ଦୀପାବଳି ଅବସରରେ ‘ଦୃଶ୍ୟମ-୨’କୁ ନେଇ ଖୁସିଖବର ଦେଲେ ନିର୍ମାତା

ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ଫିଲ୍ମ ‘ଦୃଶ୍ୟମ-୨’କୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ନିକଟରେ ଫିଲ୍ମର ଟ୍ରେଲର୍‌ ରିଲିଜ୍‌ ହୋଇଥିଲା। ଯାହାକୁ ଦେଖିବା ପରେ ଦର୍ଶକ ବେଶ୍‌ ପସନ୍ଦ କରିଥିଲେ। ଅଭିଷେକ ପାଠକଙ୍କ ନିର୍ଦ୍ଦେଶିତ ଫିଲ୍ମଟି ନଭେମ୍ବର ୧୮ରେ ପ୍ରେକ୍ଷାଳୟକୁ ଆସିବ। ଇତି ମଧ୍ୟରେ ଫିଲ୍ମ ନିର୍ମାତା ଦୀପାବଳି ଉପଲକ୍ଷେ ଦର୍ଶକଙ୍କୁ ଭେଟି ଦେଇଛନ୍ତି। ପୂର୍ବରୁ ମଧ୍ୟ ନିର୍ମାତା ଦର୍ଶକଙ୍କୁ ଖୁସି ଖବର ଦେଇଥିଲେ। ଅକ୍ଟୋବର ୨ରେ ଫିଲ୍ମର ଟିକେଟ୍‌ ବୁକିଂ କଲେ ୫୦ ପ୍ରତିଶତ ରିହାତି ମିଳିବ। ଆଉ ଏବେ ଦୀପାବଳୀ ଅବସରରେ ଟିକେଟ୍‌ ବୁକିଂ କଲେ ୨୫ ପ୍ରତିଶତ ରିହାତି ମିଳିବ ବୋଲି ନିର୍ମାତା ଘୋଷଣା କରିଛନ୍ତି। ତେବେ ୨୪,୨୫ ଦୁଇଦିନ ଏହି ସୁବିଧା ମିଳିବ।
ଅଭିନେତାଙ୍କ ଏହି ଫିଲ୍ମର ପ୍ରଥମ ଭାଗ ୨୦୧୫ରେ ରିଲିଜ ହୋଇଥିଲା। ଦର୍ଶକ ଫିଲ୍ମକୁ ପସନ୍ଦ ମଧ୍ୟ କରିଥିଲେ। ଅଜୟ ବ୍ୟତିତ ଫିଲ୍ମରେ ଶ୍ରୀୟା ସରଣ,ତବୁ, ଇଶିତା ଦତ୍ତ,ମୃଣାଳ ଯାଦବ ପ୍ରଥମ ଭାଗରେ ନଜର ଆସିଥିଲେ।

Share