ଯାତ୍ରୀଙ୍କ ପାଇଁ ଖୁସିଖବର: ଫୁଲବାଣୀରେ ଗଡ଼ିଲା ଲଷ୍ମୀ ବସ୍‌

ଫୁଲବାଣୀ,୧୯।୨(ରାକେଶ କୁମାର ରାଉତ): କନ୍ଧମାଳ ଜିଲାରେ ସୋମବାର ଆରମ୍ଭ ହୋଇଛି ଲଷ୍ମୀ ବସ୍‌ ସେବା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଭରର୍ଚୁଆଲ ମାଧ୍ୟମରେ ଉଦ୍‌ଘାଟନ କରିଛନ୍ତି। ଏହି ବସ୍‌ ପ୍ରତି ପଞ୍ଚାୟତରୁ ବ୍ଳକ ମୁଖ୍ୟାଳୟକୁ ଗଡ଼ିବ। ଏହି ସେବା ଦ୍ୱାରା ଛାତ୍ରୀଛାତ୍ର ଏବଂ ମହିଳାଙ୍କ ସହ ଜନସାଧାରଣ ଉପକୃତ ହୋଇ ପାରିବେ ବୋଲି ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନୀ ଉତ୍ସବରେ କହିଛନ୍ତି।

ସାଧାରଣ ଲୋକଙ୍କ ସହ ଛାତ୍ରୀଛାତ୍ରମାନେ ସ୍କୁଲ କିମ୍ବା କଲେଜକୁ ଲକ୍ଷ୍ମୀ ବସ୍‌ ମାଧ୍ୟମରେ ମାତ୍ର ୫ ଟଙ୍କା ଦେଇ ଯାତାୟତ କରିପାରିବେ। ଏପରିକି ଏହି ବସ୍‌ ସେବା ଦୁର୍ଗମ ଅଞ୍ଚଳକୁ ମଧ୍ୟ ଗମନାଗମନ ସୁଗମ୍ୟ ହୋଇପାରିବ । ସେହିପରି ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ମହିଳା, ମିଶନ ଶକ୍ତି ମହିଳାମାନେ ମଧ୍ୟ ୫ ଟଙ୍କାରେ ଯାତ୍ରା କରି ପାରିବେ ।

ଲକ୍ଷ୍ମୀ ବସ୍‌ ଦ୍ୱାରା ଗ୍ରାମାଞ୍ଚଳରେ ଯାତାୟତ ସୁଗମ ହେବା ସହ ଅର୍ଥନୈତିକ ଅଭିବୃଦ୍ଧି ଘଟିବ। କନ୍ଧମାଳ ଜିଲାରେ ପ୍ରଥମ ପର୍ଯ୍ୟାୟରେ ୨୭ଟି ବସ୍‌ ଆସିଥିବା ବେଳେ ଆଉ ୨୩ଟି ବସ୍‌ ଆସିବ। ଜିଲାରେ ମୋଟ ୫୦ଟି ଲକ୍ଷ୍ମୀ ବସ୍‌ ୧୭୧ ପଞ୍ଚାୟତରେ ଗଡ଼ିବ। ଏହା ଦ୍ୱାରା ଲକ୍ଷାଧିକ ଲୋକେ ଉପକୃତ ହେବେ । ମିଶନ ଶକ୍ତି ମହିଳାଙ୍କୁ ରୋଜଗାର ଦେବା ପାଇଁ ଏହି ବସ୍‌ ପରିଚାଳନା ଭାର ମହିଳାଙ୍କୁ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଥିଲେ।

କନ୍ଧମାଳ ଷ୍ଟାଡ଼ିୟମଠାରେ ସ୍ବତନ୍ତ୍ର ସଭାର ଆୟୋଜନ ହୋଇଥିଲା। ଏଥିରେ ଉପ ବାଚସ୍ପତି ସାଲୁଗା ପ୍ରଧାନ, କନ୍ଧମାଳ ଏମ୍‌ପି ଅଚ୍ୟୁତ ସାମନ୍ତ, ଏସ୍‌ଡିସି ଅଧ୍ୟକ୍ଷ ରୋଦନ ମଲିକ, ବାଲିଗୁଡ଼ା ବିଧାୟକ ଚକ୍ରମଣୀ କହଁର, ଫୁଲବାଣୀ ବିଧାୟକ ଅଂଗଦ କହଁର, ଜିଲା ପରିକ୍ଷଦ ଅଧ୍ୟକ୍ଷା ଶୁସ୍ରୀ ନନ୍ଦୀନି ମଳିକ ଓ କନ୍ଧମାଳ ଜିଲାପାଳ ଆଶିଷ ଇଶ୍ୱର ପାଟିଲ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ୧୮୦ କିମି ଦୂରରେ ‘ଦାନା’; ସତର୍କ ରହିବାକୁ କହିଲା ପାଣିପାଗ ବିଭାଗ

ଭୁବନେଶ୍ୱର,୨୪।୧୦: ଭୀଷଣ ବାତ୍ୟା ନେଇ ଉପକୂଳଆଡ଼କୁ ମାଡ଼ି ଆସୁଛି ବାତ୍ୟା ‘ଦାନା’। ଗୁରୁବାର ମଧ୍ୟରାତ୍ରରେ ଏହା ସ୍ଥଳଭାଗ ଛୁଇଁବ। ବର୍ତ୍ତମାନ ଏହା ପାରାଦୀପଠାରୁ ୧୮୦ କିମି...

