ଖୁସି ଖବର: ପୁଣି ବଢ଼ିଲା BSKY ନବୀନ କାର୍ଡ ଆବେଦନ ଅବଧି

ଭୁବନେଶ୍ୱର, ୨୮।୧(ଅସମାପିକା ସାହୁ) – ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (BSKY) ନବୀନ କାର୍ଡ ପାଇଁ ଆବେଦନ ଅବଧିକୁ ପୁଣି ବୃଦ୍ଧି କରାଯାଇଛି। ଗ୍ରାମାଞ୍ଚଳର ପ୍ରତ୍ୟେକ ଯୋଗ୍ୟବ୍ୟକ୍ତି ଯେପରି ଏଥିରୁ ବଞ୍ଚତ୍ତ ନ ହେବେ, ତାହାକୁ ଦୃଷ୍ଟିରେ ରଖି ସରକାର ଦ୍ୱିତୀୟଥର ଅନ୍‌ଲାଇନ ଦରଖାସ୍ତ ପଞ୍ଜୀକରଣ ସମୟସୀମାକୁ ଫେବୃଆରୀ ୮ ତାରିଖ ପର୍ଯ୍ୟନ୍ତ ବଢ଼ାଇଥିବା ରବିବାର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହ ଏଥିପାଇଁ ଗ୍ରାମାଞ୍ଚଳ ଏବଂ ପଞ୍ଚାୟତସ୍ତରରେ ସଚେତନତା କାର୍ଯ୍ୟକ୍ରମ କରିବା ପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ଶାଳିନୀ ପଣ୍ଡିତ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ, BSKY ନବୀନ କାର୍ଡ ଲାଗି ଗତ ୬ତାରିଖରୁ ଅନ୍‌ଲାଇନ ପଞ୍ଜୀକରଣ ଆରମ୍ଭ ହୋଇଥିଲା। ଏହା ୧୬ ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ଜନସାଧାରଣଙ୍କଠାରୁ ମିଳିଥିବା ମତାମତକୁ ବିଚାର କରି ରାଜ୍ୟ ସରକାର ଅନ୍ଲାଇନ ଦରଖାସ୍ତ ପଞ୍ଜୀକରଣ ସମୟସୀମାକୁ ୨୬ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। ଏବେ ପୁଣିଥରେ ସମୟସୀମା ବୃଦ୍ଧି କରାଯାଇଥିବାରୁ ବଞ୍ଚତ୍ତ ହିତାଧିକାରୀ ଆବେଦନ କରିବାକୁ ସୁଯୋଗ ପାଇବେ। ଏଠାରେ ଉଲ୍ଲେଖଯୋଗ୍ୟ, BSKY ନବୀନ କାର୍ଡ ପାଇଁ ଯୋଗ୍ୟ ବିବେଚିତ ହିତାଧିକାରୀମାନେ ଚଳିତବର୍ଷ ମେ’ ଠାରୁ ତାଲିକାଭୁକ୍ତ ଘରୋଇ ହସ୍ପିଟାଲଗୁଡିକରେ ନିର୍ଦ୍ଧାରିତ ରୋଗଗୁଡିକର ଚିକିତ୍ସା ସୁବିଧା ପାଇବେ। ପୁରୁଷଙ୍କ ପାଇଁ ବାର୍ଷିକ ୫ ଲକ୍ଷ ଟଙ୍କା ଏବଂ ମହିଳା ସଦସ୍ୟଙ୍କ

Share