ବାତ୍ୟା ଦାନାବେଳେ ଆସିଲା ଖୁସି ଖବର

ପାଟଣା,୨୫।୧୦(ବୀରକିଶୋର ଦାଶ): ସାମୁଦ୍ରିକ ଝଡ଼ ‘ଦାନା’ର ମୁକାବିଲା କରିବା ପାଇଁ କେନ୍ଦୁଝର ଜିଲା ପାଟଣା ବ୍ଲକ ପ୍ରଶାସନ ଗୁରୁବାର ସନ୍ଧ୍ୟା ସୁଦ୍ଧା କଚା ଘରେ ରହୁଥିବା ଏବଂ ଆସନ୍ନ ପ୍ରସବା ୪ ମହିଳାଙ୍କୁ ମିଶାଇ ମୋଟ ୩୯ ଜଣଙ୍କୁ ଅସ୍ଥାୟୀ ଆଶ୍ରୟ ସ୍ଥଳୀକୁ ଆଣି ସୁରକ୍ଷିତ ସ୍ଥାନରେ ରଖିଥିବାବେଳେ ୪ ଜଣ ଗର୍ଭବତୀଙ୍କୁ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା। ବାତ୍ୟା ଦାନା ଲ୍ୟାଣ୍ଡଫଲ କରୁଥିବା ଭିତରେ ପବନ ସୁ ସୁ ସହ ଝଡ ବର୍ଷା ଚାଲିଥିବା ଶୁକ୍ରବାର ଭୋରରୁ ଜଣେ ମହିଳା ତାଙ୍କ ଚତୁର୍ଥ ଗର୍ଭରୁ ପୁତ୍ର ସନ୍ତାନ ପ୍ରସବ କରିଛନ୍ତି। ମହିଳା ଜଣକ ପାଟଣା ବ୍ଲକ ଉପାନ୍ତ ଅଞ୍ଚଳ ଡୁମୁରୁଆ ପଂଚାୟତ ବାଇଦ ବଜା ଗ୍ରାମର ମାଣିକ ମୁଣ୍ଡାଙ୍କ ସ୍ତ୍ରୀ ମାଖି ମୁଣ୍ଡା। ଉଭୟ ପ୍ରସୂତି ଓ ଛୁଆ ଏବେ ସୁସ୍ଥ ହୋଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି।

ପ୍ରଶାସନ ସଠିକ ସମୟରେ ମାଖି ମୁଣ୍ଡାଙ୍କୁ ଡାକ୍ତରଖାନାରେ ଆଣି ଭର୍ତ୍ତି କରିଥିବାରୁ ମାଣିକ ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି। ଅନ୍ୟ ୨ଜଣ ମହିଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ବେଳେ ଜଣେ ମହିଳାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିରେ ଅଭୁଲାସ୍ମୃତି ପଢ଼ି, ବଡିଓଙ୍କୁ ଏମିତି କହିଲେ ମୁଖ୍ୟମନ୍ତ୍ରୀ

ଦାରିଙ୍ଗବାଡି,୨୪।୧୦(ଅରୁଣ ସାହୁ): ଓଡିଶାର କଶ୍ମୀର ଦାରିଙ୍ଗବାଡିକୁ ମୁଁ ୨୦୧୪ରେ ଯାଇଥିଲି। ବହୁଦିନ ଧରି ଦାରିଙ୍ଗବାଡିରେ ଉପନିର୍ବାଚନ ପାଇଁ ପ୍ରଚାର କରିଥିଲି। ଗାଁଗାଁ ବୁଲି ଆଦିବାସୀ ଲୋକଙ୍କୁ...

ସୁରକ୍ଷା କର୍ମୀ-ମାଓବାଦୀ ମୁହାଁମୁହିଁ: ଜଣେ ମାଓବାଦୀ ନିହତ

ବାଲିଗୁଡା,୨୫।୧୦ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମିଡ଼ିଆକିଆ ପଞ୍ଚାୟତର ସେସାର ଗାଁ -ଅଡାଙ୍ଗି ଜଙ୍ଗଲରେ ମାଓବାଦୀ କ୍ୟାମ୍ପ ରହିଥିବା ଗୋଇନ୍ଦା...

