ବଲାଙ୍ଗୀର ପାଇଁ ଖୁସିଖବର: ଏୟାରଫିଲ୍ଡ ଉନ୍ନତିକରଣ ପାଇଁ ୬୪ କୋଟି ଟଙ୍କାର  ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଗୁଡଭେଲା,୨।୧୧(ମନୋଜ କୁମାର ଜୈନ): ବଲାଙ୍ଗୀର ଜିଲା ତୁଷୁରା ଏୟାରଫିଲ୍ଡକୁ ୨-ବି କ୍ଲାସ ଉନ୍ନତିକରଣ ପାଇଁ ଶନିବାର  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏକ ସ୍ବତନ୍ତ୍ର  ବିମାନରେ ମୁଖ୍ୟମନ୍ତ୍ରୀ ତୁଷୁରା ଏୟାରଫିଲ୍ଡରେ ଓହ୍ଲାଇଥିଲେ। ତାଙ୍କୁ ଜିଲା ପ୍ରଶାସନ ପକ୍ଷରୁ ସ୍ବାଗତ କରାଯିବା ସହ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା।  ପରେ ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଏୟାରଫିଲ୍ଡକୁ ୨-ବି କ୍ଲାସ  ଉନ୍ନତିକରଣ ପାଇଁ ୬୪ କୋଟି ଟଙ୍କାର  ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ, ରାଜ୍ୟ କ୍ୟାବିନେଟ ମନ୍ତ୍ରୀ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ସଂସଦୀୟ ବ୍ୟାପାର ବିଭାଗ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ବଲାଙ୍ଗୀର ଲୋକ ସଭା ଏମ୍‌ ପି ସଙ୍ଗୀତା କୁମାରୀ ସିଂଦେଓ ଓ ଟିଟିଲାଗଡ ନିର୍ବାଚନମଣ୍ଡଳୀ ବିଧାୟକ ନବୀନ ଜୈନ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ।
  ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଅରବିନ୍ଦ ଡାକୁଆ, ଡିଆଇଜି ହିମାଂଶୁ ଲାଲ, ଅତିରିକ୍ତ ଜିଲାପାଳ ପବିତ୍ର ବେହେରା, ଅତିରିକ୍ତ ଏସ୍‌ପି ହେମନ୍ତ କୁମାର ପାଢୀ, ବଲାଙ୍ଗୀର ଉପଜିଲପାଳ ଆଲୋକ ପଟେଲ, ଜିଲା ପ୍ରକଳ୍ପ ଅଧିକାରୀ ପ୍ରଫୁଲ୍ଲ କୁଜୁର, ତହସିଲଦାର ଆର୍ତ୍ତତ୍ରାଣ ଖାତି, ଏନ୍‌ଏସି କାର୍ଯ୍ୟର୍ନିବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟ, ଗୁଡଭେଲା ବ୍ଲକ ବିଡିଓ ସୌମ୍ୟକାନ୍ତ ବନଗୋଲା, ଗୁଡଭେଲା ବ୍ଲକ ଉପାଧ୍ୟକ୍ଷ ଟୁକୁରାମ ପାଣିଗ୍ରାହୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ସମିତିସଭ୍ୟ ଅଶୋକ ଚନ୍ଦ୍ର ଦୋରାଙ୍କ ସହ ଅନ୍ୟ ଦଳୀୟ ସଦସ୍ୟ ଓ ସରକାରୀ ଅଧିକାରୀ ଉପସ୍ଥିତ ଥିଲେ।  ଆଇନ ଶୃଙ୍ଖଳା ରକ୍ଷା ପାଇଁ ୩ ପ୍ଲାଟୁନ ପୋଲିସ ସହ ତୁଷୁରା ଥାନାଧିକାରୀ ମନୋଜ କୁମାର ପ୍ରଧାନ ଉପସ୍ଥିତ ଥିଲେ। ପ୍ରାୟ ୧୧ଟା ୪୦ ମିନିଟରେ ହେଲିକପ୍ଟର ଯୋଗେ ମୁଖ୍ୟମନ୍ତ୍ରୀ ବେଲପଡା ଗସ୍ତ କରିଛନ୍ତି। ସେଠାରେ ସେ ଅପର ଲାନ୍ଥ ଜଳସେଚନ ପ୍ରକଳ୍ପର ଶିଳାନ୍ୟାସ କରିବେ । ଏହାପରେ ଦିନ ତମାମ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗଦେବେ।

Enter your email to get our daily news in your inbox.

All Right Reserved By Dharitri.Com

କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ଦାବିପତ୍ର

କେସିଙ୍ଗା,୨୬ା୪(ତୁମେଶ୍ବର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରର ବିଭିନ୍ନ ୱାର୍ଡରେ ଏନ୍‌ଏସି ପକ୍ଷରୁ କଲ୍ୟାଣ ମଣ୍ଡପ ନିର୍ମାଣ କରାଯାଇଛି। କିନ୍ତୁ ୱାର୍ଡ ନଂ.୧୧ରେ କଲ୍ୟାଣ ମଣ୍ଡପ...

