ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର: ୪ ପ୍ରତିଶତ ବଢିଲା ମହଙ୍ଗା ଭତ୍ତା

ଭୁବନେଶ୍ବର,୧୩।୬(ବ୍ୟୁରୋ): ରାଜ୍ୟ ସରକାର ମଙ୍ଗଳବାର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୪ ପ୍ରତିଶତ ବୃଦ୍ଧି କରିଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୮ପ୍ରତିଶତରୁ ୪୨ପ୍ରତିଶତକୁ ବୃଦ୍ଧି ପାଇଛି। ଏହା ଜାନୁୟାରୀ ପହିଲା ୨୦୨୩ରୁ ପିଛିଲା ଭାବରେ ଲାଗୁହେବ।

ଏଥିସହ ପେନ୍‌ସନଭୋଗୀଙ୍କ ଟି.ଆଇରେ ମଧ୍ୟ ୪ପ୍ରତିଶତ ବୃଦ୍ଧି କରାଯାଇଛି। ସେମାନେ ମଧ୍ୟ ଅନୁରୂପ ଭାବେ ଜୁନ ମାସରେ ରମାରେ ନଗଦ ଆକାରରେ ପାଇବେ। ଏହାଦ୍ବାରା ପ୍ରାୟ ରାଜ୍ୟ ସରକାରଙ୍କ ସାଢେ ୭ ଲକ୍ଷ କର୍ମଚାରୀ ଓ ସାଢେ ୩ ଲକ୍ଷ ପେନ୍‌ସନଭୋଗୀ ଉପକୃତ ହେବେ।

Share