ଯୁବକଙ୍କୁ ହତ୍ୟା ମାମଲା: ତିନି ଭାଇଙ୍କୁ ଆଜୀବନ ଜେଲ୍‌

ବ୍ରହ୍ମପୁର, ୨୪।୧୦(ସୁବାସ ଚନ୍ଦ୍ର ପାଢ଼ୀ): ପୁଞ୍ଜିଭୂତ ଅଶାନ୍ତରୁ ପାଟପୁର ଥାନା ଅନ୍ତର୍ଗତ ବାସୁଦେବପୁର ଗ୍ରାମର କୁଲୁ ପ୍ରଧାନଙ୍କୁ ହତ୍ୟା କରାଯାଇଥିଲା। ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା...

ପରିବା ବଜାରରେ ପ୍ରଶାସନିକ ଚଢାଉ, କଳାବଜାରୀଙ୍କୁ ତାଗିଦ

ବୁଗୁଡା,୨୪।୧୦(କାଳିଚରଣ ଦାଶ): ବଙ୍ଗୋପସାଗରରେ ସୃଷ୍ଟି ସମ୍ଭାବ୍ୟ ବାତ୍ୟା ‘ଦାନା’ ସମ୍ପର୍କେ ପାଣିପାଗ ବିଭାଗର ସୂଚନା ପରଠୁ ବୁଗୁଡା ବଜାରରେ ପରିବା ଦର ହୁ ହୁ ହୋଇ...

କେନ୍ଦୁଝରରେ ବାତ୍ୟା ପ୍ରସ୍ତୁତି ପରଖିଲେ ବରିଷ୍ଠ ପ୍ରଶାସନିକ ଅଧିକାରୀ

କେନ୍ଦୁଝର,୨୪।୧୦ (ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶା ଉପକୂଳ ଆଡ଼କୁ ମାଡ଼ି ଆସୁଛି ବାତ୍ୟା ‘ଦାନା’। ଏହାର ପ୍ରଭାବ କେନ୍ଦୁଝର ଜିଲା ଉପରେ ପଡ଼ିବାକୁ ଥିବାରୁ ବରିଷ୍ଠ...

ନିଶ୍ଚିତକୋଇଲିରେ ଯୋଗାଣ ବିଭାଗର ଜୋରଦାର ଚଢ଼ାଉ, ଦୋକାନୀଙ୍କୁ କରାଯାଉଛି ତାଗିଦ

ନିଶ୍ଚିନ୍ତକୋଇଲି,୨୪।୧୦(ଅଶୋକ କୁମାର ମହାପାତ୍ର ): ସାମୁଦ୍ରିକ ବାତ୍ୟା ‘ଦାନା’ ମାଡି ଆସୁଛି। ତୁହାକୁ ତୁହା ବର୍ଷା ସାଙ୍ଗକୁ ପବନ ବହିବା ଆରମ୍ଭ କଲାଣି। ବାତ୍ୟାପାଇଁ ଲୋକେ...

ଓଡ଼ିଶା ସରକାରଙ୍କ ବାତ୍ୟା ପ୍ରସ୍ତୁତିର ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ; ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି

ଭୁବନେଶ୍ୱର,୨୪।୧୦: ବାତ୍ୟା ଦାନା ପାଇଁ ଓଡ଼ିଶା ସରକାରଙ୍କ ପ୍ରସ୍ତୁତିକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗୁରୁବାର କେନ୍ଦ୍ର କ୍ୟାବିନେଟ ବୈଠକରେ ଓଡ଼ିଶାରେ ମାଡ଼ ହେବାକୁ...

ଡର ବଢାଇଲା ଗତିପଥ! ୩ ଜିଲାକୁ ଅଧିକ ବିପଦ…

ଭୁବନେଶ୍ୱର,୨୪।୧୦: ଭୀଷଣ ବାତ୍ୟାର ରୂପ ନେଇଥିବା ଦାନା ଭୟଙ୍କର ବେଗରେ ସ୍ଥଳଭାଗ ମୁହାଁ ହେଉଛି। ଏହି ସମସୟରେ ଘଣ୍ଟା ପ୍ରତି ୧୨ କିମି ବେଗରେ ଦାନା...

ଖେଳୁଥିବା ବେଳେ ଧକ୍କା ଦେଲା ଅଜଣା ଗାଡ଼ି; ୩ ବର୍ଷର ଶିଶୁଙ୍କ ମୃତ୍ୟୁ ପରେ ଥାନାରେ ଅଭିଯୋଗ କଲେ ପରିବାର

ଦାରିଙ୍ଗବାଡି, ୨୪।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଅଜଣା ଗାଡି ଧକ୍କାରେ ଜଣେ ଶିଶୁଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri