ଖୁସି ଖବର: ବଜାରକୁ ଆସିବ ଚିକେନ-ମଟନର ସ୍ବାଦ ଦେଉଥିବା ଛତୁ…

ସୋଲନ,୨୫।୧ : ଶାକାହାରୀମାନେ ଯେଉଁମାନେ ଆମିଷ ଖାଦ୍ୟରୁ ଦୂରେଇ ରୁହନ୍ତି ସେମାନେ ଏବେ ଛତୁରେ ଚିକେନ ଏବଂ ମଟନର ସ୍ବାଦ ପାଇ ପାରିବେ। ସେମାନଙ୍କ ପାଇଁ ଏଭଳି ଛତୁ ଖୁବ ଶୀଘ୍ର ବଜାରରେ ଉପଲବ୍ଧ ହେବ। ସୋଲାନର ସେଣ୍ଟ୍ରାଲ ମଶରୁମ ରିସର୍ଚ୍ଚ ସେଣ୍ଟରର ବୈଜ୍ଞାନିକମାନେ, ଦେଶରେ ପ୍ରଥମ ଥର ପାଇଁ ଏଭଳି ଛତୁର ଗବେଷଣା କାର୍ଯ୍ୟରେ ନିୟୋଜିତ ଅଛନ୍ତି, ଯାହା ଚିକେନ ଏବଂ ମଟନର ସ୍ବାଦ ଦେଇ ପାରିବ ।

ଯେଉଁମାନେ ମାଂସ ଖାଉ ନାହାନ୍ତି ସେମାନଙ୍କ ପାଇଁ ଏହି ଛତୁ ଏକ ଉତ୍ତମ ବିକଳ୍ପ ହେବ। ଏହି ଛତୁର ନାମ ଭେଗାନମିଟ ରଖାଯାଇଛି । ବୈଜ୍ଞାନିକମାନେ ଦାବି କରିଛନ୍ତି ଏଥିରେ ଚିକେନ ଏବଂ ମଟନ ଅପେକ୍ଷା ଅଧିକ ପ୍ରୋଟିନ ରହିବ, ମାତ୍ର ଚର୍ବି କମ ରହିବ । ଏହାର ରଙ୍ଗ ଏବଂ ଆକୃତିର ମଟନ ପରି ଦେଖାଯିବ। ଏଥିରେ କମ ସୋଡିୟମ ଏବଂ କୋଲେଷ୍ଟ୍ରଲ ମଧ୍ୟ ରହିବ, ଯାହା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହେବ। ମାଇସେଲିୟମ ଏବଂ ଅନ୍ୟାନ୍ୟ କୌଶଳ ବ୍ୟବହାର କରି ଏହି ଛତୁ ପ୍ରସ୍ତୁତ କରିବାକୁ ଗବେଷଣା ଚାଲିଛି ।

ଛତୁ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡକ୍ଟର ଭି.ପି ଶର୍ମା କହିଛନ୍ତି ଶାକାହାରୀ ଖାଦ୍ୟକୁ ଭଲ ପାଉଥିବା ଲୋକେ ଏହାକୁ ଖାଇ ପାରିବେ ନାହିଁ। ବର୍ତ୍ତମାନ ସମସ୍ତେ ଛତୁରେ ଚିକେନ-ମଟନର ସ୍ବାଦ ଚାଖିପାରିବେ। ଏହା ମଧ୍ୟ ସେମାନଙ୍କ ସ୍ବାସ୍ଥ୍ୟକୁ ଭଲ ରଖିବ। ଔଷଧୀୟ ଗୁଣରେ ଭରପୂର ଏହି ଛତୁ ଉପରେ ଡିଏମଆର ପୂର୍ବରୁ ଗବେଷଣା କରିସାରିଛି।

ଏହି ଛତୁର ପ୍ରସ୍ତୁତି, ସ୍ବାଦ, ରଙ୍ଗ ଏବଂ ଅନ୍ୟ ସମସ୍ତ ଛତୁଠାରୁ ଭିନ୍ନ ହେବ। ଅନ୍ୟ ଅନେକ ଦେଶ ମଧ୍ୟ ଏହା ଉପରେ କାର୍ଯ୍ୟ କରୁଛନ୍ତି। ସଂପୃକ୍ତ ଦେଶମାନେ ଏହାକୁ ପ୍ରସ୍ତୁତ କରିବାର ପଦ୍ଧତି ପ୍ରକାଶ କରିନାହାନ୍ତି। ଏହି କାରଣରୁ, ଡିଏମଆର ମଧ୍ୟ ଏ ବିଷୟରେ ଅଧିକ ସୂଚନା ଅଂଶୀଦାର କରିନାହିଁ। ଡକ୍ଟର ଭି.ପି ଶର୍ମା କହିଛନ୍ତି ଡକ୍ଟର ବ୍ରିଜଲାଲ ଅତ୍ରୀ, ଡ.ଅନୁରାଧା ଶ୍ରୀବାସ୍ତବ ଏହା ଉପରେ କାର୍ଯ୍ୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି: ୧୬୩ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କଲା ଇଡି

ନୂଆଦିଲ୍ଲୀ,୨୬ା୧୦: ପଶ୍ଚିମବଙ୍ଗ ସ୍କୁଲ୍‌ ସେବା ଆୟୋଗ (ଡବ୍ଲ୍ୟୁବିଏସ୍‌ଏସ୍‌ସି) ଦ୍ୱାରା ଗ୍ରୁପ୍‌ ସି ଏବଂ ଡି କର୍ମଚାରୀ ନିଯୁକ୍ତିରେ ବ୍ୟାପକ ଦୁର୍ନୀତି ହୋଇଥିଲା। ଏହାର ମନିଲଣ୍ଡରିଂ ଦିଗ...

