କେନ୍ଦୁପତ୍ର ହିତାଧିକାରୀଙ୍କ  ପାଇଁ ଖୁସିଖବର: ୫୬ କୋଟି ଟଙ୍କାର ବୋନସ, ପ୍ରୋତ୍ସାହନ ରାଶି ଘୋଷଣା

ଭୁବନେଶ୍ବର,୧୯।୭(ଅସମାପିକା ସାହୁ): ରାଜ୍ୟର କେନ୍ଦୁପତ୍ର ହିତାଧିକାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୃତୀୟ ପର୍ଯ୍ୟାୟରେ ୫୬ କୋଟି ଟଙ୍କାର ବୋନସ ଓ ପ୍ରୋତ୍ସାହନ ରାଶି ଘୋଷଣା କରିଛନ୍ତି । ଫଳରେ ୮ ଲକ୍ଷରୁ ଊଦ୍ଧର୍‌ବ କେନ୍ଦୁପତ୍ର ହିତାଧିକାରୀ ଉପକୃତ ହେବେ । ହିତାଧିକାରୀ ଏହି ରାଶି ଚଳିତ ଜୁଲାଇ ମାସରେ ପାଇବେ ।
୨୦୨୨ ଶସ୍ୟବର୍ଷରେ ତୃତୀୟ ପର୍ଯ୍ୟାୟରେ ରାଜ୍ୟର ୭ ଲକ୍ଷ ୭୫ ହଜାର କେନ୍ଦୁପତ୍ର ତୋଳାଳିଙ୍କୁ ୨୫ ପ୍ରତିଶତ ବୋନସ ଓ ୪୦ ହଜାର କେନ୍ଦୁପତ୍ର ବନ୍ଧାଳି ଓ ସାମୟିକ କର୍ମଚାରୀଙ୍କୁ ୫ ପ୍ରତିଶତ ପ୍ରୋତ୍ସାହନ ରାଶି, ଏହିପରି ମୋଟ ୫୬.୨୩ କୋଟି ଟଙ୍କା ସହାୟତା ପ୍ରଦାନ କରାଯିବ।
Share