ଖୁସି ଖବର, ସେପ୍ଟେମ୍ବରରେ ପିଲାଙ୍କ ପାଇଁ କରୋନା ଭାକ୍ସିନ୍‌…

ନୂଆଦିଲ୍ଲୀ,୨୪।୭: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ଦେଶରେ ସାର୍ବଜନୀନ ଟିକାକରଣ ଅଭିଯାନ ଜାରି ରହିଛି। ତେବେ ୧୮ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ କରୋନା ଭାକ୍ସିନ୍‌ ସେପ୍ଟେମ୍ବରରେ ଆସିବାର ସମ୍ଭାବନା ରହିଛି ବୋଲି ଏମ୍ସ୍‌ ମୁଖ୍ୟ ଡ. ରଣଦୀପ୍‌ ଗୁଲେରିଆ ଗୁରୁବାର ସୂଚନା ଦେଇଛନ୍ତି। ଜାୟଡସ୍‌ କାଡ଼ିଲା ଭାକ୍ସିନ୍‌ର କ୍ଲିନିକାଲ୍‌ ଟ୍ରାଏଲ୍‌ କରାଯାଇଥିବାବେଳେ ଜରୁରୀକାଳୀନ ସ୍ଥିତିରେ ଏହାକୁ ବ୍ୟବହାର କରାଯିବା ନିମନ୍ତେ ମଞ୍ଜୁରୀ ଲାଗି ଅପେକ୍ଷା କରାଯାଇଛି। ଅପରପକ୍ଷରେ ଭାରତବାୟୋଟେକ୍‌ ଦ୍ୱାରା ପ୍ରସ୍ତୁତ ହୋଇଥିବା କୋଭାକ୍ସିନ୍‌ର କ୍ଲିନିକାଲ୍‌ ଟ୍ରାଏଲ୍‌ ଅଗଷ୍ଟ-ସେପ୍ଟେମ୍ବରରେ ଶେଷ ହେବାର ଆଶା ରହିଛି। ଏହି ସମୟ ମଧ୍ୟରେ ଫାଇଜର ଭାକ୍ସିନ୍‌କୁ ମଧ୍ୟ ମଞ୍ଜୁରୀ ମିଳିବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି।

Share