ଭାରତ-ଚାଇନା ଚୁକ୍ତିକୁ ନେଇ ଜୟଶଙ୍କର କହିଲେ ସଫଳତା ପଛରେ…

ପୁଣେ,୨୬ା୧୦: ଦୀର୍ଘ ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ପୂର୍ବ ଲଦାଖ ଅନ୍ତର୍ଗତ ଏଲ୍‌ଏସିରେ ଲାଗି ରହିଥିବା ଅଚଳାବସ୍ଥା ଦୂର ପାଇଁ ଉଭୟ ଭାରତ ଓ...

ଖାଲିଟାରେ ଗର୍ଜୁ ନାହାଁନ୍ତି ଗିରିରାଜ…

ପାଟନା,୨୬।୧୦: ବିହାରରେ ଯେଉଁ ଆଡେ ନଜର ପକାଇଲେ ଦେଖିବେ, ଆଜିକାଲି କେବଳ ଭାଜପାର ଫାୟାର ବ୍ରାଣ୍ଡ ନେତା ତଥା କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂଙ୍କ ‘ହିନ୍ଦୁ...

ଭାରତ ଆଡକୁ କାହିଁକି ଆକର୍ଷିତ ହେଉଛି ବିଶ୍ୱ? ଜୟଶଙ୍କର ଦେଲେ ଏମିତି ଜବାବ

ପୁଣେ,୨୬।୧୦: ଶନିବାର ଅର୍ଥାତ୍‌ ଅକ୍ଟୋବର ୨୬ରେ ପୁଣେରେ ଛାତ୍ରମାନଙ୍କ ସହ କଥାବାର୍ତ୍ତା ବେଳେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର କହିଛନ୍ତି ଯେ ଆଜି...

ବାବା ସିଦ୍ଦିକୀ ହତ୍ୟାକାଣ୍ଡର ଖୋଲିଲା ବଡ଼ ଗୁମର, ପୋଲିସ କହିଲା କିଏ ମାମଲାର ମୋଷ୍ଟ ଓ୍ବାଣ୍ଟେଡ

ମୁମ୍ବାଇ,୨୬।୧୦: ବରିଷ୍ଠ ଏନସିପି ନେତା ବାବା ସିଦ୍ଦିକୀଙ୍କ ହତ୍ୟା ମାମଲାରେ ଏକ ବଡ଼ ଥା ସାମ୍ନାକୁ ଆସିଛି। ଏହି ହତ୍ୟା ମାମଲାରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ...

ସ୍ବାମି ଅଭିମୁକ୍ତେଶ୍ୱରାନନ୍ଦଙ୍କଠାରୁ ଆଶୀର୍ବାଦ ନେଲେ ପରିଣିତି-ରାଘବ

ନୂଆଦିଲ୍ଲୀ,୨୬।୧୦: ଶନିବାର ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ବତୀ ମହାରାଜ ଆମ ଆଦମୀ ପାର୍ଟି ରାଜ୍ୟ ସଭା ଏମପି ରାଘବ ଚଢା ଏବଂ ଅଭିନେତ୍ରୀ ପରିଣିତି ଚୋପ୍ରାଙ୍କ...

ବିମାନକୁ ବୋମା ଧମକ ପରେ ସହାୟତା ଲୋଡ଼ିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୬ା୧୦: କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଶନିବାର ବିମାନ କମ୍ପାନୀଗୁଡ଼ିକ ପ୍ରତିଦିନ ବୋମା ଧମକ ଦେଉଥିବା ଗୁଜବ ସମ୍ପର୍କରେ ଏକ ଆଡ୍‌ଭାଇଜରି ଜାରି...

ଲରେନ୍ସ ବିଷ୍ଣୋଇଙ୍କ ଗ୍ୟାଙ୍ଗର ଟାର୍ଗେଟରେ ଅଛନ୍ତି ୟୁପିର ବିଧାୟକ!

ମୁମ୍ବାଇ,୨୬।୧୦: ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଏପର୍ଯ୍ୟନ୍ତ ଅନେକ ରାଜନେତାଙ୍କୁ ଟାର୍ଗେଟ କରି ହତ୍ୟା କରିନ୍ତି। ନିକଟରେ ମୁମ୍ବାଇରେ ବାବା ସିଦ୍ଦିକୀଙ୍କ ହତ୍ୟା ମାମଲା ସମଗ୍ର ଦେଶରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri