ଖୁସି ଖବର, ଡେଲ୍ଟା-ଆଲ୍ଫା ଭାରିଆଣ୍ଟ୍‌ ବିରୋଧରେ ପ୍ରଭାବଶାଳୀ ସାବ୍ୟସ୍ତ ହେଉଛି କୋଭାକ୍ସିନ୍‌…

ଓ୍ବାଶିଂଟନ/ନୂଆଦିଲ୍ଲୀ,୩୦।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ଲାଗି ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଭାରତ ବାୟୋଟେକ୍‌ ଦ୍ୱାରା ପ୍ରସ୍ତୁତ ହୋଇଥିବା କୋଭାକ୍ସିନ୍‌ ଡେଲ୍ଟା( ବି-୧-୬୧୭) ଏବଂ ଆଲ୍ଫା( ବି-୧-୧-୭) ଭାରିଆଣ୍ଟ୍‌ ବିରୋଧରେ ବେଶ୍‌ ପ୍ରଭାବଶାଳୀ ସାବ୍ୟସ୍ତ ହେଉଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଆମେରିକାର ସ୍ବାସ୍ଥ୍ୟ ଇନଷ୍ଟିଚ୍ୟୁଟ୍‌ (ଏନ୍‌ଆଇଏଚ୍‌)ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇଛି। ସାଧାରଣ ଲକ୍ଷଣ ପ୍ରକାଶ ପାଉଥିବା ଆକ୍ରାନ୍ତଙ୍କ କ୍ଷେତ୍ରରେ କୋଭାକ୍ସିନ୍‌ ଡୋଜ୍‌ ୭୮ ପ୍ରତିଶତ ପ୍ରଭାବଶାଳୀ ହେଊଥିବାବେଳେ ଗୁରୁତର ଆକ୍ରାନ୍ତଙ୍କ କ୍ଷେତ୍ରରେ ଏହା ୧୦୦ ପ୍ରତିଶତ ଉପଯୋଗୀ ସାବ୍ୟସ୍ତ ହେଉଥିବା ଏନ୍‌ଆଇଏଚ୍‌ କହିଛି।

Share