ଖୁସି ଖବର, ମିଶ୍ରିତ ଭାକ୍ସିନ୍‌ ଯୋଗୁ ୬ ଗୁଣା ଅଧିକ ଆଣ୍ଟିବଡ଼ି ହେଉଛି ସୃଷ୍ଟି…

ସିଓଲ୍‌,୨୭।୭: ଦକ୍ଷିଣ କୋରିଆର ବୈଜ୍ଞାନିକମାନେ କରୋନା ଟିକାର ମିଶ୍ରିତ ବ୍ୟବହାର ବିଷୟରେ ଖୁସି ଖବର ଦେଇଛନ୍ତି। । ଦୁଇ ଭିନ୍ନ ଡୋଜ୍‌ ନେବା ଦ୍ୱାରା ଶରୀରରେ ସମାନ ପ୍ରକାର ଭାକ୍ସିନ୍‌ ନେଇଥିବା ଲୋକଙ୍କ ତୁଳନାରେ ୬ ଗୁଣା ଅଧିକ ଆଣ୍ଟିବଡି ସୃଷ୍ଟି ହେଉଛି ବୋଲି ବୈଜ୍ଞାନିକମାନେ ଦାବି କରିଛନ୍ତି। ଦକ୍ଷିଣ କୋରିଆ ରୋଗ ନିୟନ୍ତ୍ରଣ ଏବଂ ନିରାକରଣ ଏଜେନ୍ସି ପକ୍ଷରୁ ୪୯୯ ଜଣ ସ୍ବାସ୍ଥ୍ୟକର୍ମୀଙ୍କୁ ଏହି ପରୀକ୍ଷାରେ ସାମିଲ କରାଯାଇଥିଲା। ୧୦୦ ଜଣଙ୍କୁ ପ୍ରଥମ ଡୋଜରେ ଆଷ୍ଟ୍ରାଜେନେକା ଏବଂ ଦ୍ୱିତୀୟ ଡୋଜରେ ଫାଇଜର ଟିକା ବ୍ୟବହାର କରିବା ଲାଗି ଅନୁମତି ପ୍ରଦାନ କରାଯାଇଥିଲା। ଅପରପକ୍ଷରେ ୨୦୦ ଜଣଙ୍କୁ ଫାଇଫାଇଜର ଏବଂ ୧୯୯ ଜଣଙ୍କୁ ଆଷ୍ଟ୍ରାଜେନେକା ଭାକ୍ସିନ୍‌ ଦିଆଯାଇଥିଲା। ମିଶ୍ରିତ ଭାକ୍ସିନ୍‌ ନେଇଥିବା ଲୋକଙ୍କ ଶରୀରରେ ଅଧିକ ଆଣ୍ଟିବଡ଼ି ସୃଷ୍ଟି ହୋଇଥିବାର ଜଣାପଡ଼ିଥିଲା। ଗବେଷଣା ରିପୋର୍ଟ ଆଧାରରେ ବୈଜ୍ଞାନିକମାନେ କହିଛନ୍ତି ଯେ ଆଷ୍ଟ୍ରାଜେନେକା ଏବଂ ଫାଇଜର ଟିକାକୁ ମିଶ୍ରିତ ଭାବରେ ବ୍ୟବହାର କରିହେବ। ଏହା ଦ୍ୱାରା ସୁଫଳ ମିଳିବ।

 

Share