Categories: ବାଣିଜ୍ୟ

ଆଇଫୋନ୍‌ ଗ୍ରାହକଙ୍କ ପାଇଁ ଖୁସି ଖବର: କମ୍ପାନୀ ମାଗଣାରେ ୨ ବର୍ଷ ପାଇଁ ଦେବ ଏହି ସର୍ଭିସ

ଓ୍ବାଶିଂଟନ୍‌,୧୭।୧୧: ଆଇଫୋନ୍‌ ଧରୁଥିବା ଗ୍ରାହକଙ୍କ ପାଇଁ ଖୁସି ଖବର। ଜରୁରୀକାଳୀନ ଏସ୍‌ଓଏସ୍‌ ଫିଚର ଆଇଫୋନ ୧୪ ୟୁଜର୍ସଙ୍କୁ ଆଉ ୨ ବର୍ଷ ମାଗଣାରେ ପ୍ରଦାନ କରିବ ଆପଲ କର୍ମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି। କମ୍ପାନୀର ସିଇଓ ଟିମ କୁକ ଏକ୍ସ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। କମ୍ପାନୀ ଆଇଫୋନ୧୪ ସହିତ ଜରୁରୀକାଳୀନ ଏସ୍‌ଓଏସ ଫିଚର ଲଞ୍ଚ କରିଛି। ଜରୁରୀକାଳୀନ ଏସ୍‌ଓଏସ ସେବା ମାଧ୍ୟମରେ ଆପଲ ଲୋକଙ୍କୁ ଅସୁବିଧାରେ FindMyApp ମାଧ୍ୟମରେ ନିଜ ଲୋକେସନ୍‌ ସାଟେଲାଇଟ୍‌ ମାଧ୍ୟମରେ ପଠାଇବାକୁ ଏବଂ iMessage ମାଧ୍ୟମରେ ମେସେଜ୍‌ ପଠାଇବାକୁ ଅନୁମତି ଦେଇଥାଏ। ଏହାର ଅର୍ଥ ହେଉଛି ଏହି ଫିଚର ଅସୁବିଧାରେ ଥିବା ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ କାର୍ଯ୍ୟ କରିଥାଏ। ଆଇଫୋନ ୧୪ ବ୍ୟତୀତ ଲୋକମାନେ କମ୍ପାନୀର ଲାଟେଷ୍ଟ୍‌ ମଡେଲରେ ୨ ବର୍ଷ ପାଇଁ ଏହି ସେବା ମଧ୍ୟ ପାଇବେ।
ଆପଲର ଜରୁରୀକାଳୀନ ଏସ୍‌ଓଏସ୍‌ ସେବା ପ୍ରଥମେ ଆମେରିକା ଏବଂ କାନାଡାରେ ଆରମ୍ଭ କରାଯାଇଥିଲା। ଏହା ପରେ କମ୍ପାନୀ ଏହାକୁ ଅନ୍ୟ ୧୬ଟି ଦେଶକୁ ବିସ୍ତାର କରିଥିଲା। କିନ୍ତୁ ଏହି ସେବା ଏବେ ଭାରତରେ ଉପଲବ୍ଧ ନାହିଁ। ଆପଲ ଖୁବ ଶୀଘ୍ର ଏହାକୁ ଭାରତରେ ଲଞ୍ଚ କରିବାକ ଯାଉଛି। କାରଣ କମ୍ପାନୀ କିଛି ଦିନ ହେବ ଭାରତରେ କାର୍ଯ୍ୟକୁ ତ୍ୱରାନ୍ବିତ କରିଆସୁଛି। ଜରୁରୀକାଳୀନ ଏସ୍‌ଓଏସ୍‌୍‌ ସେବା ଆରମ୍ଭ କରିବା ପୂର୍ବରୁ ଆପଲକୁ ସରକାରଙ୍କ ଠାରୁ କିଛି ଗୁରୁତ୍ୱପୂର୍ଣ୍ଣ ଅନୁମତି ନେବାକୁ ପଡିବ

Share