ଆମେରିକୀୟ ଏଚ-୧ବି ଭିସାଧାରୀଙ୍କ ପାଇଁ ଖୁସି ଖବର; ଓ୍ବାର୍କ ପରମିଟ୍‌ ଷ୍ଟ୍ରିମ ଦ୍ୱାରା କାନାଡରେ କରିପାରିବେ ଚାକିରି

ଓଟୋବା,୨୮।୬:ଆମେରିକୀୟ ଏଚ-1ବି ଭିସାଧାରୀଙ୍କ ପାଇଁ ଖୁସି ଖବର। ଏନେଇ କାନାଡ ସରକରା ଏହି ଭିସାଧାରୀଙ୍କ ପାଇଁ ବଡ ପଦକ୍ଷେପ ନେଇଛନ୍ତି। ଏହି ନିୟମ ଅନୁଯାୟୀ୧୦.୦୦୦ଆମେରିକୀୟ ଭିସା ଧାରକଙ୍କୁ କାନାଡାରେ କାମ କରିବାକୁ ଅନୁମତି ମିଳିବ। ଏନେଇ କାନାଡ ସରକାର ଓ୍ବାର୍କ ପରମିଟ୍‌ ଷ୍ଟ୍ରିମ୍‌ ନାମକ ନିୟମ ଲାଗୁ କରିଛନ୍ତି।

କାନାଡାର ଇମିଗ୍ରେସନ ମନ୍ତ୍ରୀ ସଚିନ ଫ୍ରେଜର ଜୁନ ୨୭ରେ ଏହା ଘୋଷଣା କରିଛନ୍ତି। ଏକ ସରକାରୀ ବିଜ୍ଞପ୍ତି ଅନୁଯାୟୀ କାନାଡାର ଇମିଗ୍ରେସନ, ଶରଣାର୍ଥୀ ଏବଂ ନାଗରିକତ୍ୱ ମନ୍ତ୍ରଣାଳୟ କହିଛି ଯେ, ଏହି ପିୟମ ଅଧୀନରେ ଏଚ୍‌-୧ବି ଭିସାଧାରୀଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ କାର୍ଯ୍ୟ କରିବାକୁ ଅନୁମତି ପ୍ରଦାନ କରାଯିବ।

କାନାଡା ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ନୂଆ ନିଷ୍ପତ୍ତି ଅନୁଯାୟୀ, ଅନୁମୋଦିତ ଆବେଦନକାରୀଙ୍କୁ ତିନି ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବାକୁ ଅନୁମତି ଦିଆଯିବ। ମନ୍ତ୍ରଣାଳୟର ବିଜ୍ଞପ୍ତିରେ କୁହାଯାଇଛି ଯେ, ଆମେରିକାର ଭିସାଧାରୀମାନେ କାନାଡାର ଯେକୌଣସି ସ୍ଥାନରେ ଏବଂ ଯେକୌଣସି ପଦବୀରେ କାମ କରିପାରିବେ।

Share