ବିଏମ୍ସି ମେୟର, ଡେପୁଟି ମେୟର, କର୍ପୋରେଟରଙ୍କ ପାଇଁ ଖୁସିଖବର: ଜାଣନ୍ତୁ କେତେ ବଢ଼ିବ ମିଟିଂ ଭତ୍ତା
ଭୁବନେଶ୍ବର,୨୩।୨: ଭୁବନେଶ୍ବର ମହାନଗର ନିଗମ (ବଏମ୍ସି)ର କର୍ପୋରେଟରମାନଙ୍କର ମିଟିଂ ଭତ୍ତା ବୃଦ୍ଧି ହୋଇଛି । କର୍ପୋରେଟରଙ୍କ ଭତ୍ତା୧୦ ହଜାର କରାଯାଇଛି। ପ୍ରତି କର୍ପୋରେଶନ ମିଟିଂ ପିଛା କର୍ପୋରେଟରଙ୍କୁ ୧୦ ହଜାର ଟଙ୍କା ମିଳିବ।
ଅନ୍ୟପକ୍ଷେ କର୍ପୋରେଶନ ମିଟିଂ ପାଇଁ ମେୟର ଭତ୍ତା ୫୦ ହଜାର ହୋଇଛି । ଏହି କ୍ରମରେ ମେୟର ସୁଲୋଚନା ଦାସଙ୍କ ମିଟିଂ ଭତ୍ତା ମଧ୍ୟ ବଢ଼ିଛି।
ସେହିପରି ଡେପୁଟି ମେୟର ପାଇବେ ୨୫ ହଜାର ଟଙ୍କା। ଏନେଇ କର୍ପୋରେଶନ ବୈଠକରେ ନିଷ୍ପତ୍ତି ହୋଇଛି। ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି। ସମସ୍ତ ଭତ୍ତା ବିଏମ୍ସି ପ୍ରଦାନ କରିବ।