ବାତ୍ୟା ପରେ କୃଷି ବିଭାଗ ଅଧିକାରୀଙ୍କ ଛୁଟି ବାତିଲ

ଭୁବନେଶ୍ୱର,୨୫।୧୦: ବାତ୍ୟା ‘ଦାନା’ ପ୍ରଭାବିତ ଜିଲାରେ ଫସଲର କ୍ଷୟକ୍ଷତି ଆକଳନ ପାଇଁ କୃଷି ବିଭାଗ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି। ୨୬ ଓ ୨୭ ତାରିଖ...

ଦାନାର ପ୍ରକୋପ: ବୁଡିଗଲା ପଞ୍ଚଲିଙ୍ଗେଶ୍ୱର, ମନ୍ଦିର ଭିତରେ ପଶିଲା ପାଣି…

ନୀଳଗିରି ୨୫।୧୦: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ ‘ଦାନା’ ଓଡ଼ିଶା ଉପକୂଳରେ ମାଡ ହୋଇଛି। ପାଣିପାଗ ବିଭାଗର...

କନ୍ଧମାଳରେ ଏନ୍‌କାଉଣ୍ଟର: ମାଓବାଦୀ ନିହତ

ବାଲିଗୁଡ଼ା,୨୫।୧୦: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ବୁଦାନାଇ ଜଙ୍ଗଲରେ ଶୁକ୍ରବାର ମାଓବାଦୀ ଏବଂ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ଜଣେ ମାଓବାଦୀ ନିହତ...

ଲୋକାର୍ପିତ ଅପେକ୍ଷାରେ ଡୁଲୁରୀ ପାଇନ୍‌ ବଣ: ସେଲ୍‌ଫି ପଏଣ୍ଟ ହେବ ମୁଖ୍ୟ ଆକର୍ଷଣ

ଦାରିଙ୍ଗବାଡି, ୨୪।୧୦ (ଅରୁଣ ସାହୁ)-ଆସିଲା ପର୍ଯ୍ୟଟନ ଋତୁ । ଧୀରେ ଧୀରେ ଜଳବାୟୁର ପରିବର୍ତ୍ତନ ହେବାରେ ଲାଗିଛି । ବାତ୍ୟା ପାଇଁ ପାଗ ମେଘୁଆ ରହିବା...

ବାତ୍ୟା ଆଶ୍ରୟସ୍ଥଳ ପରିଦର୍ଶନ କଲେ ମନ୍ତ୍ରୀ, କହିଲେ…

ପାଟଣା,୨୫।୧୦(ବୀରକିଶୋର ଦାଶ): ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ପରେ ମଧ୍ୟ ଟଳିନି ବିପଦ। ଏଭଳିସ୍ଥିତିରେ କେନ୍ଦୁଝର ଜିଲା ପାଟଣା ବ୍ଲକ ଶରଧାପୁର ଉଚ୍ଚ ପ୍ରାଥମିକ...

ଝାରପଡ଼ା ଜେଲରେ ୱାର୍ଡରଙ୍କୁ ପିଟିଲେ କଏଦୀ

ଭୁବନେଶ୍ୱର,୨୫।୧୦: ପୁଣି ଚର୍ଚ୍ଚାରେ ଝାରପଡ଼ା ଜେଲ। ଶୁକ୍ରବାର ପୂର୍ବାହ୍ନରେ ଜେଲ ଭିତରେ ମାରପିଟ୍‌ ହେବା ଘଟଣା ସାମ୍‌ନାକୁ ଆସିଛି। ଜେଲ ୱାର୍ଡରଙ୍କୁ କେତେଜଣ କଏଦୀ ଆକ୍ରମଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri