Categories: ଜାତୀୟ

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ,୨୮।୯: ଦଶହରା ଏବଂ ଦୀପାବଳି ପୂର୍ବରୁ କେନ୍ଦ୍ର ସରକାର କର୍ମଚାରୀମାନଙ୍କୁ ବଡ ଉପହାର ଦେଇଛନ୍ତି। ସରକାର ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି କରିଛନ୍ତି। ଫଳରେ ବର୍ତ୍ତମାନ କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩୨% ରୁ ୩୮% କୁ ବୃଦ୍ଧି ପାଇଛି। ସରକାରଙ୍କ ଏହି ନିଷ୍ପତ୍ତି ଜୁଲାଇ ୧ରୁ କାର୍ଯ୍ୟକାରୀ ହେବ। ଜୁଲାଇ ଏବଂ ଅଗଷ୍ଟ ମାସ ପାଇଁ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଡିଏରେ ବକେୟା ଅର୍ଥ ପ୍ରଦାନ କରାଯିବ।
ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ମାସରେ କେନ୍ଦ୍ର ସରକାର କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିଲେ। ଏହା ଜାନୁଆରୀ ୧, ୨୦୨୨ରୁ କାର୍ଯ୍ୟକାରୀ କରାଯାଇଥିଲା। କେନ୍ଦ୍ରୀୟ କର୍ମଚାରୀଙ୍କ ବ୍ୟତୀତ ପେନସନଭୋଗୀମାନେ ମଧ୍ୟ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିର ଲାଭ ପାଇବେ।

Share