ଗର୍ଭବତୀ ମହିଳାଙ୍କ ପାଇଁ ଖୁସି ଖବର: ପୋଷ୍ଟ ପାର୍ଟମ ଡିପ୍ରେଶନ ଔଷଧକୁ ମଞ୍ଜୁରୀ ଦେଲା ଆମେରିକା…

ଓ୍ବାଶିଂଟନ,୬।୮ : ଆମେରିକାର ଗର୍ଭବତୀ ମହିଳାଙ୍କ ପାଇଁ ଖୁସି ଖବର ଆସିଛି। ରାଷ୍ଟ୍ରପତି ଜୋ ବାଇଡେନ ପ୍ରଶାସନ ପୋଷ୍ଟ ପାର୍ଟମ ଡିପ୍ରେଶନ ଔଷଧକୁ ମଞ୍ଜୁରୀ ଦେଇଛନ୍ତି।

ପ୍ରସବ ପରେ ମହିଳାମାନଙ୍କଠାରେ ଏଭଳି ସ୍ଥିତି ଦେଖାଦେଇଥାଏ। ଏଥିରେ ମହିଳାମାନେ ସନ୍ତାନ ଜନ୍ମ କରିବା ପରେ ପ୍ରାୟତଃ ଉଦାସୀନତା ଏବଂ ଚାପ ଅନୁଭବ କରିବା ଆରମ୍ଭ କରିଥାନ୍ତି । ଶିଶୁର ଜନ୍ମ ପରେ, ମାମାନେ ଅତ୍ୟନ୍ତ ଭାବପ୍ରବଣ ହୋଇଯାଇଥାନ୍ତି। ଯଉଁଥିପାଇଁ ମା ଛୋଟ ଛୋଟ ଜିନିଷ ଉପରେ କାନ୍ଦିବା ଆରମ୍ଭ କରିଦେଇଥାନ୍ତି କିମ୍ବା ପ୍ରକୃତିରେ ଅତ୍ୟନ୍ତ କ୍ରୋଧି ପ୍ରକାଶ କରିଥାନ୍ତି।  ଏହି ଅବସ୍ଥାକୁ ପୋଷ୍ଟ ପାର୍ଟମ ଡିପ୍ରେଶନ ନାମରେ ନାମିତ କରାଯାଇଥାଏ।

ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ ଜୁରୁଝୁୱେ ଔଷଧକୁ ଅନୁମୋଦନ କରିଛନ୍ତି। ଯେଉଁ ମହିଳାମାନେ ପ୍ରସବ କିମ୍ବା ଗର୍ଭଧାରଣ ସହିତ ଜଡିତ ଅବସାଦର ସମ୍ମୁଖୀନ ହେଉଛନ୍ତି ସେମାନଙ୍କୁ ଏହି ଟାବଲେଟକୁ ଦିନକୁ ଥରେ ୧୪ ଦିନ ପାଇଁ ଦିଆ ଯାଉଛି।

ମନସ୍ତାତ୍ତ୍ୱିକ ଔଷଧର ଏଫଡିଏ ନିର୍ଦ୍ଦେଶକ ଡ. ଟିଫାନି ଫାର୍ଚିଓନ ଏକ ବିବୃତ୍ତିରେ କହିଛନ୍ତି ବେଳେବେଳେ ଜୀବନ ପ୍ରତି ବିପଦ ଥିବା ଏହି ମହିଳାଙ୍କ ମଧ୍ୟରୁ ଅନେକଙ୍କ ପାଇଁ ଏହି ଔଷଧ ଏକ ଲାଭଦାୟକ ବିକଳ୍ପ ହେବ।

ଆମେରିକାରେ ପୋଷ୍ଟ ପାର୍ଟମ ଡିପ୍ରେଶନ ବର୍ଷକୁ ପ୍ରାୟ ୪ ଲକ୍ଷ ମହିଳାଙ୍କୁ ପ୍ରଭାବିତ କରିଥାଏ। ଅବଶ୍ୟ, ଏହା ପ୍ରାୟତଃ କିଛି ସପ୍ତାହ ମଧ୍ୟରେ ଆପେ ଆପେ ଭଲ ହୋଇଯାଇଥାଏ। ଏହା କିଛି ମାସ କିମ୍ବା ଏପରିକି ବର୍ଷେ ପର୍ଯ୍ୟନ୍ତ ଜାରି ରହିପାରେ । ଏହାର ଚିକିତ୍ସାରେ କାଉନସେଲିଂ କିମ୍ବା ଆଣ୍ଟିଡେପ୍ରେସାଣ୍ଟ ଅନ୍ତର୍ଭୁକ୍ତ, ଯାହାକି କାମ କରିବାକୁ ସପ୍ତାହେ ସମୟ ନେଇପାରେ। ତେବେ ଏହା ସମସ୍ତଙ୍କଠାରେ କାମ କରି ନ ଥାଏ।

Share