ଶିଶୁକନ୍ୟା

ରାୟଗଡ଼ା,୧୮ା୧୦(ଆଶିଷ ରଞ୍ଜନ ପଣ୍ଡା): ଚଳନ୍ତା ଟ୍ରେନ୍‌ରେ ଚଢ଼ିବା ବେଳେ ଅଘଟଣ ଘଟିଛି। କରବା ଏକ୍ସପ୍ରେସରେ ଚାପି ହୋଇ ମା ଓ ୪ ବର୍ଷର ଶିଶୁକନ୍ୟା ଗୁରୁତର...

ନିଜ ଦେଶର ପ୍ରଧାନମନ୍ତ୍ରୀଙ୍କ ଉପରେ ପ୍ରଶ୍ନ ଉଠାଇଲେ ଜାତୀୟ ସୁରକ୍ଷା ବିଶେଷଜ୍ଞ

ନୂଆଦିଲ୍ଲୀ/ଓଟାଓ୍ବା,୧୮।୧୦: ଭାରତ-କାନାଡା ତିକ୍ତତା ମଧ୍ୟରେ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ନିଜ ଦୋଷ ସ୍ବୀକାର କରିଛନ୍ତି। ସେ କହିଛନ୍ତି, ନିଜ୍ଜାର ହତ୍ୟା ମାମଲାରେ କାନାଡା ଭାରତକୁ ଆବଶ୍ୟକୀୟ...

କେସିଙ୍ଗା ବ୍ଲକ ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ୧୫ ଦିନ ବିତିଲା, ସମିତିସଭ୍ୟ-ସରପଞ୍ଚଙ୍କୁ ଭୟଭୀତ ପାଇଁ କୂଟଚକ୍ରାନ୍ତ

କେସିଙ୍ଗା,୧୮ା୧୦: କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପାଧ୍ୟକ୍ଷା ରାଜଲଷ୍ମୀ ପଟ୍ଟନାୟକଙ୍କ ନେତୃତ୍ୱରେ ଆଜକୁ ୧୫ଦିନ ବିତି ଗଲାଣି। ପ୍ରଶାସନିକସ୍ତରରେ ନୋଟିସ୍‌...

ଭାରତ-କାନାଡା ପରସ୍ପର ଉପରେ ପ୍ରତିବନ୍ଧକ ଲଗାଇଲେ କାହାର ହେବ ବେଶୀ କ୍ଷତି: ଜାଣନ୍ତୁ

ନୂଆଦିଲ୍ଲୀ,୧୮।୧୦: ଭାରତ ଏବଂ କାନାଡା ମଧ୍ୟରେ ସମ୍ପର୍କରେ ତିକ୍ତତା ବଢିବାରେ ଲାଗିଛି। ଏହା ପଛରେ ସବୁଠାରୁ ବଡ କାରଣ ହେଉଛି ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ହରଦୀପ ସିଂ...

ଧରାପୃଷ୍ଠକୁ ଆସି ଆଇନ ଜାଲରେ ଛନ୍ଦି ହେଲେ ମା’ ଦୁର୍ଗା, ହୋଇପାରୁନି ବିସର୍ଜନ

ଭୁବନେଶ୍ୱର, ୧୮ା୧୦: ଧରାପୃଷ୍ଠକୁ ଆସି ଆଇନ ଜାଲରେ ଛନ୍ଦି ହେଲେ ମା’ ଦୁର୍ଗା। ଜାଗା ବିବାଦ ପାଇଁ ଦଶହରା ପରେ ବି ହୋଇନାହାଁନ୍ତି ବିସର୍ଜିତ। ଏଭଳି...

ବୃନ୍ଦାବତୀ ନିବାସ ଆଗରେ ଅଚେତ୍‌ ହୋଇପଡିଲେ ଜଣେ ହବିଷ୍ୟାଳୀ

ପୁରୀ,୧୮।୧୦: ବୃନ୍ଦାବତୀ ନିବାସ ଆଗରେ ଜଣେ ହବିଷ୍ୟାଳୀ ଅଚେତ୍‌ ହୋଇ ପଡିଛନ୍ତି। ତାଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି। ହବିଷ୍ୟାଳୀ ଜଣଙ୍କ ଯାଜପୁର ଜିଲା ବରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri