ଚେନ୍ନାଇ,୪।୯: ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଅଛି। ଚାରିଥର ଚେନ୍ନାଇ ସୁପର କିଙ୍ଗ୍ସକୁ ଆଇପିଏଲ ଚାମ୍ପିଅନ କରାଇଥିବା ଧୋନୀ ପୁଣି ଥରେ ଦଳର ଅଧିନାୟକ ଭାବେ ନଜର ଆସିବେ। ଦଳର ସିଇଓ କାଶୀ ବିଶ୍ୱନାଥ ରବିବାର ଏହା ଘୋଷଣା କରିଛନ୍ତି। ଗତ ଆଇପିଏଲର ଶେଷ ମ୍ୟାଚ ପରେ ଧୋନୀ କହିଥିଲେ ଯେ, ସେ ଆସନ୍ତା ସିଜନରେ ମଧ୍ୟ ଖେଳିବେ।
ଗତ ସିଜିନ ଆରମ୍ଭ ପୂର୍ବରୁ ଧୋନୀ ଅଧିନାୟକତ୍ୱ ଛାଡିଥିଲେ। ତାଙ୍କ ସ୍ଥାନରେ ରବିନ୍ଦ୍ର ଜାଡେଜାଙ୍କୁ ଦଳର ଦାୟିତ୍ୱ ଦିଆଯାଇଥିଲା। ଜାଡେଜା ଆଠଟି ମ୍ୟାଚ୍ରେ ୬ଟି ପରାଜୟ ପରେ ସେ ନିଜ ପଦରୁ ଇସ୍ତଫା ଦେଇଥିଲେ। ଧୋନୀ ପୁଣି ସିଏସ୍କେର ଦାୟିତ୍ୱ ଗ୍ରହଣ କଲେ। ତାଙ୍କ ଅଧିନାୟକତ୍ୱରେ ଦଳ ୨୦୧୦, ୨୦୧୧, ୨୦୧୮ ଏବଂ ୨୦୨୧ରେ ଆଇପିଏଲ ଜିତିଛି।