ପାକିସ୍ତାନ ଉପରେ କେବେ ଆକ୍ରମଣ କରିବ ଭାରତ? ତାରିଖ କହି ସାଂଘାତିକ ଖୁଲାସା କଲା ପାକ୍‌

ଇସଲାମବାଦ,୨୬।୪: ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତର କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନର ଟେନଶନ ବଢିଯାଇଛି। ପାକ୍‌ ଭାରତକୁ ଲଗାତାର ଧମକ ଦେଉଛି। ଏକ ପାକିସ୍ତାନୀ ନ୍ୟୁଜ...

ପହଲଗାମ ଆକ୍ରମଣକୁ ନେଇ ଏମିତି କ’ଣ କହିଲେ ସୁଲତା: ପୁରା ଯୋଗ୍ୟତା ନେଇ ପଛରେ ପଡ଼ିଗଲେ ଜୟନାରାୟଣ

ଭୁବନେଶ୍ୱର,୨୬।୪: ସାଂସଦ ସୁଲତା ଦେଓଙ୍କ ମନ୍ତବ୍ୟକୁ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ନିନ୍ଦା କରିଛନ୍ତି। ଅମଣିଷ ଭାବେ ଏଭଳି କଥା ସବୁ କହିବା ଅତ୍ୟନ୍ତ ନିନ୍ଦନୀୟ।...

‘ହିନ୍ଦୁ-ମୁସଲମାନ କେବେ ଏକ ହୋଇପାରିବେ ନାହିଁ…’, ଭାରତର ଆକ୍ସନକୁ ଦେଖି ବିଚଳିତ ହେଲାଣି ପାକିସ୍ତାନ, Army Chief କହିଲେ…

ଇସଲାମାବାଦ,୨୬।୪: ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିର ଶନିବାର ପୁଣି ଥରେ ବିଷ ଓଗାଳିଛନ୍ତି। ମୁନିର ଦ୍ୱି-ରାଷ୍ଟ୍ର ତତ୍ତ୍ୱର ସମର୍ଥନ କରି କହିଥିଲେ ଯେ...

Pahalgam Terror Attack: ପହଲଗାମ ଆକ୍ରମଣ ବିରୋଧରେ ଲେଖିବାରୁ ମିଳିଲା ବଳାତ୍କାର ଧମକ

କୋଲାକାତା,୨୬।୪: ପହଲଗାମ ଆତଙ୍କବାଦୀ ଆକ୍ରମଣ ବିରୋଧରେ ପୋଷ୍ଟ କରିବାରୁ ପଶ୍ଚିମବଙ୍ଗର ଉତ୍ତର ୨୪ ପରଗନା ଜିଲାର ଅଶୋକନଗରର ଜଣେ ଯୁବତୀଙ୍କୁ ବଳାତ୍କାର ଧମକ ଦିଆଯାଇଛି। ପୀଡିତା...

ସାନ ପୁଅଙ୍କ ଉପରେ ଖୁସି ହୋଇ ବଡ଼ ନିଷ୍ପତ୍ତି ନେଲେ ମୁକେଶ ଅମ୍ବାନୀ! ୫ ବର୍ଷ ଲାଗି ଅନନ୍ତଙ୍କୁ ଦେଇଦେଲେ ଏହି ଦାୟିତ୍ୱ 

ନୂଆଦିଲ୍ଲୀ,୨୬।୪: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ (RIL)ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ 2022 ମସିହାରେ ହିଁ ତାଙ୍କ ୩ ପିଲାଙ୍କ ମଧ୍ୟରେ କମ୍ପାନୀର ବିଭିନ୍ନ ବ୍ୟବସାୟର ଦାୟିତ୍ୱ...

ଖଣିରୁ ପରିବହନ ବନ୍ଦ ପ୍ରତିବାଦରେ ଜିଲାପାଳଙ୍କୁ ଦାବିପତ୍ର

କେନ୍ଦୁଝର,୨୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ବାଂଶପାଳ ବ୍ଳକ ଉପର କାଦକଳା ଗ୍ରାମରେ ଥିବା ସିରକାଗୁଟ ଲୌହ ଓ ମାଙ୍ଗାନିଜ ଖଣି ରାସ୍ତାରେ ଆନ୍ଦୋଳନ ଯୋଗୁ ପରିବହନ କାର୍ଯ୍ୟ...

ଯଦି ଭାରତ ପାକିସ୍ତାନ ଉପରେ ଆକ୍ରମଣ କରେ; ତେବେ ଆମେରିକା, ରୁଷିଆ ଏବଂ ଚାଇନା କାହାକୁ ସମର୍ଥନ କରିବେ? ଜଣାପଡିଲା…

ନୂଆଦିଲ୍ଲୀ,୨୬।୪: ପହଲଗାମରେ ୨୨ ଏପ୍ରିଲ ୨୦୨୫ରେ ଘଟିଥିବା ଆତଙ୍କବାଦୀ ହମଲା, ଯେଉଁଥିରେ ୨୬ ଜଣ ପର୍ଯ୍ୟଟକଙ୍କର ମୃତ୍ୟୁ ଘଟିଥିଲା, ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image