ଓ୍ବାଶିଂଟନ୍,୧୩।୧୨: କାର୍ଯ୍ୟକାଳ ସରିବା ପୂର୍ବରୁ ରାଷ୍ଟ୍ରପତି ଜୋ ବାଇଡେନ ବଡ଼ ପଦକ୍ଷେପ ନେଇଛନ୍ତି। ଠକେଇ ମାମଲାରେ ଦୋଷୀ ସାବ୍ୟସ୍ତ ୧୫୦୦ ଜଣଙ୍କୁ ସେ କ୍ଷମା ପ୍ରଦାନ କରିଛନ୍ତି। ଆପରାଧିକ ମାମଲାରେ ୩୯ ଜଣଙ୍କୁ କ୍ଷମା ଦେଇଛନ୍ତି ରାଷ୍ଟ୍ରପତି। ମୁକ୍ତ କଏଦୀଙ୍କ ଭିତରେ ୪ ଭାରତୀୟ ଥିବା ସୂଚନା ମିଳିଛି। କିଛି ଦିନ ତଳେ ଜେଲଜ୍ରେ ଥିବା ନିଜ ପୁଅକୁ କ୍ଷମା କରିଥିଲେ ବାଇଡେନ।